ଦେଶ ବିଦେଶ

ସ୍ଵାମୀର ସମ୍ପତ୍ତି ଉପରେ ସ୍ତ୍ରୀର ଥାଏ କେତେ ଅଧିକାର ? ଜାଣନ୍ତୁ କଣ କୁହେ ନିୟମ ! (Wife’s right on husband’s property)

ବନ୍ଧୁଗଣ, ସାଧାରଣତଃ ସ୍ଵାମୀ ର ସମ୍ପତ୍ତି ଉପରେ ସ୍ତ୍ରୀର କେତେ ସମ୍ପତ୍ତି ଥାଏ ? ଘରର ସମ୍ପତ୍ତି ଉପରେ ସ୍ତ୍ରୀ ର ଅଧିକାର ଥାଏ କି ନାହିଁ ? ସ୍ତ୍ରୀ ଚାହିଁଲେ କ’ଣ ସବୁ ସମ୍ପତ୍ତି ନେଇଯାଇ ପାରିବ ? ଯେତେବେଳେ ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ବିବାଦ ବିଚ୍ଛେଦ ହୁଏ ସେତେବେଳେ ଏହିଭଳି ଅନେକ କିଛି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଭାବରେ ଆସିଥାଇପାରେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ଊର୍ଦ୍ଧ୍ଵରେ ।

ତେବେ ଯେତେବେଳେ ଗୋଟିଏ ଝିଅର ବାହାଘର ହୋଇଥାଏ, ସେତେବେଳେ ସ୍ତ୍ରୀ ପାଇଁ ସ୍ଵାମୀ ଙ୍କ ଘର ସବୁକିଛି ହୋଇଯାଇଥାଏ । ବାପ ଘରକୁ ପର କରି ସ୍ଵାମୀର ଘରକୁ ନିଜର କରିନିଏ ଗୋଟିଏ ସ୍ତ୍ରୀ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ସ୍ଵାମୀର ସମ୍ପତ୍ତି ଉପରେ ସ୍ତ୍ରୀ ର କେତେ ଅଧିକାର ରହିଅଛି ?

ଯେଉଁମାନେ କୁହନ୍ତି ଯେ ସ୍ତ୍ରୀ ର ଅଧିକାର ତାହାର ସ୍ଵାମୀ ର ସମ୍ପତ୍ତି ଉପରେ ପୁରା ରହିଛି, ତାହା ସଂପୂର୍ଣ୍ଣ ଭାବରେ ଭୁଲ ଅଟେ । ଶ୍ଵଶୁର ଘର ସମ୍ପତ୍ତି ଉପରେ ବୋହୂର ସେତିକି ଅଧିକାର ରହିଥାଏ, ଯେତିକି ଶ୍ଵଶୁର ଘର ଲୋକେ ବୋହୂକୁ ଦବାକୁ ଚାହିଁବେ । ଏହାଠାରୁ ତିଳେ ମାତ୍ର ଅଧିକ ନେଇ ପାରିବ ନାହିଁ ଗୋଟିଏ ବୋହୂ । ଠିକ ସେମିତି ସ୍ଵାମୀ ଙ୍କ ସମ୍ପତ୍ତି ଉପରେ ସ୍ତ୍ରୀ ର ଅଧିକାର ରହିଥାଏ, ମାତ୍ର ଯଦି ସ୍ଵାମୀ ଜଣଙ୍କ ତାଙ୍କ ସମ୍ପତ୍ତି କାହା ନାମରେ କରୁ ନାହାଁନ୍ତି, ଏବଂ ତାଙ୍କର ମୃ-ତ୍ୟୁ ହୋଇ ଯାଉଛି,

ତେବେ ସେହି ସବୁ ସମ୍ପତ୍ତି ସିଧାସଳଖ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୧୯୫୬ ଅଥବା ଭାରତୀୟ ଉତ୍ତରାଧିକାରୀ ଅଧିନିୟମ ଅନୁଯାୟୀ ତାଙ୍କ ପୁଅ ଅଥବା ଝିଅ କିମ୍ବା ସ୍ତ୍ରୀ ନାମରେ ହୋଇଯିବ । ଯଦି ସିଏ ଆଇନ ଅନୁଯାୟୀ ଉତ୍ତରାଧିକାରୀ ତେବେ ଏହା ସମ୍ଭବ ହୋଇ ପାରିବ । ଭାରତୀୟ ଆଇନ ଅନୁଯାୟୀ ଗୋଟିଏ ସ୍ତ୍ରୀ ର ତାଙ୍କ ସ୍ଵାମୀ ଙ୍କ ସମ୍ପତ୍ତି ଉପରେ ଅଧିକାର ରହିଥାଏ ।

ବାହାଘର ପରେ ଯଦି ସ୍ଵାମୀ ସ୍ତ୍ରୀ ଅଲଗା ହୋଇ ଜାଆନ୍ତି ତେବେ ସ୍ଵାମୀ ସମ୍ପତ୍ତି ଉପରେ ସ୍ତ୍ରୀ ର ସଂପୂର୍ଣ୍ଣ ଅଧିକାର ରହିବ ନାହିଁ ସ୍ତ୍ରୀ କେବଳ ହିନ୍ଦୁ ବିବାହ ଅଧିନିୟମ ଧାରା ୨୪ ଆଧାରରେ ସ୍ଵାମୀ ଠାରୁ କୋର୍ଟ ଙ୍କ ଜରିଆରେ ଭତ୍ତା ମାଗି ପାରିବ କେବଳ ଏତିକି ନୁହେଁ ବରଂ ପାରିବାରିକ ବିବାଦ ଅଧିନିୟମ ଏବଂ ୧୨୫ ସିଆରପିସି ଆଧାରରେ ଗୋଟିଏ ସ୍ତ୍ରୀ ସଂପୂର୍ଣ୍ଣ ଜୀବନ ସ୍ଵାମୀ ଠାରୁ ଚଳିବା ପାଇଁ ଭତ୍ତା ମାଗି ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button