ଜୀବନଶୈଳୀ

ଦେହଜୀବୀ ବୋଲି କଣ ଆମ 22 ବର୍ଷର ଘରକୁ ଭାଙ୍ଗି ଆମକୁ ବେସାହାରା କରିଦେବ, ଏବେ କିଏ ଆମ ପାଇଁ ସାହା ଭରଷା ହେବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ହକି ବିଶ୍ଵକପ କୁ ଦୃଷ୍ଟିରେ ରଖି ରାଜଧାନୀରେ ବିଭିନ୍ନ ସମୟରେ ଉଛେଦ କରାଯାଉଛି ଏବଂ ବିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି, ରାସ୍ତାଘାଟରେ ଦୋକାନ ବଜାରକୁ ଉଠାଇ ଦିଆଯାଉଛି ଏବଂ ଘର ଗୁଡିକ ଭଙ୍ଗା ଯାଉଛି । ଭୁବନେଶ୍ଵର ସତସଙ୍ଗ ମନ୍ଦିର ସାମ୍ନାରେ ଯେଉଁମାନେ ସରକାରୀ ଜାଗାରେ ଘର କରି ରହୁଥିଲେ ତଥା ଦେହଜୀବୀ ମାନେ ରହୁଥିଲେ, ସେମାନଙ୍କ ଘର ମଧ୍ୟ ଉଛେଦ କରାଯାଉଛି ।

ବର୍ତ୍ତମାନ ଏହାକୁ ନେଇ ଦେହଜୀବୀ ମାନେ ଅଭିଯୋଗ କରିଛନ୍ତି ଯେ କାହିଁକି ତାଙ୍କୁ ଉଛେଦ କରାଗଲା ? ଯଦି ଉଛେଦ କରାଗଲା ତେବେ ଥଇଥାନ କାହିଁକି କରାଗଲା ନାହିଁ ? ଏହା ସହିତ କହିଛନ୍ତି ଯେ ଦୀର୍ଘଦିନ ଧରି ଏଠାରେ ରହି ଆସିଛୁ ଏବଂ ସୁପ୍ରିମକୋର୍ଟରୁ ଅଡର ଆସିଛି ଆମ ପାଇଁ ଯଦି ସୁପ୍ରିମ କୋର୍ଟ ରୁ ଅଡର ଆସିଛି ତେବେ ନ ଜଣାଇ ଏହିଭଳି ହଠାତ ଆସି ବିଏମସି ବାଲା ଭାଙ୍ଗିଦେବା କେତେଦୂରେ ଉଚିତ ?

ବର୍ତ୍ତମାନ ସେମାନେ କୁଆଡେ ଯିବେ ? ସାରା ରାତି ସେମାନେ ଗୋଟିଏ ଜାଗାରେ ପଡି ରହିଛନ୍ତି, ଖୋଳାମେଲା ରେ ସେହିଭଳି ଥଣ୍ଡାକାକରରେ ପଡି ରହିଛନ୍ତି । ଯଦି ସୁପ୍ରିମ କୋର୍ଟରୁ ଏହିଭଳି ଅଡର ଆସି ମଧ୍ୟ ଯଦି ଏହିଭଳି ହେବ ତେବେ ସେମାନେ କାହାକୁ ଭରୋଷା କରିବେ ତଥା କାହାକୁ ମାନିବେ ବୋଲି ପ୍ରଶ୍ନ କରିଛନ୍ତି । ସେମାନଙ୍କୁ ଭଡାଘର ମିଳୁନାହିଁ ତଥା ଅନ୍ୟ କିଛି ଉପାୟ ମଧ୍ୟ ସେମାନଙ୍କ ପାଖରେ ନାହିଁ, ସରକାରଙ୍କ ତରଫରୁ ତୁରନ୍ତ ଥଇଥାନର ବ୍ୟବସ୍ଥା କରାଯାଉ ବୋଲି ଦାବୀ କରିଛନ୍ତି ।

ଆଉ କେହି କେହି କହିଛନ୍ତି ଯେ ୨୦୦୦ ମସିହାରୁ ପ୍ରାୟ ୨୨ ବର୍ଷ ହେବ ସେମାନେ ଏଠାରେ ରହୁଛନ୍ତି । ସେମାନଙ୍କ ପାଖରେ ଆଧାରକାର୍ଡ ରହିବା ସହିତ ସବୁକିଛି ଅଛି ମାତ୍ର କିଛି ନ ଶୁଣି ହଠାତ ଆସି ଘର ଭାଙ୍ଗି ଏହିଭଳି ବିଛିନ୍ନ କରିଦେବା କେତେଦୂରେ ଠିକ ? ଦେହାଜୀବୀ ମାନେ ସେମାନଙ୍କୁ ୨ ଦିନ ସମୟ ମଧ୍ୟ ମାଗିଲେ କିନ୍ତୁ କେହି ଶୁଣିଲେ ନାହିଁ ଭଙ୍ଗାରୁଜା କରିଦେଲେ ।

ସରକାରଙ୍କର କିଛି ଗଣିକା ନୁହଁନ୍ତି ବୋଲି ପ୍ରଶ୍ନ କରି କହିଛନ୍ତି ଯେ ସେମାନେ ସରକାରଙ୍କୁ ଭୋଟ ଦେଉଛନ୍ତି ମାତ୍ର ତାଙ୍କର ଘର କିଛି ନାହିଁ ବୋଲି କ’ଣ ପାଇଁ ସେମାନେ ଏହା ଭାବି ଭାଙ୍ଗିଦେଲେ ? ସେଠାରେ କିଛି ଘର ଭଙ୍ଗାଯାଇଛି ତଥା କିଛି ଘର ଭଙ୍ଗା ଯାଇନାହିଁ, ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହିସବୁ ପ୍ରଶ୍ନ ର ଉତ୍ତର ସେମାନଙ୍କୁ ମିଳୁଛି କି ନା ତାହା ଦେଖିବାକୁ ବାକି ରହିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button