ମନୋରଞ୍ଜନ

‘ବହୁତ କଷ୍ଟରେ 50 ଟଙ୍କାରେ ଟ୍ୟୁସନ କରି ଘର ଚଳେଇଛି ମୁଁ, ହେଲେ ଆଜି ମୋ ଝିଅ ମୋ ନାଁ ରଖିଲା, ହିନ୍ଦୀ ଧାରାବାହିକରେ ସେ ମୋ ଠୁ ବି…’

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି କିଛି ଏଭଳି କଥା ସେୟାର କରିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିନେବା ସ୍ନିଗ୍ଧା ମହାନ୍ତିଙ୍କ ମନର କଥା । ସ୍ନିଗ୍ଧା ମହାନ୍ତି କହିଥିଲେ ଯେ ସେ ସବୁବେଳେ ଚାକିରୀ କରି ଆସିଛନ୍ତି । ଏହା ସହିତ ଘର ସଂସାର, ଝିଅ ସେଥିପାଇଁ ସେ ମେଗା ସିରିୟଲ ସୁଟିଙ୍ଗ କରି ପାରନ୍ତି ନାହିଁ ତଥା ଯେଉଁ ଅଫିସ ରେ ଟିକିଏ ସୁବିଧା ଥାଏ ସେଠାରେ କରିପାରନ୍ତି ନହେଲେ କରିପାରନ୍ତି ନାହିଁ ।

ସବୁକୁ ବାଲାନ୍ସ କରି ବର୍ତମାନ ପର୍ଯ୍ୟନ୍ତ ଚଳାଇ ଆସିଛନ୍ତି ଏବଂ ଆଗକୁ ମଧ୍ୟ ସେହିଭଳି ଆଗକୁ ନେବେ ବୋଲି ତାଙ୍କର ଆଶା ରହିଛି । ତାଙ୍କର ଜନ୍ମ କୋଲକତାରେ ହୋଇଛି ତଥା ସେ ଜଣେ ବେଙ୍ଗୋଲି ପରିବାରରୁ ବିଲଙ୍ଗସ କରନ୍ତି । କିନ୍ତୁ ତାଙ୍କୁ ଓଡିଶା ଏତେ ଭଲପାଇବା ଏତେ ସ୍ନେହଶ୍ରଦ୍ଧାରେ ଆପଣାଇ ନେଇଛି ସେଥିପାଇଁ ସେ ସବୁବେଳେ ଓଡିଶାପାଖରେ କୃତଜ୍ଞ ।

ଓଡିଶାବାସୀ କେବେ ମଧ୍ୟ ତାଙ୍କୁ ଅନୁଭବ କରିବାକୁ ଦେଇ ନାହାଁନ୍ତି ଯେ ସେ ଜଣେ ବେଙ୍ଗୋଲି ଅଟନ୍ତି ଏବଂ ଏଠାରେ ସବୁ ଓଡିଆ ଆର୍ଟିଷ୍ଟ ଅଛନ୍ତି । କେଉଁଦିନ ସେ ଅଭିନୟ ଦୁନିଆରେ ପାଦ ଦେଲେ ତଥା କିଭଳି ଅଭିନେତ୍ରୀ ସେ ଆଜିପର୍ଯ୍ୟନ୍ତ ଆଦୌ ଜାଣି ପାରିଲେ ନାହିଁ । ଯେତେବେଳେ ସ୍ନିଗ୍ଧା ମହାନ୍ତି ଫିଲ୍ମ ରେ ଅଭିନୟ କରିଲେ ସେତେବେଳେ ଯେଉଁ ପ୍ରଥମ ପାଉଣା ତାଙ୍କୁ ମିଳିଥିଲା ସେଥିରେ ସେ କ’ଣ କ’ଣ କରିଥିଲେ ?

ତାହାକୁ ନେଇ ସେ କହିଛନ୍ତି ଯେ ସେତେବେଳେ ସେ ବହୁତ ଅଭାବୀ ପରିବାରରୁ ସେ ଥିଲେ ତେଣୁ ପରିବାରରେ ହିଁ ଖର୍ଚ୍ଚ ହୋଇଥିଲା । ଦିନ ଥିଲା ସେ ଖାଇବାକୁ ମଧ୍ୟ ପାଉନଥିଲେ ବହୁତ ଦୁଃଖକଷ୍ଟରେ ସେ ମଣିଷ ହୋଇଛନ୍ତି । ସ୍ନିଗ୍ଧା ମହାନ୍ତି ଙ୍କ ମା’ ପିଲାଦିନୁ ନଥିଲେ, ତାଙ୍କ ବାପା ବହୁତ ସଂଘର୍ଷ କରି ତାଙ୍କୁ ମଣିଷ କରିଛନ୍ତି । ଜୀବନରେ ବହୁତ କଷ୍ଟ ସେ କରିଛନ୍ତି ତଥା ଘର ଘର ବୁଲି ଟିଉସନ ମଧ୍ୟ କରିଛନ୍ତି ୫୦ ଟଙ୍କା ରେ ଟିଉସନ କରିଛନ୍ତି ଚଳିବାକୁ ।

ମାତ୍ର ପାଠଟି ସବୁବେଳେ ତାଙ୍କ ସହିତ ଇଣ୍ଟାକ୍ଟ ଥିଲା । ତାଙ୍କ ବାପା ସବୁବେଳେ ତାଙ୍କୁ ଏହା କହୁଥିଲେ ଯେ ଚିରା ପିନ୍ଧ ବରଂ ନ ଖାଅ କିନ୍ତୁ ପାଠ ପଢିବା ନିହାତି ଆବଶ୍ୟକ । ବହୁତ କଷ୍ଟରେ ତାଙ୍କ ବାପା ତାଙ୍କୁ ଇଂରାଜୀ ବିଦ୍ୟାଳୟରେ ପାଠ ପଢାଇଥିଲେ । ଯାହା କେବଳ ଗୋଟିଏ କାରଣ ଯେ ଆଜି ସେ ଏହିଭଳି ଜୀବନ ଅତିବାହିତ କରିପାରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button