ଜୀବନଶୈଳୀ

ଝିଅଟିର ବେକରେ ତିନି ଘଣ୍ଟା ଧରି ଗୁଡେଇ ହୋଇ ରହିଥିଲା ଏହି ସାପ, ଆଉ ତା’ ପରେ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଆଜିକାଲି ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ବିଷୟରେ ଆପଣ ଜାଣିଲେ ବିଶ୍ଵାସ କରିବେ ନାହିଁ । ଏହି ସବୁ ଘଟଣା ବିଭିନ୍ନ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଏହି ସବୁ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହିପରି ଏକ ଘଟଣା ଆମ ସାମ୍ନା ଆସିଛି । ଏହି ଘଟଣାଟି ହେଉଛି ଗୋଟେ ଝିଅର ବେକରେ ୩ ଘଣ୍ଟା ପର୍ଯ୍ୟନ୍ତ ସାପ ଗୁଡେଇ ହୋଇଥିଲା, ଏହାପରେ ଯାହା ହେଲା ଆସନ୍ତୁ ଜାଣିବା ।

ଏହି କିଛି ଦିନ ହେବ ଉତ୍ତର ପ୍ରଦେଶର କାନପୁରର ଏକ ମାମଲା ସାମ୍ନାକୁ ଆସିଛି । କାନପୁର ଅରଖେୟ ଥାନା କ୍ଷେତ୍ରରେ ରହୁଥିବା ଶ୍ରବଣ କୁମାରଙ୍କ ଝିଅ ଖୁସବୁ ଦୁଇ ପହର ସମୟରେ ସୋଇଥିଲେ । ଖୁସବୁ ଘର ବାହାର ଅଗଣାରେ ଶୋଇଥିଲେ । ଖୁସବୁ ଶୋଇଥିବା ସମୟରେ ତାଙ୍କ ବେକରେ ଏକ ସାପ ଗୁଡେଇ ହୋଇ ରହିଥିଲା । ହେଲେ ଖୁସବୁ ସେହି ସାପ ବିଷୟରେ ଜାଣି ନପାରି ଶୋଇ ରାହିଥିଲେ ।

ହେଲେ କିଛି ସମୟ ପରେ ଖୁସୁବୁଙ୍କ ଖୁଡୀ ଖୁସୁବୁଙ୍କ ଉପରେ ଥିବା ଚାଦରଙ୍କୁ ଟାଣି ଦେଇଥିଲେ । ଏହାପରେ ଖୁସୁବୁଙ୍କ ଖୁଡୀ ସେହି ଦୃଶ୍ୟକୁ ଦେଖି ଚକିତ ହୋଇଯାଇଥିଲେ । ସାପଟି ଖୁସୁବୁଙ୍କ ଗଳାରେ ଘୁରେଇ ହୋଇ ରହିଥିଲା ଓ ଫଣା ଉଠାଇ ଥିଲା । କିଛି ସମୟ ପରେ ଗାଁର ସମସ୍ତ ଲୋକ ସେହି ସ୍ଥାନରେ ପହଞ୍ଚିଥିଲେ । ସାପ ମଧ୍ୟ ସେହି ସମୟରେ ଖୁସୁବୁଙ୍କ ଗଳାରୁ ବାହାରି ଯାଇଥିଲା । ଖୁସୁବୁଙ୍କ ଘର ଲୋକ ଏହାକୁ ଦୟବିକ ଚମତ୍କାର ବୋଲି ଏହାକୁ ମାନି ଥିଲେ ।

କାରଣ ସାପ ଖୁସବୁଙ୍କ ଗଳାରେ ରହି ଦଂସନ କରିନଥିଲା, ଅର୍ଥାତ ଏହା ଏକ ବହୁତ ବଡ ଚମତ୍କାର ଅଟେ । ଯେଉଁ ସମୟରେ ଖୁସବୁଙ୍କ ଗଳାରେ ସାପ ଗୁଡେଇ ହୋଇ ରହିଥିଲା ସେହି ସମୟରେ ଖୁସବୁ ଗାଁ ଲୋକଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ଓ ସମସ୍ତଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ ।

ଏହାପରେ ସାପ ଖୁସବୁଙ୍କ ଗଳାରୁ ବାହାରି ଚାଲିଗଲା, ଏହା ପରେ ଖୁସବୁ ବେହୋସ ହୋଇ ଯାଇଥିଲେ । ହୋସ ଆସିବା ପରେ ଖୁସବୁ ନିଜ ପରିଜନ ମାନଙ୍କୁ କହିଥିଲେ ଯେ, ତାଙ୍କ ସ୍ଵପ୍ନରେ ନାଗ ଦେବତା ଆସିଥିଲେ । ସ୍ଵପ୍ନରେ ନାଗ ଦେବତା ଖୁସବୁଙ୍କ ପାଖକୁ ବହୁତ ଶୀଘ୍ର ଆସିବେ ବୋଲି କହିଥିଲେ । ଗାଁ ଲୋକମାନେ ଖୁସୁବୁଙ୍କର ସେହି ଅବସ୍ଥାକୁ ଦେଖି ଶିବଙ୍କ ଅବତାର ସହ ତୁଳନା କରିଥିଲେ । ଗାଁ ଲୋକମାନେ ଫୁଲ ଓ ଧୂପ ଦେଇ ଝିଅଟିର ପୂଜା ଅର୍ଚନା କରିବାକୁ ଲାଗିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button