ଦେଶ ବିଦେଶ
ପୁଣି ସ୍ୱରାଙ୍କ ବିବାଦୀୟ ସ୍ୱର : ଟ୍ଵିଟ୍ କରି ଭାରତୀୟ ସୈନିକଙ୍କୁ କହିଲେ ‘ବୋକା’

ବିବାଦରେ ଫସିବା ହେଉଛି ବଲିଉଡ୍ ହିରୋଇନ୍ ସ୍ୱରା ଭାସ୍କରଙ୍କ ଅଭ୍ୟାସ ହୋଇଗଲାଣି । କେତେବେଳେ ପଦ୍ମାବତ୍ ପାଇଁ ସଞ୍ଜୟ ଲିଲା ଭନସାଲିଙ୍କୁ ଖୋଲା ଚିଠି ତ ଆଉ କେବେ ବୀରେ ଦି େଓ୍ଵଡିଂର ଦୃଶ୍ୟକୁ ନେଇ ଟ୍ରୋଲ୍ । ଏମିତିକି ଭାରତରେ ପାକିସ୍ତାନକୁ ଓ ପାକିସ୍ତାନରେ ଭାରତକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି ସ୍ୱରା । ଏବେ ନୂଆ ବିବାଦରେ ଫସିଛନ୍ତି ଭାରତୀୟ ସୈନିକଙ୍କୁ ‘ବୋକା’ ବୋଲି କହି । ଟ୍ଵିଟ୍ କରି ଏକଥା ଲେଖିଛନ୍ତି ସ୍ୱରା । ଏହା ବ୍ୟତୀତ ମବ୍ ଲିଞ୍ଚିଙ୍ଗ ଓ ଅନର କିଲିଂ ଉପରେ ମଧ୍ୟ ଟ୍ଵିଟ୍ କରିଛନ୍ତି ।



