କ୍ରାଇମ
ବେଆଇନ ଚାଲାଣ ବେଳେ ଗୋରୁ ଗାଡି ଜବତ, ୨୦୦ରୁ ଅଧିକ ଉଦ୍ଧାର; ଉତ୍ତ୍ୟକ୍ତ ଲୋକେ ଗାଡ଼ି ଜାଳିଦେଲେ

ବେଆଇନ ଚାଲାଣ ବେଳେ ଗୋରୁ ଗାଡି ଅଟକ। ଭଦ୍ରକ ଅସୁରାଳୀ ଛକରେ ୭ଟି ପିକଅପ୍ ଭ୍ୟାନ୍କୁ ଅଟକ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଗାଡିରୁ ୨୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୨ଟି ଗୋରୁଙ୍କ ଜୀବନ ଯାଇଛି। ଅନ୍ୟ ଆହତ ଗୋରୁଙ୍କୁ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଗୋଟିଏ ଗାଡିକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଉତ୍ତଜେନାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଧୁଷୁରୀ ଥାନା ୧୫ବାଟିଆ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଏସବୁ ଗୋରୁ ଚାଲାଣ ହେଉଥିଲା।



