ଦେଶ ବିଦେଶ

ମାତା ବୈଷ୍ଣୋଦେବୀଙ୍କ ଯାତ୍ରା କରୁଥିବା ୯୯% ଲୋକ ଜାଣି ନାହାନ୍ତି ମା’ଙ୍କ ପବିତ୍ର ଗୁମ୍ଫାର ବଡ଼ ରହସ୍ୟ

ଆମ ଦେଶରେ ଆପଣମାନେ ବହୁ ଦେବୀ ମାତାଙ୍କ ମନ୍ଦିର ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ କିଛି ଖାସ ମନ୍ଦିର ମଧ୍ୟରୁ ମାତା ବୈଷ୍ଣୋଦେବୀଙ୍କ ମନ୍ଦିରକୁ ସବୁଠୁ ପବିତ୍ର ଓ ପ୍ରତ୍ୟକ୍ଷ ବୋଲି ଧରାଯାଏ। ମାତା ବୈଷ୍ଣ ଦେବୀଙ୍କ ମନ୍ଦିର ଜାମ୍ମୁ ଅଞ୍ଚଳରେ ଅବସ୍ଥିତ। ଏହି ମନ୍ଦିରରେ ମା’ ଲକ୍ଷ୍ମୀ, ମା’ ସରସ୍ବତୀ ଏବଂ ମହାକାଳୀ ବିରାଜମାନ କରିଛନ୍ତି। ମା’ ବୈଷ୍ଣୋଦେବୀଙ୍କ ଏହି ଦରବାର ସମୁଦ୍ର ପତନରୁ ପ୍ରାୟ ୪୮୦୦୦ ଫୁଟ ଉଚ୍ଚତାରେ ରହିଛି। ମାତାଙ୍କର ଗୁମ୍ଫା, ଯାହାକୁ ମାତାଙ୍କ ଭବନ ବୋଲି କୁହାଯାଏ, ସେ ବିଷୟରେ ଜାଣନ୍ତୁ କିଛି ଅଜଣା ତଥ୍ୟ।

ଭଗବାନ ବିଷ୍ଣୁଙ୍କର ଅଂଶରୁ ଉତ୍ପନ୍ନ ମା ବୈଷ୍ଣୋଙ୍କର ଅନ୍ୟ ଏକ ନାମ ଦେବୀ ତ୍ରିକୂଟା । ଦେବୀ ତ୍ରିକୂଟା ବା ବୈଷ୍ଣୋଦେବୀଙ୍କର ନିବାସ ସ୍ଥାନ ଜମ୍ମୁ ମାଣିକ ପାହାଡ଼ର ତ୍ରିକୂଟା ଠାରେ ଏକ ଗୁମ୍ଫାରେ ରହିଛି। ଦେବୀ ତ୍ରିକୂଟାଙ୍କର ନିବାସ କାରଣରୁ ମାତାଙ୍କ ନିବାସ ସ୍ଥାନକୁ ତ୍ରିକୂଟ ପର୍ବତ ବୋଲି କୁହାଯାଏ।

devi maaଆପଣ ଯଦି ମାତାଙ୍କ ଦରବାରରେ ହାଜିରା ଲଗାଇଛନ୍ତି ତେବେ ଆପଣଙ୍କୁ ଜଣାଥିବ ଯେ ମା’ଙ୍କ ନିବାସ ପର୍ବତ ଉପରେ ଥିବା ଏକ ଗୁମ୍ଫାରେ ରହିଛି। ଭକ୍ତଙ୍କର ପ୍ରବଳ ସମାଗମ ଯୋଗୁଁ ଆପଣ ଏହି ପବିତ୍ର ଗୁମ୍ଫାର ଦର୍ଶନ କରିବାକୁ ବହୁତ କମ୍ ସମୟ ପାଇଥିବେ। ଏଥିପାଇଁ ଏହି ଗୁମ୍ଫା ବିଷୟରେ ଅନେକ ତଥ୍ୟ ରହିଛି ଯାହା ଆପଣଙ୍କୁ ଜଣାନାହିଁ। ତେବେ ଆଜି ଆମେ ଜଣାଇବୁ ମା’ଙ୍କ ଦରବାରର ଅନେକ ରୋଚକ ତଥ୍ୟ।

ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ବର୍ତ୍ତମାନ ଯେଉଁ ରାସ୍ତାର ବ୍ୟବହାର କରାଯାଉଛି ତାହା ଗୁମ୍ଫାକୁ ପ୍ରବେଶ କରିବାର ପାକ୍ରୁତିକ ରାସ୍ତା ନୁହେଁ। ଶ୍ରଦ୍ଧାଳୁଙ୍କ ବଢ଼ୁଥିବା ସଂଖ୍ୟାକୁ ଲକ୍ଷ କରି କୃତ୍ରିମ ରାସ୍ତାର ନିର୍ମାଣ ୧୯୭୭ରେ କରଗଲା। ବର୍ତ୍ତମାନ ଏହି ରାସ୍ତା ଦେଇ ଶ୍ରଦ୍ଧାଳୁ ମାତାଙ୍କ ଦରବାରରେ ପ୍ରବେଶ କରୁଛନ୍ତି।

deviକିଛି ଭାଗ୍ୟଶାଳୀ ଭକ୍ତଙ୍କୁ ପ୍ରାଚୀନ ଗୁମ୍ଫାରୁ ଆଜି ମଧ୍ୟ ମାତାଙ୍କ ଭବନରେ ପ୍ରବେଶ କରିବାର ସୌଭାଗ୍ୟ ମିଳିଯାଏ। ଏହାର ନିୟମ ରହିଛି ଯେ ଯେତେବେଳେ ୧୦ ହଜାରରୁ କମ୍ ଶ୍ରଦ୍ଧାଳୁ ହୋଇଥାନ୍ତି ସେତେବେଳେ ପ୍ରାଚୀନ ଗୁମ୍ଫାର ଦ୍ବାର ଖୋଲା ଯାଇଥାଏ। ଏହା ପ୍ରାୟତଃ ଶୀତ ଋତୁର ଡିସେମ୍ବର ଏବଂ ଜାନୁୟାରୀ ମାସରେ ହୋଇଥାଏ।

ଏହି ପବିତ୍ର ଗୁମ୍ଫାର ଲମ୍ବ ୯୮ ଫୁଟ । ଗୁମ୍ଫା ମଧ୍ୟକୁ ପ୍ରବେଶ ଏବଂ ପ୍ରସ୍ଥାନ କରିବା ପାଇଁ ଦୁଇଟି କୃତ୍ରିମ ରାସ୍ତା ତିଆରି କରାଯାଇଛି। ଏହି ଗୁମ୍ଫାରେ ଗୋଟିଏ ବଡ଼ ମଣ୍ଡପ ନିର୍ମିତ ହୋଇଛି। ମଣ୍ଡପରେ ରହିଛି ମାତାଙ୍କ ଆସନ । ଯେଉଁଠି ଦେବୀ ତ୍ରିକୂଟା ନିଜର ମାତାଙ୍କ ସହିତ ବିରାଜମାନ ରହିଥାନ୍ତି।

deviମାତା ବୈଷ୍ଣୋଦେବୀଙ୍କ ଦରବାରରେ ପ୍ରାଚୀନ ଗୁମ୍ଫାର ବହୁତ ମହତ୍ତ୍ବ ରହିଛି। ଶ୍ରଦ୍ଧାଳୁ ଏହି ଗୁମ୍ଫାରୁ ମାତାଙ୍କ ଦର୍ଶନ କରିବା ପାଇଁ ଇଚ୍ଛା ରଖିଥାନ୍ତି। କାରଣ ଏହି ଗୁମ୍ଫାରେ ଭୈରବଙ୍କର ଶରୀର ରହିଥିବାର କୁହାଯାଏ। ମାତା ଏହିଠାରେ ହିଁ ନିଜର ତ୍ରିଶୂଳ ସାହାଯ୍ୟରେ ଭୈରବକୁ ମାରିଥିଲେ। ଭୈରବର ମୁଣ୍ଡ କଟି ଭୈରବ ଘାଟରେ ଚାଲି ଯାଇଥିଲା ଏବଂ ଶରୀର ସେହିଠାରେ ହିଁ ରହି ଯାଇଥିଲା।
ପ୍ରାଚୀନ ଗୁମ୍ଫାର ମହତ୍ତ୍ବ ଏଥିପାଇଁ ମଧ୍ୟ ରହିଛି, କାରଣ ଏଥିରେ ପବିତ୍ର ଗଙ୍ଗାଜଳ ପ୍ରବାହିତ ହେଉଛି। ଶ୍ରଦ୍ଧାଳୁ ଏହି ଜଳରେ ସ୍ନାନ କରି ମା’ଙ୍କ ଦରବାରକୁ ଯାଇଥାନ୍ତି। ଯାହା ଏକ ଅଦ୍ଭୁତ ଅନୁଭବ ଅଟେ।

baishno deviମାତା ବୈଷ୍ଣଦେବୀଙ୍କ ଗୁମ୍ଫାର ସମ୍ବନ୍ଧ ଯାତ୍ରା ମାର୍ଗରେ ଏକ ପାହାଡ଼ ରହିଛି ଯାହାକୁ ଆଦି କୁଆଁରୀ ବା ଅର୍ଦ୍ଧକୁଆଁରୀ କୁହାଯାଏ। ଏଠାରେ ଅନ୍ୟ ଗୁମ୍ଫା ରହିଛି ଯାହା ଗର୍ଭଜୁଣ ନାମରେ ଜଣାଯାଏ। କୁହାଯାଏ ଯେ ମାତା ଏଠାରେ ୯ ମାସ ପର୍ଯ୍ଯନ୍ତ ସେହିଭଳି ଭାବେ ରହିଥିଲେ, ଯେମିତି ଏକ ଶିଶୁ ମା’ର ଗର୍ଭରେ ୯ ମାସ ପର୍ଯ୍ଯନ୍ତ ରହିଥାଏ। ଏଥିପାଇଁ ଏହି ଗୁମ୍ଫାକୁ ଗର୍ଭଜୁଣ ବୋଲି କୁହାଯାଏ।

ବିଶ୍ବାସ ରହିଛି ଯେ ଗର୍ଭଜୁଣକୁ ଯିବା ଦ୍ବାରା ମନୁଷ୍ୟକୁ ପୁଣି ଗର୍ଭକୁ ଯିବାକୁ ପଡେନାହିଁ। ଯଦି ମନୁଷ୍ୟ ଗର୍ଭକୁ ଆସିଥାଏ ତେବେ ଗର୍ଭରେ ତାକୁ କଷ୍ଟ ଉଠାଇବାକୁ ପଡିବ ନାହିଁ। ତାହାର ଜନ୍ମ ସୁଖ ଶାନ୍ତି ଏବଂ ବୈଭବରେ ଭରି ଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button