ଧର୍ମ

ଦେବ ଉତ୍ଥାନ ଏକାଦଶୀର ମାହାତ୍ମ୍ୟ, ଏବେ ଠାରୁ ଆରମ୍ଭ ହେବ ସମସ୍ତ ଶୁଭ କାର୍ଯ୍ୟ

ହିନ୍ଦୁ ଧର୍ମରେ ବହୁ ପର୍ବପର୍ବାଣି ପଡିଥାଏ । ସେଥି ମଧ୍ୟରୁ ଏକାଦଶୀ ପର୍ବ ଅନ୍ୟତମ । ଗୋଟିଏ ବର୍ଷରେ ୨୪ଟି ଏକାଦଶୀ ହୋଇଥାଏ ସେଥିରୁ ଚାରିଟି ବଡ ଏକାଦଶୀ ହୋଇଥାଏ । ଆଷାଢ, ଭାଦ୍ରବ, କାର୍ତ୍ତିକ ଓ ମାଘ ମାସରେ ଚାରିଟି ବଡ଼ ଏକାଦଶୀ ହୋଇଥାଏ । ବହୁ ହିନ୍ଦୁ ଧର୍ମାବଲମ୍ବିମାନେ ଏହି ଏକାଦଶୀ ପର୍ବ ପାଳନ କରିଥାନ୍ତି । ଏହି ଦିନରେ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସମସ୍ତ ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ ।

ଏହି ଦିନରେ ସମସ୍ତ ଭକ୍ତ ଠାକୁର ଦର୍ଶନ କରି ଶାକାହାରୀ ଭୋଜନ କରିଥାନ୍ତି ତ କିଏ ସର୍ବତ ଗ୍ରହଣ କରିଥାନ୍ତି କାରଣ ବଡ଼ ଏକାଦଶୀରେ ଚୁଲି ତଥା ଗ୍ୟାସରେ ରୋଷେଇ ହୋଇଥିବା ଖାଦ୍ୟ ଗ୍ରହଣ କରିନଥାନ୍ତି । ଏକାଦଶୀର ମାହାତ୍ମ୍ୟ ଅଲଗା ରହିଛି । ଏହି ଅବସରରେ ସୋରଡା ଜଗନ୍ନାଥ ମନ୍ଦିରରେ ହଜାର ହଜାର ଭକ୍ତ ଦର୍ଶନ କରିଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ । ସକାଳୁ ଠାକୁରଙ୍କ ମଙ୍ଗଳା ଆଳତି ପରେ ବାଳ ଭୋଗ ବେଶ ପରେ ଭକ୍ତଙ୍କ ଭୋଗ ହୋଇଛି । ସନ୍ଧ୍ୟାରେ ପୁଣି ଠାକୁରଙ୍କୁ ରାଜ ରଜୁଡା ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ଆଳତି ପରେ ମହାଦୀପ ସେବାୟତ ମନ୍ଦିର ନୀଳଚକ୍ରରେ ନୂଆ ପତାକା ବାନ୍ଧି ଦୀପ ସ୍ଥାପନ କରିଥିଲେ । ଆଷାଢ ମାସରେ ରଥଯାତ୍ରାରେ ରଥ ଉପରେ ପ୍ରଭୁ ଜଗନ୍ନାଥଙ୍କ ଏକାଦଶୀ ପାଳନ ହୁଏ ଏହାକୁ ହରିଶୟନ ଏକାଦଶୀ କୁହାଯାଏ । ଏହି ଦିନ ପରଠାରୁ ଚତୁର୍ମାସ୍ୟା ଆରମ୍ଭ ହୁଏ । ହିନ୍ଦୁ ଧର୍ମ ଅନୁଯାୟୀ, ଏହି ଚାରି ମାସରେ କୌଣସି ଶୁଭ କାମ ହୁଏ ନାହିଁ । କାରଣ ଏହି ଦିନ ଠାରୁ ଠାକୁର ଶୟନ କରିଥାନ୍ତି ।

ପୁଣି ଭାଦ୍ରବ ମାସରେ ବଡ ଏକାଦଶୀ ହୋଇଥାଏ ଏହାକୁ ପାର୍ଶ୍ଵ ପରିବର୍ତନ ଏକାଦଶୀ କୁହାଯାଏ ଏହି ଦିନରେ ଠାକୁର କଡ ଲେଉଟାଇଥାନ୍ତି ପୁଣି କାର୍ତ୍ତିକ ମାସରେ ବଡ ଏକାଦଶୀ ପାଳନ ହୁଏ । ଏହାକୁ ହରିଉଥାପନ ଏକାଦଶୀ କୁହାଯାଏ । ଯାହାକୁ ସମସ୍ତଙ୍କୁ ଶୁଭ ବେଳାରେ ଦର୍ଶନ ଦିଅନ୍ତି । ଏହି ଦିନ ଠାରୁ ଆରମ୍ଭ ହୁଏ ବିବାହ, ବ୍ରତ, ଘର ପ୍ରତିଷ୍ଠା, ହୋମ ଯଜ୍ଞ ସବୁ ଶୁଭ କାର୍ଯ୍ୟ । ଏହା ହେଉଛି ହରିଉଥାପନ ଏକାଦଶୀର ମାହାତ୍ମ୍ୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button