ଦେଶ ବିଦେଶ

ଖୁବ ସ୍ୱତନ୍ତ୍ର ବୁଢୀମାଁ ଠାକୁରାଣୀ ଯାତ୍ରା ବା ହରଗୈାରୀ ଯାତ୍ରା, ଦକ୍ଷିଣ ଭାରତୀୟ ପରମ୍ପରାରେ ହୁଏ ପୂଜା

ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ଯାନିଯାତ୍ରା ଭିତରୁ ବୁଢି ମା’ ଠାକୁରାଣୀ ବା ହରଗୈାରୀ ଯାତ୍ରାର ଆଜି ବି ବିଶେଷ ମହତ୍ଵ ରହିଛି । ସୋନପୁର ଗଡଯାତ ରାଜା ନୀଳାଦ୍ରି ସିଂହଦେଓଙ୍କ ଅମଳରୁ ଢେରା ସମ୍ପ୍ରଦାୟର ଲୋକେ ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି । ଆଶ୍ଵିନ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ଦିନ ସଂନ୍ଧ୍ୟାରେ ଏହି ସମ୍ପ୍ରଦାୟର ଇଷ୍ଟଦେବୀ ବୁଢୀମାଁ ଠାକୁରାଣୀଙ୍କ ପିଠିରେ ଦକ୍ଷିଣ ଭାରତୀୟ ପରମ୍ପରାରେ ପୂଜା କରି ଏହିଯାତ୍ରା ପାଳନ କରାଯାଇଥାଏ ।

ଏହି ଦିନ ସୁବର୍ଣ୍ଣପୁରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ନିଜସ୍ଵ ଜମିରୁ ଗଉରୀ ବା ଗଉରମା ଋପରେ ଧାନ ଗଛକୁ ଅଣାଯାଇ ଯାତ୍ରାପାଇଁ ତିଆରି ହୋଇଥିବା ସ୍ଵତନ୍ତ୍ର ମଞ୍ଚରେ ସ୍ଥାପନା କରାଯାଇଥାଏ । ସେହିପରି ଗୌରୀଙ୍କ ପଦାର୍ପଣ ପରେ ସୋନପୁରର ଏକ ବଣିଆ ଘରୁ ମହାଦେବ ବା ଏରଭାର୍ଦୃତୁ ସ୍ଵାମୀଙ୍କୁ ଅଣାଯାଇ ଗୈାରୀଙ୍କ ପାଖରେ ସ୍ଥାପନା କରାଯାଇଥାଏ । ଏହିଯାତ୍ରାରେ ଦକ୍ଷିଣ ଭାରତୀୟ ପିଠାପଣା ପ୍ରତିଦିନ ଏଠାରେ ଭୋଗ କରାଯାଇଥାଏ ।

ମା’ ପ୍ରତିଦିନ ଗମ୍ଭିରାରୁ ବାହାରି ଢେରାପଡାରେ ନଅର ପରିକ୍ରମା କରିବା ସହ ଦେବାଙ୍ଗଳୁ ସମ୍ପ୍ରଦାୟର ଘର ଅଗଣାରେ ଗୋଡ ଧୋଇ ଭୋଗ ଲାଗି ହୋଇଥାଏ । ଏହି ଯାତ୍ରାର ଏକ ବିଶେଷ ଆକର୍ଷଣ ହେଲା ଜଳପୂର୍ଣ୍ଣ ପରି ଗରିଆର ଉପରି ଭାଗରେ ତେଲଢାଳି ଦୀପ ପ୍ରଜ୍ଜଳନ କରାଯାଇଥାଏ । ବିଶ୍ଵାସ ରହିଛି କି ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ବର୍ଷ ତମାମ ପରିବାର ସୁଖ ଶାନ୍ତି ମିଳିଥାଏ । ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ହରଗୈାରୀ ଯାତ୍ରା ନଅ ଦିନ ଧରି ଅନୁଷ୍ଠିତ ହୋଇଥାଏ ।

ପରମ୍ପରା ଅନୁସାରେ ପରିବାରର ଯିଏ ଯେତେ ଦୂରରେ ଥିଲେ ମଧ୍ୟ ସମସ୍ତେ ଘରକୁ ଆସିଥାନ୍ତି । ହରଗୈାରୀ ବିରାଜିତ ହେବା ପରେ ପ୍ରତିଦିନ ସଂନ୍ଧ୍ୟାରେ ସାହିର ଯୁବକମାନଙ୍କ ଦ୍ଵାରା ବାଡିଖେଳ ହୋଇଥାଏ । ପରେ ଏକ ବାଢାଣ୍ୟ ପରିବେଶ ଭିତରେ ପଞ୍ଚବାଦ୍ୟରେ ଏକ ବିରାଟ ପଟୁୁଆରରେ ହର ଏବଂ ଗୈାରୀଙ୍କୁ ଧରି ସାହି ପରିକ୍ରମା କରିଥାନ୍ତି ଦୁଇଜଣ ବିବାହିତ ମହିଳା । ପ୍ରତିଟି ଦୁଆର ଅଗଣାରେ ହରଗୈାରୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।

ଏହି ସମୟରେ ଦାଣ୍ଡକୁମୁ ବା ତେଲୁଗୁ ସ୍ତୋତ୍ର ଗାନ କରାଯାଇ ଏକ ଖଣ୍ଡାଦ୍ଵାରା ଦେବ ଦେବୀଙ୍କୁ ବନ୍ଦାଣ କରାଯାଇଥାଏ । ସାହିର ଯୁବକମାନେ ମା’ଙ୍କ ପଛେ ପଛେ ଯାଇଥାନ୍ତି । ଲୋକଙ୍କ ମନୋରଞ୍ଜନ ସକାଶେ ପରେ ପରେ ବୁଢିମା ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସଂସ୍କୃତି ସମ୍ପର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲାରେ ଦେବାଙ୍ଗୁଳୁ ସମ୍ପ୍ରଦାୟାର ବୁଢିମାଁ ଯାତ୍ରା ବା ହରଗୈାରୀ ଯାତ୍ରା ଯେତିକି ନିଆରା ତାଠୁ ବଳି ଏଠାରେ ବସବାସ କରୁଥିବା ଲୋକଙ୍କ ଚାଲିଚଳଣ, ଐତିହ୍ୟ ଓ ପରମ୍ପରା ସେତିକି ମହାନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button