ବିଚାର

ମା’ ବିରଜାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ, ମା’ଙ୍କ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏଥିପାଇଁ ମା’ଙ୍କ ମୁଖ ଦର୍ଶନ ପାଇଁ ବଢ଼ି ଭୋରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଛି । ମା’ଙ୍କ ଗର୍ଭଗୃହକୁ ଯାଇ ମୁଖ ଦର୍ଶନ ଓ ଚରଣ ସ୍ପର୍ଶ ପାଇଁ ଶ୍ରଦ୍ଧାଳୁମାନେ ଲମ୍ବା ଲାଇନରେ ଛିଡା ହୋଇଥିଲେ । ମା’ଙ୍କ ନବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଗତକାଲି ମା’ଙ୍କ ରଥ ପ୍ରତିଷ୍ଠା ହୋଇଛି ।

ଆଜି ଠାରୁ ପ୍ରତ୍ୟେକ ଦିନ ମନ୍ଦିର ଚାରିପଟେ ମା’ ଙ୍କ ରଥ ପରିକ୍ରମା କରିବ । ବିଶ୍ୱାସ ରହିଛି ମା’ଙ୍କ ରଥଯାତ୍ରା ଓ ପାଦଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବ । ସେପଟେ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ମନ୍ଦୀର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଗତକାଲି ଠାରୁ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ନବରାତ୍ର ପୂଜା ।

ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ ହୋଇ ଉଠିଛି ଚଳଚଞ୍ଚଳ । ମା’ ଙ୍କ ମୁଖଦର୍ଶନ ପାଇଁ ବଢ଼ିଭୋରୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ । ଉଭୟ ପୁରୁଷ ଓ ମହିଳା ଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବାରିକେଟ । ବିଶ୍ୱାସ ରହିଛି ଏହି ନବରାତ୍ରରେ ମାଙ୍କ ମୁଖଦର୍ଶନ କଲେ ଅନେକ ପୂଣ୍ୟ ମିଳିିଥାଏ । ଏଥିପାଇଁ କାହିଁ କେତେ ଦୂର ଦୂରାନ୍ତରୁ ଛୁଟିଆସିଥିଲେ ଶ୍ରଦ୍ଧାଳୁ ।

ମା’ ବିରଜାଙ୍କ ପୀଠରେ ନବରାତ୍ର ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ଗତକାଲି ସଂଧ୍ୟାରେ ପ୍ରତିଷ୍ଠା ହୋଇଛି ମା’ଙ୍କ ସିଂହଧ୍ୱଜ ରଥ । ରଥପ୍ରତିଷ୍ଠା ହେବା ପରେ ମାଙ୍କ ଚଳନ୍ତି ପ୍ରତିମା ବିଜେ କରିଛନ୍ତି ରଥକୁ । ଆଜି ଠାରୁ ପ୍ରତ୍ୟେକ ଦିନ ମନ୍ଦୀର ଚତୁଃପାଶ୍ୱର୍ରେ ପରିକ୍ରମା କରିବେ ମା’ ।

ଏଭଳି ବିରଳ ପରମ୍ପରା ଅନ୍ୟ କୌଣସିଠାରେ ଦେଖିବାକୁ ମିଳୁନଥିବାରୁ ଶ୍ରଦ୍ଧାଳୁମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ମା’ଙ୍କୁ ଦର୍ଶନ କରିବା ପାଇଁ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ମା’ଙ୍କ ପୀଠରେ ଚାଲିଥିବା ଏହି ସ୍ୱତନ୍ତ୍ର ପୂଜା ଓ ରଥଯାତ୍ରା ଫଳରେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button