ଦେଶ ବିଦେଶ

ପାୱାରଗ୍ରିଡ୍ କର୍ପୋରେସନରେ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ପାୱାରଗ୍ରିଡ୍ କର୍ପୋରେସନ୍ ଅଫ୍  ଇଣ୍ଡିଆ ଲିମିଟେଡ୍ (PGCIL) ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀ ପାଇଁ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରିଛି । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୧୫ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଟେକନିକ୍ କ୍ଷେତ୍ରରେ ନିଜର କ୍ୟାରିୟର ବନାଇବାକୁ ଚାହଁୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଭଲ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୫ ସେପ୍ଟେମ୍ବରରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା : ଏହି ନିଯୁକ୍ତି ଭର୍ତ୍ତି ପାଇଁ ଆବେଦନକାରୀ ୧୦ମ, ITI, BE/B.Tech, BSc ନଚେତ୍ ସମ୍ବନ୍ଧିତ କ୍ଷେତ୍ରରେ ଡିପ୍ଲୋମା କରିଥିବା ଜରୁରୀ । ଏହି ସବୁ ଶିକ୍ଷାଗତ ଯୋଗ୍ୟତା ଥିଲେ ନିଯୁକ୍ତି ପାଇଁ ଆବେଦନ କରିପାରିବେ ।

ଜରୁରୀ ଡକ୍ୟୁମେଣ୍ଟ :

  • NATS/NAPS ପୋର୍ଟାଲରେ ଶିକ୍ଷାନବିସ ପଞ୍ଜିକରଣ ନମ୍ବର ଏବଂ ଅପଡେଟ୍ ହୋଇଥିବା ପ୍ରୋଫାଇଲ୍
  • ଶିକ୍ଷାଗତ ପ୍ରମାଣପତ୍ର ଏବଂ ମାର୍କସିଟର ସ୍କାନ କପି
  • ଆଧାର କାର୍ଡ, ପାସପୋର୍ଟ କିମ୍ବା ମାଟ୍ରିକ ସାର୍ଟିଫିକେଟ୍
  • ଜାତି ପ୍ରମାଣପତ୍ର
  • ବ୍ୟାଙ୍କ ପାସବୁକ୍ / ବାତିଲ୍ ଚେକ୍ ର କପି
  • ପାସ୍ପୋର୍ଟ ସାଇଜ୍ ଫଟୋ ଏବଂ ସିଗ୍ନେଚର

ଚୟନ ପ୍ରକ୍ରିୟା : ବିନା କୌଣସି ପରୀକ୍ଷା ଏବଂ ବିନା ଇଣ୍ଟରଭ୍ୟୁରେ ଚୟନ କରାଯିବ । ଯାହା ଏହି ନିଯୁକ୍ତି ପ୍ରିକ୍ରିୟାର ବିଶେଷତା । ଆବେଦନକାରୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ସର୍ଟଲିଷ୍ଟ କରାଯିବ। ସର୍ଟଲିଷ୍ଟ  ପ୍ରାର୍ଥୀମାନଙ୍କୁ ଡକାଯିବ । ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପରେ ହିଁ ଶେଷ ଚୟନ ତାଲିକା ପ୍ରସ୍ତୁତ କରାଯିବ। ଯେଉଁ ପ୍ରାର୍ଥୀଙ୍କ ନାମ  ତାଲିକାରେ ସାମିଲ ଥିବ ସେମାନଙ୍କୁ ସିଧାସଳଖ ଆପ୍ରେଣ୍ଟିସ୍ ପାଇଁ ନିଯୁକ୍ତି ଦିଆଯିବ। ଏହି ଆପ୍ରେଣ୍ଟିସ୍ ୧୨ ମାସ କିମ୍ବା ଗୋଟିଏ ବର୍ଷ ପାଇଁ ହେବ ।

ଆବେଦନ ପ୍ରକ୍ରିୟା :

ଆବେଦନକାରୀ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ଏହା ପରେ ଏହାର ହୋମପେଜର ରିକ୍ର୍ୟୁଟମେଣ୍ଟ ସେକ୍ସନକୁ ଯାଆନ୍ତୁ ।

ଏହା ପରେ ଆବେଦନକାରୀଙ୍କୁ ଅନଲାଇନ୍ ମାଧ୍ୟମରେ ଆବେଦନ ଫର୍ମ ମିଳିବ ।

ଆବେଦନକାରୀ ଧ୍ୟାନର ସହିତ ଆବଶ୍ୟକୀୟ ସୂଚନା ଭଲଭାବରେ ପୂରଣ କରିବା ସହିତ ଜରୁରୀ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବା ଉଚିତ।

ଶେଷରେ ଆବେଦନ ଦାଖଲ କରିବା ପରେ ଏହାର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତରେ ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button