ବିଚାର

ରୋଜଭ୍ୟାଲି ଚିଟଫଣ୍ଡ ମାମଲା, ଜମାକାରୀଙ୍କୁ ଫେରସ୍ତ ମିଳିବ ଟଙ୍କା, କିଏ ପାଇବ କେତେ ଟଙ୍କା? ଜାଣନ୍ତୁ

ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରିଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦେବାକୁ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଚିଟପଣ୍ଡ ଅଦାଲତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ବଡ ରାୟ । ଅଦାଲତଙ୍କ ଏହି ରାୟ ପରେ ମୋଟ ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀ ଟଙ୍କା ଫେରସ୍ତ ପାଇପାରିବେ । ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ବଡ ଖବର । ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଅଦାଲତ ।

ଆରଆଇ ଓ ପଞ୍ଚାୟତ ସ୍ତରରେ ଚିହ୍ନଟ କରାଯାଇଥିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିବ । ୭ ହଜାର ଟଙ୍କାରୁ କମ ଜମାକାରୀଙ୍କୁ ସଂମ୍ପୃଣ୍ଣ ଟଙ୍କା ପ୍ରଦାନ କରାଯିବ । ଖାସକରି ଜମାକାରୀଙ୍କ ମଧ୍ୟରୁ ଚିହ୍ନଟ କରାଯାଇଥିବା କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜମାକାରୀ ମାନଙ୍କୁ ଅନଲାଇନ ମାଧ୍ୟମରେ ଟଙ୍କା ପ୍ରଦାନ କରାଯିବ ।

 

କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଦିଆଯିବାକୁ ଥିବା ଟଙ୍କା କମ୍ପିଟେଣ୍ଟ ଅଥରୋଟି ମାଧ୍ୟମରେ ଟଙ୍କା ପ୍ରଦାନ କରିବେ । ୨୦୧୫ ମସିହାରେ ରୋଜଭ୍ୟାଲି କମ୍ପାନୀର ସମ୍ପତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ଚିଟଫଣ୍ଡ କୋର୍ଟ । ୭ ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ଜମାକାରୀଙ୍କୁ ବଳକା ୩ ହଜାର ଟଙ୍କାର ୫୨ ପ୍ରତିଶତ ଟଙ୍କା ପ୍ରଦାନ କରାଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button