ଦେଶ ବିଦେଶ

ବ୍ୟାଙ୍କ ଅଫ୍ ବରୋଦାରେ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ବ୍ୟାଙ୍କ ଅଫ୍ ବରୋଦା ଲୋକାଲ ବ୍ୟାଙ୍କ ଅଫିସର ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ । ଏହି ନିଯୁକ୍ତି ପାଇଁ ୨୫୦୦ ପଦବୀ ଖାଲି ପଡିଛି । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଚ୍ଛୁକ ପ୍ରାର୍ଥୀ ଏବେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୨୫୦୦

ଅଣସଂରକ୍ଷିତ-୧୦୪୩

ଏସସି-୩୬୭

ଏସଟି-୧୭୮

ଓବିସି-୬୬୭

EWS-୨୪୫

ଆବେଦନ ତାରିଖ : ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଯେକୌଣସି ଷ୍ଟ୍ରମରେ ବା ସବଜେକ୍ଟରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏହା ସହିତ ବ୍ୟାଙ୍କରେ କାମ କରିବାରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୫ ବର୍ଷ ଛାଡ କରାଯାଇଛି । ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୩ବର୍ଷ ଛାଡ କରାଯାଇଛି  ।

ଆବେଦନ ଶୁଳ୍କ : ଜେନେରାଲ, EWS ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି ।

ଚୟନ ପ୍ରକ୍ରିୟା : ଅନଲାଇନ ପରୀକ୍ଷା, ସାଇକୋମେଟ୍ରିକ୍ ପରୀକ୍ଷା, ଭାଷା ଦକ୍ଷତା ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଜରିଆରେ ଚୟନ ପ୍ରକ୍ରିୟା କରାଯିବ । ଅନଲାଇନ ପରୀକ୍ଷା ମାଧ୍ୟମରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କୁ ଭାଷା ଦକ୍ଷତା ପରୀକ୍ଷା ପାଇଁ ଡକାଯିବ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ୱେବସାଇଟକୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ ।

ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।

ଜରୁରୀ ଡକ୍ୟୁମେଣ୍ଟ ଏବଂ ଆବେଦନ ଶୁଳ୍କ ଦେଇ ଫର୍ମ ସବମିଟ କରନ୍ତୁ ।

ଶେଷରେ ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତରେ ଏହାକୁ ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button