ପ୍ରସାର ଭାରତୀରେ ଇଣ୍ଟର୍ଣ୍ଣସିପ୍ ପାଇଁ ସୁବର୍ଣ୍ଣ ସୁଯୋଗ, ମିଳିବ ଦରମା

ଭାରତର ଲୋକ ସେବା ପ୍ରସାରକ ପ୍ରସାର ଭାରତୀରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯେଉଁଥିରେ ଭିନ୍ନ ଭିନ୍ନ ଟେକନୋଲୋଜି ପଦବୀରେ ଇଣ୍ଟନସିପ ପାଇଁ ସୁବିଧା ରହିଛି । ଏହାର ରେଜିଷ୍ଟ୍ରେସନ ପୋସେସ୍ ଆରମ୍ଭ ହୋଇସାରିଛି । ଏହାର ଅଫିସିଆଲ ୱେବସାଇଟକୁ ଯାଇ ଫର୍ମ ପୂରଣ କରିପାରିବେ ।
ପଦବୀ ବିବରଣୀ : ୪୨୧
ଆବେଦନ ତାରିଖ : ୧୬ ଜୁନରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୩୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।
ଶିକ୍ଷାଗତ ଯୋଗ୍ୟତା : ଇଲେକ୍ଟ୍ରୋନିକ୍ସ, ଟେଲିକମ୍ୟୁନିକେସନ୍, ଇଲେକ୍ଟ୍ରିକାଲ୍, ସିଭିଲ୍, ଆଇଟି କିମ୍ବା କମ୍ପ୍ୟୁଟର ସାଇନ୍ସରେ ME/MTech ରେ BE/BTech କିମ୍ବା ମାଷ୍ଟର ଡିଗ୍ରୀ ଥିବା ପ୍ରାର୍ଥୀ ଏହି ଇଣ୍ଟନସିପ୍ ପାଇଁ ଆବେଦନ କରିପାରିବେ । ଏହା ବ୍ୟତୀତ ୨୦୨୪-୨୦୨୫ରେ ଡିଗ୍ରୀ ସମାପ୍ତ କରିଥିବା ନୂଆ ସ୍ନାତକ/ସ୍ନାତକୋତ୍ତର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ଗତ ବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ଆବେଦନ କରିପାରିବେ । ଜୋନ୍ ୱାଇଜ୍ ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରାଯାଇଛି ।
ଷ୍ଟାଇପେଣ୍ଟ :
ଟେକ୍ନିକାଲ୍ ଇଣ୍ଟର୍ଣ୍ଣସ୍ର ଭଲ ସୁବିଧା ପ୍ରାର୍ଥୀମାନଙ୍କୁ ମିଳିବ । ଏହାର ଅବଧି ୧ବର୍ଷ ରହିଛି । ଷ୍ଟାଇପେଣ୍ଟରେ ପ୍ରତି ମାସରେ ପ୍ରାର୍ଥୀ ୨୫ ହଜାର ଟଙ୍କା ପାଇପାରିବେ ।
ଆବେଦନ ତାରିଖ :
ପ୍ରଥମେ ପ୍ରାର୍ଥୀମାନଙ୍କୁ ଡକ୍ୟୁମେଣ୍ଟର ସ୍କାନ କପି ଅପଲୋଡ କରିବାକୁ ପଡିବ ।
ଚୟନ ପାଇଁ ଲିଖିତ କିମ୍ବା ଇଣ୍ଟରଭ୍ୟୁର ବ୍ୟବସ୍ଥା କରାଯାଇପାରେ ।
ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରି ଆବେଦନ କରନ୍ତୁ ।



