ଦେଶ ବିଦେଶ

ଅଦ୍ଭୁତ ପରମ୍ପରାର ଦେଶ, ଯେଉଁଠି ଝିଅମାନେ ନିଜ ଜନ୍ମ କଲା ପିତାଙ୍କ ସହ କରନ୍ତି ବିବାହ

ପୃଥିବୀରେ ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାରର ପ୍ରାଚୀନ ପରମ୍ପରା ଦେଖିବାକୁ ମିଳେ । କିଛି ପରମ୍ପରା ଆମକୁ ପ୍ରାଚୀନତ୍ଵର ମହତ୍ୱ ବିଷୟରେ ଅବଗତ କରାଇଥିବା ବେଳେ ଆଉ କିଛି ପରମ୍ପରା ଆମକୁ ଏହାର ଭୟାବହତା ଏବଂ ଅମାନୁଷିକତାର ପରିଚୟ ଦେଇଥାଏ । ଏମିତି ଏକ ସ୍ଥାନ ହେଉଛି ବାଂଲାଦେଶର ଏକ ଗ୍ରାମ ଯେଉଁଠି ମଣ୍ଡି ଜନଜାତିର ପିତାମାନେ ନିଜ ଜନ୍ମିତ କନ୍ୟାକୁ ବିବାହ କରିବାର ରୀତି ରହିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ପରମ୍ପରା ବିଷୟରେ ।

ମଣ୍ଡି ଜାତିର ଏହି ଲୋକମାନେ ଉଭୟ ଭାରତ ଏବଂ ବଙ୍ଗଳାଦେଶରେ ବହୁଳ ପରିମାଣରେ ବାସ କରନ୍ତି । ଏମାନଙ୍କର ସଂଖ୍ୟା ପ୍ରାୟ ୨୦ ଲକ୍ଷ ଏବଂ ପରମ୍ପରା ଅନୁଯାୟୀ ଯଦି ଏହି ଜାତିର କୌଣସି ଝିଅ କମ ବୟସରେ ବିଧବା ହୁଏ ତେବେ ସେହି ସ୍ତ୍ରୀକୁ ତା ମୃତ ପତିଙ୍କ ପରିବାରର କୌଣସି ପୁରୁଷକୁ ବିବାହ କରିବାକୁ ପଡିଥାଏ । ମାନାଯାଏ ଯେ କମ ବୟସର ପତି ନୂଆ ପତ୍ନୀ ଏବଂ ତା ଝିଅର ସମ୍ପୂର୍ଣ୍ଣ ରୂପେ ସୁରକ୍ଷା କରିପାରେ ।

ଆହୁରି ମଧ୍ୟ ପଢନ୍ତୁ: ରାମାୟଣର ଅଜଣା ରହସ୍ୟ : ଆଜି ମଧ୍ୟ ସୁରକ୍ଷିତ ରହିଛି ରାବଣର ଶବ

ଏହି ଜନଜାତିର ଓରୋଲା ନାମକ ଏକ`ଝିଅର କହିବା ଅନୁଯାୟୀ, ସେ ଯେତେବେଳେ ବହୁତ ଛୋଟ ଥିଲା ତାର ବାପା ମାରି ଯାଇଥିଲେ ଏବଂ ତା ମାଙ୍କର ଦ୍ଵିତୀୟ ବିବାହ ହୋଇଥିଲା । ସେବେଠାରୁ ସେ ନିଜ ଦ୍ଵିତୀୟ ପିତାଙ୍କୁ ନିଜର ସ୍ୱାମୀରୂପେ ଗ୍ରହଣ କରିଛି ଏବଂ ତାଙ୍କ ଔରସରୁ ତାର ତିନୋଟି ପିଲା ଅଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ଯେ ତାର ସେହି ପିତାଙ୍କଠାରୁ ତା ମାଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି । ମଣ୍ଡି ଜନଜାତିର ଏହି ଝିଅମାନେ ପିଲାଦିନୁ ନିଜ ପିତାଙ୍କୁ ବିବାହ କରିବାର ସ୍ବପ୍ନ ଦେଖିଥାନ୍ତି କାରଣ ଏହି ପରମ୍ପରା ଶହ ଶହ ବର୍ଷ ଧରି ପ୍ରଚଳିତ ଅଛି ।

ଯେତେବେଳେ ଭାରତ ଭଳି ଦେଶରେ କନ୍ୟାକୁ ଘରର ଲକ୍ଷ୍ମୀ ବୋଲି ବିବେଚନା କରାଯାଏ ଏବଂ ପିତା ନିଜ ଝିଅର ବିବାହ ଜାକଜମକରେ କରି ଶ୍ୱଶୁର ଘରକୁ ବିଦାୟ ଦେବାପାଇଁ ଦିନରାତି ପରିଶ୍ରମ କରିଥଏ, ସେତେବେଳେ ବାଂଲାଦେଶର ଏହି ପରମ୍ପରା ନିଶ୍ଚିତ ଭାବରେ ନିନ୍ଦନୀୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button