ଦେଶ ବିଦେଶ

୪ ବର୍ଷ ହେଲା ଟପଲେସ୍ ହୋଇ ବୁଲୁଛନ୍ତି ମହିଳା , କାରଣ ଜାଣି ହେବେ ଆଶ୍ଚର୍ଯ୍ଯ

ପୂରାତନ କାଳରୁ ହିଁ ସମାଜରେ ମହିଳା ଏବଂ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ କାନୁନ୍ ରହିଛି। ପୁରୁଷଙ୍କୁ ଜୀବନ ବଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିନଥିବା ବେଳେ ମହିଳାଙ୍କ ପାଇଁ ଏକ ନିଦ୍ଧିଷ୍ଟ ସୀମା ରହିଛି। ବର୍ତ୍ତମାନ ଏଥିରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଛି। କିନ୍ତୁ ଏବେ ମଧ୍ୟ ଅନେକ ପ୍ରକାରର ନିୟମ ରହିଛି ଯାହା ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଥାଏ। ଏହି ପାର୍ଥକ୍ୟକୁ ଦୂର କରିବା ପାଇଁ ଆମେରିକାରେ ଜଣେ ମହିଳା ପୁରୁଷଙ୍କ ଭଳି ଟପଲେସ୍ ହୋଇ ବୁଲୁଛନ୍ତି । ୨୭ ବର୍ଷର ଚେଲିସିଆ କୋଭିନଟନ୍ ବିଗତ ୪ ବର୍ଷରେ ଆମେରିକାର ବିଭିନ୍ନ ପ୍ରାନ୍ତରେ ଟପଲେସ୍ ହୋଇ ବୁଲୁଛନ୍ତି।

ସୂଚନା ଅନୁଯାୟୀ , ଦୁନିଆରେ ସମସ୍ତ ଦେଶ ମାନଙ୍କରୁ ଆଗୁଆ ରହିଥିଲେ ମଧ୍ୟ ମହିଳାଙ୍କୁ ସମାନତା ଦେବାରେ ଆମେରିକାରେ ପଛୁଆ ରହିଛି। ଯଦି ପୁରୁଷ ଟପଲେସ୍ ହୋଇ ରାସ୍ତାରେ ବୁଲି ପାରୁଛନ୍ତି ତେବେ ମହିଳା କାହିଁକି ନୁହଁ। ଏହି ପ୍ରତିବାଦ ରଖି ବିଗତ ୪ ବର୍ଷ ହେବ ନିର୍ଭୟରେ ଟପଲେସ ହୋଇ ବୁଲୁଛନ୍ତି ୨୭ ବର୍ଷର ଚେଲିସିଆ କୋଭିନଟନ୍।

ସେ ଗୋ ଟପଲେସ୍ ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି ଯାହା ଦ୍ବାରା ମହିଳା ମଧ୍ୟ ବିନା କୌଣସି ଭୟରେ ର୍ନିବସ୍ତ୍ର ସମାଜରେ ଚଳପ୍ରଚଳ ହୋଇପାରିବେ। ତେବେ ଏହା ପୂର୍ବରୁ ୨୦୧୪ ମସିହାରେ ବିଲିସ ନାମକ ଜଣେ ମହିଳା ନ୍ୟୁୟର୍କରେ ଇନଷ୍ଟାଗ୍ରାମରେ ସେନ୍ସରସିଫ୍ ପଲିସି ବିରୋଧରେ ଟପଲେସ୍ ହୋଇ ବୁଲିଥିଲେ । ତାଙ୍କୁ ଏଥିରେ ଅନେକ ମହିଳା ସାଥ୍ ଦେଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button