ମନୋରଞ୍ଜନ

ଆନିଭର୍ସସାରୀରେ ଖୁସି ଖବର ଦେଲେ ଅଭିନେତା ରଣଦୀପ ହୁଡା, ସୋସିଆଲ ମିଡିଆରେ ପୋଷ୍ଟ କଲେ ସେୟାର

ବଲିଉଡ ଅଭିନେତା ରଣଦୀପ ହୁଡା ତାଙ୍କ ପତ୍ନୀ ଲିନ୍ ଲାଇଶ୍ରାମଙ୍କ ସହ ଆଜି ତାଙ୍କର ଦ୍ୱିତୀୟ ଆନିଭର୍ସସାରୀ ପାଳନ କରୁଛନ୍ତି । ଏହି ଅବସରରେ ରଣଦୀପ ଏକ ପୋଷ୍ଟ ସେୟାର କରି ତାଙ୍କର ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଖୁବ୍ ଶୀଘ୍ର ସେମାନେ ବାପା-ମା ହେବାକୁ ଯାଉଥିବା କହିଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର ହେବା ପରେ ତାଙ୍କ ଫ୍ୟାନ୍ସ ଖୁସି ପ୍ରକାଶ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

ଅଭିନେତା ରଣଦୀପ ହୁଡା ଏବଂ ଲିନ୍ ଲାଇଶ୍ରାମ ସେମାନଙ୍କର ଦ୍ୱିତୀୟ ଆନିଭର୍ସସାରୀରେ ପ୍ରଥମ ସନ୍ତାନର ଖୁସିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଖୁସି ଖବର ପୋଷ୍ଟ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, “ଦୁଇ ବର୍ଷର ପ୍ରେମ ପରେ ଏବେ ଗୋଟିଏ କୁନି ଅତିଥି ଆସିବାକୁ ଯାଉଛି ।”

ଯଦି ସେମାନଙ୍କ ବିବାହ କଥା କୁହାଯାଏ ତେବେ ନଭେମ୍ବର ୨୯, ୨୦୨୩ ରେ ମଣିପୁରର ଇମ୍ଫାଲରେ ଏକ ପାରମ୍ପରିକ ବିବାହ ଉତ୍ସବରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବର୍ତ୍ତମାନ କିନ୍ତୁ ବାହାଘରର ୨ ବର୍ଷ ପରେ ଏହି ଖୁସି ଖବରକୁ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ଏହି ପୋଷ୍ଟ ଭାଇରଲ ହେବା ପରେ ଅଭିନନ୍ଦନର ସୁଅ ଛୁଟିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button