ବିଚାର

ନୂଆବର୍ଷରେ ମେଷ ରାଶି ଉପରେ ଶନିଙ୍କ ସାଢେ ସାତେର ପ୍ରଭାବ, ଜାଣନ୍ତୁ ଏହାକୁ ଏଡ଼ାଇବାର ୫ଟି ଉପାୟ

୨୯ ମାର୍ଚ୍ଚ ୨୦୨୫ରୁ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସାଢେ ସାତେ ଆରମ୍ଭ ହୋଇଥିଲା । ଯାହାର ପ୍ରଭାବ ୨୦୨୬ରେ ମଧ୍ୟ ରହିବ ।  ସାଢେ ସାତେର ପ୍ରଥମ ପର୍ଯ୍ୟାୟ ମେଷ ଏବଂ ମୀନ ରାଶିରେ ଦ୍ବାଦଶ ଘରେ ଶନି ରହି ଏହା ଆରମ୍ଭ ହୋଇଥିଲା । ଏହି ସାଢେ ସାତେର ପ୍ରଭାବ ୨୦୩୨ ମସିହା ପର୍ଯ୍ୟନ୍ତ ରହିବ । ବାର୍ଷିକ ରାଶିଫଳ ଅନୁସାରେ ଏହାର ପ୍ରଭାବ ସିଧାସଳଖ ଜାତକର ଆର୍ଥିକ ଅବସ୍ଥା ଉପରେ ପଡ଼ିବ । ଯାହା ଫଳରେ ଟଙ୍କା ହାନି ଏବଂ ଅପବ୍ୟୟ ଖର୍ଚ୍ଚ ଆଦି ବଢିବ । ଏଥିସହିତ ନୂତନ କାର୍ଯ୍ୟରେ ଡେରି ହେବ । ତେବେ ଏହି ସବୁ ସମସ୍ୟା ଏଡ଼ାଇବା ପାଇଁ ୫ଟି ଉପାୟ ସମ୍ପର୍କରେ ଜାଣିବା ।

୧. ଛାୟା ଦାନର ୫ଟି ଶନିବାର : ଏକ ଲୁହା ପାତ୍ରରେ ସୋରିଷ ତେଲ ଭର୍ତ୍ତି କରନ୍ତୁ । ଶନିବାର ଦିନ ସକାଳେ ସେଥିରେ ଆପଣଙ୍କ ମୁହଁ ଦେଖନ୍ତୁ । ତାପରେ ସେହି ପାତ୍ର ସହିତ ତେଲକୁ ଶନି ମନ୍ଦିରରେ ଦାନ କରନ୍ତୁ । ଯାହା ଦ୍ବାରା ଆପଣଙ୍କ ସମସ୍ୟାକୁ ଦୂର କରିବ ।

୨.ହନୁମାନ ଚାଳିସା ପାଠ କରନ୍ତୁ : ଶନିଦେବ ହନୁମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ତାଙ୍କ ଭକ୍ତମାନଙ୍କୁ କଷ୍ଟ ଦେବେ ନାହିଁ । ତେଣୁ ପ୍ରତିଦିନ ହନୁମାନ ଚାଳିସା ପାଠ କରନ୍ତୁ । ମଙ୍ଗଳବାର ଏବଂ ଶନିବାର ଦିନ ଚମେଲିର ତେଲର ଦୀପ ଜାଳି ସିନ୍ଦୂର ଅର୍ପଣ କରନ୍ତୁ । ଏହା ସହିତ ଗୁଡ଼, ଚଣା, କିସମିସ୍ ମଧ୍ୟ ଅର୍ପଣ କରନ୍ତୁ ।

୩. ମାନବ ସେବା : ଅତି କମରେ ୧୦ ଜଣ ଅନ୍ଧ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ଆପଣଙ୍କ ଘର କିମ୍ବା ଅଫିସର ସଫାକାରୀ, ଶ୍ରମିକ କିମ୍ବା କର୍ମଚାରୀଙ୍କ ପ୍ରତି ଦୟାଳୁ ହୁଅନ୍ତୁ । ବେଳେ ବେଳେ ସେମାନଙ୍କୁ କିଛି ଟଙ୍କା ବା ପୋଷାକ ଦାନ କରନ୍ତୁ । ସେମାନଙ୍କ ଆଶୀର୍ବାଦ ଶନିଙ୍କ ଦଣ୍ଡକୁ ଆଶୀର୍ବାଦରେ ପରିଣତ କରିବ ।

୪. ପିପଲ ପୂଜା : ପ୍ରତି ଶନିବାର ପିପଲ ଗଛ ତଳେ ଏକ ସୋରିଷ ତେଲ ଦୀପ ଜଳାନ୍ତୁ ଏବଂ ଏହାକୁ ପରିକ୍ରମା କରନ୍ତୁ ।

୫. କାଉକୁ ରୁଟି ଖୁଆଇବା: ଶନିଦେବଙ୍କ ବାହନ ଏବଂ ପୂର୍ବପୁରୁଷଙ୍କ ପ୍ରତିନିଧି ହୋଇଥିବାରୁ ପ୍ରତିଦିନ କାଉକୁ ରୁଟି ଖୁଆଇବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button