ଦେଶ ବିଦେଶ

ଅଧିକ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ ବେଳ ହୁଁ ହୁଅନ୍ତୁ ସାବଧାନ, ନଚେତ ନଷ୍ଟ ହୋଇପାରେ ଆପଣଙ୍କ ଦାମ୍ପତ୍ୟ ଜୀବନ

ଶାରୀରିକ ସମ୍ପର୍କକୁ ଅନ୍ୟ ଉପାୟରେ ଉପଭୋଗ କରିବାକୁ ଲୋକମାନେ ସାଧାରଣତଃ ପର୍ଣ୍ଣ ବା ଅଶ୍ଳୀଳ ଫିଲ୍ମର ସାହାରା ନେଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପର୍ଣ୍ଣ ଫିଲ୍ମର କୁପ୍ରଭାବ ଆପଣଙ୍କ ପାରିବାରିକ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ। ମନୋରଞ୍ଜନ ନିମନ୍ତେ ମାତ୍ର କିଛି ମୁହୂର୍ତ୍ତ ପାଇଁ ଦେଖୁଥିବା ଫିଲ୍ମ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ଥରେ ପର୍ଣ୍ଣ ଫିଲ୍ମ ଦେଖିବା ଅଭ୍ୟାସରେ ପଡ଼ିଗଲେ ପ୍ରେମ ସମ୍ପର୍କ ହେଉ ବା ଦାମ୍ପତ୍ୟ ଜୀବନ ସହଜରେ ନଷ୍ଟ ହୋଇଯାଇଥାଏ। ଏହାର ପ୍ରଭାବ ଶାରୀରିକ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ।

ଦାମ୍ପତ୍ୟ ଜୀବନର ନୂତନ ଅନୁଭୂତିକୁ ସାଉଁଣ୍ଟିବା ବେଳେ ଯଦି ଆମେ ସାଥୀଙ୍କ ଠାରୁ ପର୍ଣ୍ଣ ମୁଭି ଭଳି ରେସ୍‌ପନ୍ସ ଚାହିଁବା ତେବେ ସମ୍ପର୍କ ଯେ କଳୁଷିତ ନ ହେବ ଏଥିରେ କୌଣସି ସନ୍ଦେହ ନାହିଁ। ପର୍ଣ୍ଣ ମୁଭି ଲୋକଙ୍କ ମାନସିକତାକୁ ମଧ୍ୟ ପରିବର୍ତ୍ତନ କରିଦିଏ। ଅଧିକ ପର୍ଣ୍ଣ ଫିଲ୍ମ ଦେଖିବା ଦ୍ୱାରା ଆମେ ଶରୀରକୁ କେବଳ ଯୌନ ସାମଗ୍ରୀ ଭଳି ଦେଖିବାକୁ ଲାଗିଥାଉ। ପର୍ଣ୍ଣ ମୁଭି ଭାବନାକୁ ହ୍ରାସ କରିବା ସହ ହିଂସା ବୃଦ୍ଧି କରିଥାଏ

ପର୍ଣ୍ଣ ଫିଲ୍ମରେ ସମ୍ଭୋଗକୁ ହିଂସାତ୍ମକ ଢଙ୍ଗରେ ଦର୍ଶାଯାଏ। ମାତ୍ର ପ୍ରକୃତ ଜୀବନରେ ଶାରୀରିକ ସମ୍ପର୍କ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ଆହୁରି ଦୃଢ଼ କରିଥାଏ। ଏହା ପରସ୍ପର ମଧ୍ୟରେ ସମ୍ପର୍କକୁ ମଜଭୁତ କରିବାରେ ମଧ୍ୟ ସାହାଯ୍ୟ କରେ। ପରସ୍ପର ପ୍ରତି ସମ୍ବେଦନଶୀଳତା ଓ ଭଲ ପାଇବା ଦର୍ଶାଏ। କିନ୍ତୁ ପର୍ଣ୍ଣରେ ମହିଳାଙ୍କୁ ଏକ ଉପଭୋଗ୍ୟ ସାମଗ୍ରୀ ଭାବେ ଦର୍ଶାଯାଏ। ଯାହା ଯେକୌଣସି ସମ୍ପର୍କକୁ ନଷ୍ଟ କରିବାକୁ ଯଥେଷ୍ଟ।

ଅଶ୍ଳୀଳ ଫିଲ୍ମ ଦେଖୁଥିବା ଲୋକଙ୍କ ଠାରେ ମାନସିକ ବିକୃତି ଭଳି ସମସ୍ୟା ଦେଖାଯିବା ଆଶଙ୍କା ଅଧିକ ରହିଥାଏ। ସେମାନେ ଖୁବ୍‌ଶୀଘ୍ର ଅବସାଦ ଓ ଚିନ୍ତାଗ୍ରସ୍ତ ହୋଇପଡ଼ିଥାନ୍ତି। ଏଭଳି ଫିଲ୍ମ ଲୋକମାନେ ସାଧାରଣତଃ ଏକାନ୍ତରେ ଦେଖିଥାନ୍ତି। ଯାହା ଫଳରେ କ୍ରମେ ଏହା ଅଭ୍ୟାସରେ ପରିଣତ ହୋଇଯାଏ ଓ ବ୍ୟକ୍ତି ସମାଜଠୁ ଦୂରେଇ ଯାଏ। ଏହାଦ୍ୱାରା ମନରେ ବିଭିନ୍ନ ଅପରାଧିକ ପ୍ରବୃତ୍ତି ଜାଗ୍ରତ ହୁଏ।

ଏକ ସର୍ଭେ ମୁତାବକ ଅଶ୍ଳୀଳ ଫିଲ୍ମ ଦେଖୁଥିବା ଲୋକେ ନିଜ ପାର୍ଟନରଙ୍କୁ କଷ୍ଟ ଦେବାକୁ ପସନ୍ଦ କରନ୍ତି। ସେ ଫିଲ୍ମରେ ଦେଖିଥିବା ସିନ୍‌କୁ ନିଜ ବାସ୍ତବିକ ଜୀବନରେ ଉପଯୋଗ କରିବାକୁ ଚାହିଁଥାନ୍ତି । ଏଥିରେ ଯଦି ସାଥୀ ତାଙ୍କ ସାଥ୍‌ ନ ଦିଅନ୍ତି ତେବେ ସେ ହିଂସାତ୍ମକ ଆଚରଣ କରିଥାନ୍ତି। ଏମିତିକି ସେମାନେ ନିଜ ପାର୍ଟନରକୁ ମାଡ଼ପିଟ୍‌ କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଇନଥାନ୍ତି। ଏହାଦ୍ୱାରା ମନରେ ନକାରାତ୍ମକ ଭାବନା ଅଧିକରୁ ଅଧିକ ବୃଦ୍ଧି ପାଇବା ଦ୍ୱାରା ସେ ପାର୍ଟନରଙ୍କୁ ସନ୍ଦେହ ମଧ୍ୟ କରିଥାନ୍ତି। ପର୍ଣ୍ଣରେ ଭଲ ପାଇବାକୁ ହିଂସାତ୍ମକ ଢଙ୍ଗରେ ପରିବେଷଣ କରାଯାଏ, କିନ୍ତୁ ପ୍ରକୃତରେ ସମ୍ପର୍କ ଏଭଳି ହୋଇନଥାଏ ବୋଲି ସର୍ଭେରେ ସ୍ପଷ୍ଟ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button