ନୀତି

ମକର ସଂକ୍ରାନ୍ତିରେ ମଜାରେ ଖାଆନ୍ତୁ ‘ରାଶି ପାମ୍ପଡ’, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତି

ମକର ସଂକ୍ରାନ୍ତି ଆସିବାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। ଏହି ଦିନରେ ଗୁଡି ଉଡାଇବାର ପରମ୍ପରା ରହିଛି। କିନ୍ତୁ ଏହା ସହିତ ଏହି ଦିନକୁ ରାଶିର ଦିନ ବୋଲି ମଧ୍ୟ କୁହାଯାଏ, ରାଶି ବିନା ଏହି ପର୍ବ ଅଧୁରା ଲାଗେ । ବଜାରରେ ମକର ପାଇଁ ରାଶିରେ ପ୍ରସ୍ତୁତ ଅନେକ ଜିନିଷ ଉପଲବ୍ଧ ହୋଇଥାଏ। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଘରେ ହିଁ କିଛି ସୁଦ୍ଧତାରେ ପ୍ରସ୍ତୁତ କରି ପିଲାଙ୍କୁ ତଥା ଘର ଲୋକଙ୍କୁ ଖୁଆଇବେ ତେବେ ଆପଣଙ୍କ ପାଇଁ ଆଣିଛୁ ‘ରାଶି ପାମ୍ପଡ’। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମ୍ରଗୀ

ରାଶି – ୧୦୦ ଗ୍ରାମ

ଗୁଡ – ୨୦୦ ଗ୍ରାମ

ଦେଶୀ ଘିଅ -୨ ଛୋଟ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ରାଶି ପାମ୍ପଡ ବନାଇବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଏକ ପ୍ୟାନ ନେଇ ଗରମ କରନ୍ତୁ। ଏହାପରେ ଏଥିରେ ରାଶି ପକାନ୍ତୁ। ଏହାକୁ ମଧ୍ୟମ ଆଞ୍ଚରେ ହାଲୁକା ଭାଜି ଦିଅନ୍ତୁ। ଭାଜି ରଖିଥିବା ରାଶିକୁ ଏକ ସଫା ପ୍ଲେଟରେ ବାହାର କରି ରଖନ୍ତୁ।

ଏହାପରେ ସେହି ପ୍ୟାନରେ ୧ ଛୋଟ ଘିଅ ପକାନ୍ତୁ। ଯେତେବେେଳେ ଘିଅ ଭଲଭାବେ ମିଶିଯାଏ ତେବେ ଏଥିରେ ଗୁଡ ପକାଇ ଚଲାନ୍ତୁ। ଗୁଡ ଭଲ ଭାବେ ମିଳାଇ ଗଲା ପରେ ଏଥିରେ ରାଶି ପକାନ୍ତୁ। ଏହାକୁ ଭଲ ଭାବରେ ଚଲାନ୍ତୁ।

ଏକ ବଡ ଥାଳିରେ ଘିଅ ଲଗାଇ ଚିକ୍କଣ କରିନିଅନ୍ତୁ ଏବଂ ଏହି ଥାଳିରେ ମିଶ୍ରଣକୁ ପକାଇ ଥଣ୍ଡା କରନ୍ତୁ ଏବଂ ଜମା ହେବା ପଯ୍ୟର୍ନ୍ତ ରଖନ୍ତୁ।

ହାଲୁକା ଭାବରେ ଏହା ଉପରେ ବେଲଣା ଚଲାଇ ଦିଅନ୍ତୁ ଏବଂ ସାମାନ୍ୟ ପତଳା ବେଲନ୍ତୁ। ଏହାପରେ ଧାରୁଆ ଛୁରିରେ ଏହାକୁ ନିଜ ମନ ପସନ୍ଦର ଆକାର ଦେଇ କାଟିନିଅନ୍ତୁ। ଏହାକୁ ଥଣ୍ଡା ହେବା ପଯ୍ୟର୍ନ୍ତ ରଖନ୍ତୁ ଏବଂ ପରେ ଏହାକୁ ଅଲଗା ଅଲଗା କରି ରଖନ୍ତୁ।

ଏବେ ଆପଣଙ୍କର ରାଶି ପାମ୍ପଡ ପ୍ରସ୍ତୁତ ହୋଇଯାଇଛି। ଏବେ ମକର ସଂକ୍ରାନ୍ତିରେ ଏହାର ମଜା ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button