ସ୍ୱାସ୍ଥ୍ୟ

ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବ୍ୟାପେ ହର୍ପିସ୍‌, ଜାଣନ୍ତୁ ଏହି ରୋଗ ହେଲେ ଶରୀରରେ ଦେଖାଯାଏ କି କି ଲକ୍ଷଣ

ଅସୁରକ୍ଷିତ ଯୌନ ସମ୍ପର୍କ ନିଜ ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆଣିଥାଏ। ସାଧାରଣତଃ ଲୋକଙ୍କର ଧାରଣା ରହିଛି ଯେ ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ଏଡ୍‌ସ ହୋଇଥାଏ। କିନ୍ତୁ ତାହା ଅଧା ସତ। ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ଏଡ୍‌ସ ସହ ହର୍ପିସ୍‌ ନାମକ ରୋଗ ମଧ୍ୟ ହୋଇଥାଏ। ଏହା ଏକ ମାରାତ୍ମକ ଚର୍ମ ରୋଗ। ଏହି ରୋଗରେ ସଂକ୍ରମିତ ହୋଇଥିବା ରୋଗୀର ପ୍ରାଇଭେର୍ଟ ପାର୍ଟ ସମେତ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ବ୍ରଣ ଭଳି ଛୋଟ ଛୋଟ ଫଳିଯାଏ। ଧୀରେ ଧୀରେ ଏଥିରେ ପାଣି ଜମି ଏହା ବଡ଼ ହୁଏ ଓ ଫାଟିଯାଏ। ଏହି ବିଷାକ୍ତ ପାଣି ଶରୀରର ଅନ୍ୟ ଅଙ୍ଗରେ ଲାଗିଲେ ସେଠାରେ ମଧ୍ୟ ସେଭଳି ଦାନା ଦାନା ଫଳେ। କ୍ରମଶଃ ଏହା ସାରା ଶରୀରକୁ ବ୍ୟାପିଯାଏ। ଥରେ ହର୍ପିସ ସମସ୍ୟା ଶରୀରରେ ଦେଖାଦେଲେ ଏହା ସମ୍ପୂର୍ଣ୍ଣ ଭାବେ ଭଲ ହୁଏ ନାହିଁ। ଏହି ସମସ୍ୟା ଦେଖାଦେଲେ ଶରୀରରେ ଆହୁରି ଅନେକ ଲକ୍ଷଣ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ହର୍ପିସ୍‌ର ଲକ୍ଷଣ…

Image result for unprotected sex

ହର୍ପିସ୍‌ର ପ୍ରଥମ ଲକ୍ଷଣ ହେଉଛି ଶରୀରରେ ଦାନା ହୋଇ ଫଳିଯିବା। ସାଧାରଣତଃ ଲୋକମାନେ ଏହାକୁ ଆଲର୍ଜି ଭାବି ଅଣଦେଖା କରିଥାନ୍ତି। କିନ୍ତୁ ହର୍ପିସ୍‌ରେ ଫଳିଥିବା ଦାନାରେ ପାଣି ଜମିଯାଏ। ଏହା ପ୍ରାଇଭେର୍ଟ ପାର୍ଟ ସମେତ ଅନ୍ୟ ଅଙ୍ଗରେ ମଧ୍ୟ ହୋଇଥାଏ। କ୍ରମେ ଏହାର ଆକାର ବୃଦ୍ଧି ପାଏ।

Image result for herpes

ହର୍ପିସ୍‌ରେ ଦାନା ହେବା ସହ ପ୍ରବଳ କୁଣ୍ଡେଇ ମଧ୍ୟ ହୋଇଥାଏ। ଏହି ରୋଗ ହେଲେ ଶରୀରର ଯୋନି, ଯୌନାଙ୍ଗ, ଗର୍ଭାଶୟ ଗ୍ରୀବା, ଲିଙ୍ଗ, ଜଙ୍ଘ ଭିତର ପାର୍ଶ୍ୱ ଆଦି ଭୟଙ୍କର ଭାବେ ସଂକ୍ରମିତ ହୋଇଥାଏ।

Image result for herpes

ଏହି ଘା’ ସଂସ୍ପର୍ଶରେ ପାଣି କିମ୍ବା ପରିସ୍ରା ଆସିିଲେ ପ୍ରବଳ ଜ୍ୱଳନ ହୁଏ। ଏହା ଏତେ ଜୋରରେ ପୋଡ଼ା ହୁଏ ଯେ ବ୍ୟକ୍ତି ଛଟପଟ ହୋଇଯାଏ। ଏହି ସମସ୍ୟା ଥିଲେ ପୀଡ଼ିତଙ୍କୁ ଆଣ୍ଠୁଗଣ୍ଠି ପୀଡ଼ା, ମୁଣ୍ଡ ବିନ୍ଧା ଓ ଥକାପଣ ଆଦି ଅନୁଭୂତ ହୋଇଥାଏ।

herpesଯଦି ଏସ୍‌ଏସ୍‌ବି-୨ ଯୋଗୁ ହର୍ପିସ୍‌ ହୋଇଥାଏ ତେବେ ରୋଗୀଙ୍କୁ ଫ୍ଲୁ ଭଳି ଲକ୍ଷଣ ନଜର ଆସିପାରେ। ଯଥା: ଶ୍ରୋଣୀଗ୍ରନ୍ଥି, ବେକ ଓ ଅଣ୍ଡରଆର୍ମ ତଳେ ସିଝିଯିବା, ଜ୍ୱର, ଥଣ୍ଡା ଲାଗିବା ଭଳି ସମସ୍ୟା ଦେଖାଦିଏ।

Image result for herpes

ହର୍ପିସ୍‌ ଏକ ଏଭଳି ରୋଗ ଯାହା ସମ୍ପୂର୍ଣ୍ଣ ଭଲ ହୋଇନଥାଏ। ଜୀବନସାରା ଏହି ରୋଗ ଶରୀରରେ ରହିଥାଏ। ଏଣୁ ସଂକ୍ରମିତ ସ୍ଥାନର ଅଧିକ ଯତ୍ନ ନେବା ଆବଶ୍ୟକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button