ଜୀବନଶୈଳୀ

ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ ସିନା କରିପାରିବ ହେଲା, ସେଇଟା ହେଇପାରିବନି…’ ଦେଖନ୍ତୁ ଶିକ୍ଷୟତ୍ରୀଙ୍କ ଜେଣ୍ଡର ଚେଞ୍ଜକୁ ନେଇ କଣ କହିଲେ କିନ୍ନର

ବନ୍ଧୁଗଣ, କିନ୍ନର ମାନଙ୍କ ଲିଙ୍ଗ ପରିବର୍ତ୍ତନ କୁ ନେଇ କିଛି ବିଶେଷ ମତ ଦେଇଛନ୍ତି ଜଣେ କିନ୍ନର । ତେବେ ସେ କଣ କହିଛନ୍ତି ଆସନ୍ତୁ ସେ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । କିନ୍ନର ଜଣଙ୍କ କହିଛନ୍ତି ଯେ ଦେଖିବାକୁ ଗଲେ ଏହା କେତେଦୂରେ ଠିକ ଆଉ କେତେଦୂରେ ଭୁଲ ସେ କହିପାରିବେ ନାହିଁ । ମାତ୍ର ତାଙ୍କୁ ଅନୁଭବ ହେଉଛି ଯେ ଜେଣ୍ଡର ବଦଳାଇବା ପରେ ସେ ୫ ଜଣଙ୍କ ସହିତ ରହିପାରିବେ, ମିଶି ପାରିବେ ତଥା ମନର ଢାଞ୍ଚା ଯାହା ଅଛି ତାହା କରିପାରିବେ ।

ଲୋକମାନେ ବିଭିନ୍ନ ପ୍ରକାରର କଥା କହୁଛନ୍ତି ଆତରା ସେ ସବୁକୁ ନେଇ ସେମାନେ ଚଳିପାରିବେ ନାହିଁ । ଜେଣ୍ଡର ବଦଳାଇ ଦେଲେ କେବଳ କ’ଣ କିନ୍ନର ନଚେତ କ’ଣ କିନ୍ନର ନୁହନ୍ତି କି ? ମାତ୍ର ସମସ୍ତେ କିନ୍ନର । ସୋଶାଇଟି ଚାଲିବା ପାଇଁ ହେଲେ ସମସ୍ତେ କିଛି ଟା କରୁଛନ୍ତି ଆମ୍ଭେ ମଧ୍ୟ ତାହା କରିବୁ ବୋଲି ତାଙ୍କ ମତ ବୋଲି ସେ କହିଛନ୍ତି । ସର୍ଜରୀ କରନ୍ତି ସେମାନେ ନିଜ ସଉକ ନିମନ୍ତେ ।

କିନ୍ନର ହୋଇ ୧୫ ବର୍ଷ ହେବ ସର୍ଜରୀ କରିଲେଣି ମାତ୍ର କେବେ ମଧ୍ୟ ମା’ ହୋଇପାରିବେ ନାହିଁ । ସେ ସବୁ ହୋଇଥିଲେ ସେ ତ ସଂପୂର୍ଣ୍ଣ ନାରୀ ହୋଇଥାନ୍ତେ କିନ୍ନର ଲାଇନରେ କାହିଁକି ଥାନ୍ତେ ? ଏହା ସହିତ ସେ କହିଛନ୍ତି ଯେ ଦେବକୀ ସିନା ହୋଇପାରିବେ ନାହିଁ ମାତ୍ର ଯଶୋଦା ନିଶ୍ଚିତ ଭାବରେ ହୋଇପାରିବେ ।

ଜେଣ୍ଡର ଯେତେ ଚେଞ୍ଜ କରିଲେ ମଧ୍ୟ ସେମାନେ କେବେ ମା’ ହୋଇପାରିବେ ନାହିଁ । ମାତ୍ର ମା’ ର ସ୍ନେହ ଦେଇ ପାଳିପାରିବେ, ସ୍ନେହ ମମତା ଦେଇ ପାରିବେ କିନ୍ତୁ ମା’ ଆଦୌ ହୋଇପାରିବେ ନାହିଁ । ମା ଯଦି ପ୍ରକୃତରେ ହୋଇଥାନ୍ତେ ତେବେ ମା’ କାହିଁ ଥିଲା ଏବଂ ମା’ ଶବ୍ଦ ଉଠିଲା କେଉଁଠାରୁ ? ସମସ୍ତେ ତ ମା’ ହୋଇଯାଇଥାନ୍ତେ । ଏଥିପାଇଁ ବହୁତ କିଛି କରିବାକୁ ହୁଏ ଦାଣ୍ଡରେ ଚାଲିବା ନିମନ୍ତେ ହେଲେ ବହୁତ କିଛି କରିବା ପାଇଁ ହେବ । ସେଥିପାଇଁ ସର୍ଜରୀ କରିବା ନିମନ୍ତେ ପଡୁଛି ।

ଏଥିରେ ବହୁତ ବିପଦ ଅଛି ସର୍ଜରୀ କରିବାକୁ ପଡୁଛି ତଥା ବହୁତ ପରିଶ୍ରମ କରିବାକୁ ପଡୁଛି କିନ୍ତୁ ଫଳ ସନ୍ତୋଷ ଜନକ ମିଳୁନାହିଁ । ଏହା ସହିତ କହିଛନ୍ତି ଯେ କିନ୍ନର ଜଣଙ୍କର ବୟଫ୍ରେଣ୍ଡ ମଧ୍ୟ ଅଛନ୍ତି ଏବଂ ସେ ସାଙ୍ଗ ହିସାବରେ ଯେ ପର୍ଯ୍ୟନ୍ତ ଅଛନ୍ତି ସେ ପର୍ଯ୍ୟନ୍ତ ଆଗକୁ ବହୁତ ଖୁସିରେ ରହିବେ । ମାତ୍ର ଏହା ନୁହେଁ ଯେ ତାଙ୍କ ଘରର ବୋହୂ ହେବେ, ମାତ୍ର ଯେ ପର୍ଯ୍ୟନ୍ତ ଅଛନ୍ତି ଏହିଭଳି ଭଲ ବନ୍ଧୁତ୍ଵା ନିଭାଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button