ନୀତି

ଆଜି ହିଁ ଛାଡି ଦିଅନ୍ତୁ ଏହି 3 ଟି ଅଭ୍ୟାସ ନ ହେଲେ ସାରା ଜୀବନ କରଜ ରେ ବୁଡି ରହିବେ- Chanakya Niti

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ସମାଜରେ ଦାରିଦ୍ର୍ୟତା ହେଉଛି ସବୁଠାରୁ ବଡ଼ ସମସ୍ୟା।ଯେଉଁ ଲୋକମାନେ ଦରିଦ୍ର ସୀମାରେଖା ର ତଳେ ରହୁଛନ୍ତି ସେମାନେ ନିଜର ପେଟ ପୋଷିବା ପାଇଁ କୌଣସି କାମ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି।ଏପରିକି ଅନେକ ଲୋକ ଅପରାଧିକ କାର୍ଯ୍ୟ ମଧ୍ୟ କରିଥାନ୍ତି । ସେହିପରି ଅନେକ ଲୋକ ଋଣ ଭାର ରେ ମଧ୍ୟ ବୁଡି ରହିଥାନ୍ତି । ଯଦି ଆପଣ ସମଗ୍ର ଜୀବନ ଋଣ ଭାର ରେ ରହି ଜୀବନ କାଟୁଛନ୍ତି ତେବେ ଆଜି ଆମେ ଏପରି କିଛି କହିବୁ ଯାହା ଦ୍ୱାରା ଆପଣ ଋଣ ମୁକ୍ତ ହୋଇପାରିବେ। ଚାଣକ୍ୟ ଙ୍କ ନିୟମ ଅନୁସାରେ ଆପଣ ନିଜର ଦାରିଦ୍ର୍ୟତା ଦୁର କରିପାରିବେ। ଏହି ନୀତି ଦ୍ୱାରା ଆପଣ ସବୁଦିନ ପାଇଁ ଋଣ ମୁକ୍ତ ହେବେ ଏବଂ ଦରିଦ୍ରତା ଦୁର ହେବ।ତେବେ ଆସନ୍ତୁ ବନ୍ଧୁଗଣ ଏହି ନୀତି ସମ୍ପର୍କରେ ଜାଣିବା ।

ଆଚାର୍ଯ୍ୟ ଚାଣକ୍ୟ ବହୁତ ଗୁଡିଏ ନୀତି ରଚନା କରିଛନ୍ତି।ଏହି ନୀତି ଦ୍ୱାରା ଅନେକ ବ୍ୟକ୍ତି ସଫଳ ହୋଇ ପାରିଛନ୍ତି।ଏହା ଜୀବନ ଜୀଇଁ ବାର ସଠିକ ମାଗ ଦର୍ଶନ ଦେଇଥାଏ। ଚାଣକ୍ୟ ଙ୍କ ନୀତି ବହୁତ ପୁରୁଣା ସମୟରୁ ଚାଲିଆସିଛି । ଏହା ଏବେ ମଧ୍ୟ ୧୦୦% ସଫଳ ହେଉଛି । ଲୋକ ମାନଙ୍କୁ ଚାଣକ୍ୟ ଙ୍କ ନୀତି କୁ ଭଲ ଭାବରେ ବୁଝିକି କାମ କଲେ ନିଶ୍ଚୟ ସଫଳ ମିଳିଥାଏ।

ମନୁଷ୍ୟ ମାନେ ଏପରି କିଛି କାର୍ଯ୍ୟ କରିଥାନ୍ତି ଯାହା ଦ୍ୱାରା ସେମାନେ ଦରିଦ୍ର ହୋଇ ଯାଇଥାନ୍ତି । ତେଣୁ ଚାଣକ୍ୟ ଏହି ସବୁ କାର୍ଯ୍ୟ ରୁ ଦୁରେଇ ରହିବା ପାଇଁ ନିଜ ନୀତି ଶାସ୍ତ୍ରରେ କହିଛନ୍ତି। ତାଙ୍କର ଏହିପରି ମହାନ ନୀତି ଦ୍ୱାରା ଅନେକ ବ୍ୟକ୍ତି ସଫଳତା ର ଶୀର୍ଷରେ ପହଞ୍ଚି ପାରିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ନୀତି ଗୁଡ଼ିକ କଣ ଅଟେ ।

ଚାଣକ୍ୟ ଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ନିଜ ଦାନ୍ତ କୁ ସଫା କରିନଥାଏ ତା ନିକଟକୁ କେବେ ବି ଧନ ଆସିନଥାଏ। ସେମାନେ ସବୁଦିନ ପାଇଁ ଗରିବ ହୋଇ ରହିଥାନ୍ତି । ସେମାନେ କେବେ ମଧ୍ୟ ଧନୀ ହୋଇପାରନ୍ତି ନାହିଁ।

ଯେଉଁ ବ୍ୟକ୍ତି ନିଜ ଚାରି ପାଖ ସଫା ରଖି ନଥାଏ ଏବଂ ମଇଳା କପଡା ପରିଧାନ କରନ୍ତି ତାଙ୍କ ପାଖକୁ ମଧ୍ୟ ଧନ ଆସିନଥାଏ । ସେ ସବୁଦିନ ପାଇଁ ଋଣ ଭାର ରେ ବୁଡି ରହିଥାଏ।ଏମିତି ଲୋକଙ୍କୁ ସମାଜରୁ ମଧ୍ୟ ସମ୍ମାନ ମିଳି ନଥାଏ।

ଯେଉଁ ବ୍ୟକ୍ତି ଆବଶ୍ୟକତା ଠାରୁ  ଅଧିକ ଭୋଜନ କରିଥାନ୍ତି ତାଙ୍କ ନିକଟକୁ ମଧ୍ୟ କେବେହେଲେ ଧନ ଆସିନଥାଏ । ଆବଶ୍ୟକତା ରୁ ଅଧିକ ଖାଦ୍ୟ ଖାଇବା ଦ୍ୱାରା ନିଜର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ।ତେଣୁ ଆବଶ୍ୟକତା ରୁ ଅଧିକ ଭୋଜନ କରିବା ଦ୍ୱାରା ମନୁଷ୍ୟ ର ଧନ ସହିତ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଆଞ୍ଚ ଆସିଥାଏ।

ଯେଉଁ ବ୍ୟକ୍ତି ଅଳସୁଆ ହୋଇଥାନ୍ତି ଏବଂ ବହୁତ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି ତାଙ୍କ ପାଖକୁ ମଧ୍ୟ ଧନ ଆସିନଥାଏ। ଏହି ପରି ଲୋକମାନେ ସବୁବେଳେ ଋଣ ରେ ବୁଡି କରି ରହିଥାନ୍ତି । ତେଣୁ ବନ୍ଧୁଗଣ ସକାଳେ ସବୁବେଳେ ଶୀଘ୍ର ଉଠିବା ଉଚିତ।

ତେବେ ବନ୍ଧୁଗଣ ଆପଣ ମଧ୍ୟ ଚାଣକ୍ୟ ଙ୍କ ନୀତି କୁ ଅନୁସରଣ କରନ୍ତୁ ଏବଂ ଜୀବନ ରେ କେବେ ବି ଋଣ ଭାର ରେ ବୁଡି ରୁହନ୍ତୁ ନାହିଁ ଏବଂ ଜଣେ ସଫଳ ବ୍ୟକ୍ତି ରୂପେ ପରିଗଣିତ ହୁଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button