ସ୍ୱାସ୍ଥ୍ୟ

ଯାତ୍ରା ସମୟରେ ବା -ନ୍ତି ଲାଗୁଛି କି ? ତ ଆପଣାନ୍ତୁ ଏହି ଦେଶୀ ଘରୋଇ ଉପାୟ- Baba Ramdev Tips

ଫ୍ରେଣ୍ଡ୍ସ ବୁଲିବାକୁ କାହାକୁ ଅବା ଭଲ ନ ଲାଗେ କିନ୍ତୁ କିଛି ଲୋକ ବୁଲିବା ସମୟରେ ବାନ୍ତି ଲାଗୁଥିବା କାରଣରୁ ଯାଇ ପାରନ୍ତି ନାହିଁ । କିଛି ଲୋକଙ୍କୁ ଗାଡି ରେ ଯାତ୍ରା କରିବା ସମୟରେ ବାନ୍ତି ଲାଗିଥାଏ । ଫଳରେ ବୁଲିବାକୁ ଇଚ୍ଛା ଥିଲେ ମଧ୍ୟ ବୁଲିବା ସଉକ ପୁରା କରି ପାରନ୍ତି ନାହିଁ । ବାନ୍ତି କାରଣରୁ ସର୍ବଦା ଗାଡିରେ ଯିବାକୁ ଇଗନୋର କରିଥାନ୍ତି । ତେବେ ସେଥି ପାଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଲାଭବାନ ହେଇପାରିବେ । ତେବେ ଚାଲନ୍ତୁ ଦେଖିବା ସେ ଘରୋଇ ଉପଚାର ସବୁ କଣ?

୧- ପ୍ରଥମ ଉପଚାର ହେଲା ଅଦା ଏଥିରେ ଏଣ୍ଟିମେଟିକ ଗୁଣ ରହିଥାଏ । ତେଣୁ ଯାତ୍ରା କରିବା ସମୟରେ ଆମେ ଅଦା ର ଚା କିମ୍ବା ଔଷଧ ଖାଇବା ଆବଶ୍ୟକ। ଏବଂ ନିଜ ପାଖରେ ଖଣ୍ଡେ ଅଦା ରଖିବା ମଧ୍ୟ ଆମ ପାଇଁ ଲାଭଦାୟକ ଅଟେ।

୨- ଦ୍ୱିତୀୟ ଘରୋଇ ଉପଚାର ହେଲା ଲେମ୍ବୁ । ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ ଯୋଗୁଁ ଯାତ୍ରା ସମୟରେ ଏହା ବାନ୍ତି ରୁ ରକ୍ଷା କରିଥାଏ । ଗୋଟେ ଗିଲାସ ଉଷୁମ ପାଣି ରେ ଲେମ୍ବୁ ଆଉ କଳା ଲୁଣ ମିଶ୍ରଣ କରି ପାଣି ପିଇଲେ ଆମକୁ ବାନ୍ତି ରୁ ରକ୍ଷା ଏବଂ ଟିକେ ଆରାମ ମିଳିଥାଏ । ଲେମ୍ବୁ କୁ ଶୁଙ୍ଘିବା ଦ୍ୱାରା ମଧ୍ୟ ଆମେ ବାନ୍ତି ରୁ ରକ୍ଷା ପାଇ ଥାଉ।

୩- ତୃତୀୟ ଘରୋଇ ଉପଚାର ହେଲା ଲବଙ୍ଗ। ଯାତ୍ରା ସମୟରେ ଯଦି ବାନ୍ତି ଲାଗେ ତେବେ ତୁରନ୍ତ ପାଟି ରେ ଲବଙ୍ଗ ପକେଇଦେବା ଏହାକୁ ନ ଚୋବାଇ ଖାଲି ତା ରସ କୁ ନେବା ଆବଶ୍ୟକ ଏହା ଦ୍ବାରା ଆମେ ବାନ୍ତି ରୁ ରକ୍ଷା ପାଇପାରିବା।

୪- ଚତୁର୍ଥ ଘରୋଇ ଉପଚାର ହେଉଛି ତୁଳସୀ ପତ୍ର। ଯଦି କେବେ ଦୀର୍ଘ ସମୟ ଧରି ଯାତ୍ରା କରୁଥିବେ ତେବେ ନିଜ ପାଖରେ ତୁଳସୀ ପତ୍ର କୁ ରଖିବା ଆବଶ୍ୟକ।ବାନ୍ତି କୁ ବନ୍ଦ କରିବା ରେ ଏହା ଠାରୁ ଆଉ ଭଲ ଉପାୟ ଆଉ କିଛି ନାହିଁ।

୫- ପଞ୍ଚମ ଘରୋଇ ଉପଚାର ହେଲା ଜୁଆଣି। ଯାତ୍ରା ସମୟରେ ବାନ୍ତି ଆସୁଥିଲେ ତେବେ ଜୁଆଣି କୁ ପାଟିରେ ପକାଇବା ଏହା ଦ୍ବାରା ବାନ୍ତି ଆଉ ଲାଗେନି। କିମ୍ବା ଜୁଆଣି ପୋଦିନା ଓ କର୍ପୂର କୁ ଖରାରେ ଶୁଖାଇ ତାକୁ ଏକ ବୋତଲ ରେ ରଖିଦେବା ଏବଂ ଯାତ୍ରା ସମୟରେ ବାନ୍ତି ଲାଗିଲା ବେଳେ ଏହା କୁ ପାଟିରେ ପକାଇବା ଦ୍ଵାରା ବାନ୍ତି ଆଉ ହବନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button