ସକାଳୁ ଉଠି ଦୈନିକ କରନ୍ତୁ ଏହି କାମ, ଦିନଟି ହେବ ସୁଖମୟ

ସକାଳ ସମୟ ଯଦି ଭଲରେ କଟିଯାଏ ତେବେ ପୂରା ଦିନଟା ଭଲରେ କଟିବ ବୋଲି କୁହାଯାଇଥାଏ। ଯେଉଁଦିନ ସକାଳଟା ଟିକେ ଖରାପ କଟେ ସେଦିନ ପୂରା ଦିନଟା ଖରାପ ହୋଇଯାଇଥାଏ। ଏଣୁ ଦିନକୁ ସୁଖମୟ କରିବା ପାଇଁ ପ୍ରାତଃ କାଳକୁ ସୁନ୍ଦରମୟ କରିବା ନିହାତି ଅଆବଶ୍ଯକ। ଏନେଇ ସକାଳୁ ଉଠିବା ମାତ୍ରେ ଏସବୁ କାମ କରିବାକୁ ଆଦୌ ଭୁଲନ୍ତୁ ନାହିଁ ଯାହା ନିମ୍ନରେ ଉଲ୍ଳେଖ କରାଯାଇଛି। ଦେଖିବେ ଆପଣଙ୍କ ଦିନ ଖୁବ୍ ସୁନ୍ଦରଭାବେ ବିତିବ।

-ସକାଳୁ ଆଖି ଖୋଲିବା ମାତ୍ରେ ପ୍ରଥମେ ହାତ ଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ଏହା କରିବା ଦ୍ବାରା ମନ ପ୍ରଫୁଲ୍ଲ ରହିବା ସହିତ ଯେକୌଣି କାର୍ଯ୍ୟ ପାଇଁ ଉତ୍ସାହିତ ଅନୁଭବ ହେବ। ଆପଣ ଆସ୍ତିକ ହୁଅନ୍ତୁ ବା ନାସ୍ତିକ ମାତ୍ର ପ୍ରାର୍ଥନାର ସୁଫଳ ସମସ୍ତଙ୍କ ପାଇଁ ସମାନ। ମନେ ରଖନ୍ତୁ ପ୍ରାର୍ଥନା ଭଗବାନଙ୍କ ପାଇଁ ନୁହେଁ, ନିଜ ମନ ପାଇଁ କରାଯାଇ ଥାଏ।
-ଖବରକାଗଜ ପଢ଼ିବା କିମ୍ବା ନ୍ଯୁଜ୍ ଚ୍ୟାନେଲ୍ ଲଗାଇ ଦେଖିବା ପୂର୍ବରୁ ପ୍ରଥମେ ନିଜ ମନ ପସନ୍ଦର କିଛି ଗୀତ ଶୁଣନ୍ତୁ। ଏପରି କରିବା ଦ୍ବାରା ଦିନଟି ମଧୁରମୟ ରହିବ। କାରଣ ସଂଗୀତରୁ ଆରମ୍ଭ ହୋଇଥିବା ଦିନ ଅନ୍ୟ ଦିନଠାରୁ ଭିନ୍ନ ହୋଇଥାଏ।
-.ଯେଉଁ କାର୍ଯ୍ଯ କଲେ ଆପଣଙ୍କ ମନ ଅଶାନ୍ତ ହୋଇଥାଏ। ତାହାକୁ ଭୁଲରେ ମଧ୍ୟ ସକାଳେ କରନ୍ତୁ ନାହିଁ।ଏହା ଦ୍ବାରା ଆପଣଙ୍କୁ ସାରା ଦିନ ଅଶାନ୍ତି ଅନୁଭବ ହୋଇଥାଏ।

-ସକାଳେ କିଛି ସମୟ ଯୋଗ , ବ୍ଯାୟାମ ଅଥବା କୌଣସି ପ୍ରକ୍୍ରୁତିକ ସ୍ଥାନରେ ବୁଲିବାକୁ ଯାଆନ୍ତୁ। ଏପରି କରିବା ଦ୍ବାରା ମନ ପ୍ରଫୁଲ୍ଲିତ ହୋଇଥାଏ। ବ୍ୟୟାମ କରିବା ଦ୍ୱାରା ହେଉଥିବା ରକ୍ତ ସଂଚାଳନ ଏବଂ ଶିରା ପ୍ରସାରଣ ସିଧା ସଳଖ ମନକୁ ପ୍ରଭାବିତ କରେ।
– ସକାଳ ଖାଇବା ହେଉଛି ଦିନ ଭିତରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ଏଣୁ ସକାଳ ସମୟରେ ସବୁବେଳେ ପେଟ ଭର୍ତ୍ତି ଖାଇବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କୁ ବିଭିନ୍ନ ରୋଗରୁ ଦୂର କରିବା ସହ ଫିଟ ମଧ୍ୟ ରଖିଥାଏ।



