ମନୋରଞ୍ଜନ

ଶହଡୋଲର ସମ୍ଭ୍ରାନ୍ତ ରାଜ ପରିବାରର ଝିଅ ଥିଲେ ଜେନେରାଲ Bipin Rawat ଙ୍କ ସହଧର୍ମିଣୀ Madhulika Rawat, ବିବାହ ଦିନରୁ ନେଇ ମରିବା ଯାଏଁ କେବେ ମଧ୍ୟ ଛାଡି ନଥିଲେ ସ୍ଵାମୀଙ୍କ ହାତ

ସେନା ହେଲିକପ୍ଟର କ୍ରାଶରେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ୧୩ ଜଣ ଯବାନଙ୍କ ମୃତ୍ୟୁ ହେବା ପରେ ଦେଶ ଏବେ ବି ଶୋକସନ୍ତପ୍ତ ରହିଛି । ସବୁ ବୀର ସୁପୁତ୍ର ମାନଙ୍କୁ ସସମ୍ମାନ ଅନ୍ତିମ ବିଦାୟ ଦିଆ ସରିଛି । ଜେନେରାଲ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାୱତ ସର୍ବଦା ଛାଇ ଭଳି ସାଥିରେ ରହିଥାନ୍ତି । ତାଙ୍କର ହସ ହସ ମୁହଁ ଏବେ ବି ଆଖି ଆଗରେ ନାଚି ଯାଉଛି । ତେବେ ଚାଲନ୍ତୁ ଜାଣିବା ମଧୁଲିକା ରାୱତଙ୍କ ବିଷୟରେ କିଛି ବିଶେଷ କଥା ।

ଆପଣ ଏଭଳି ଅନେକ ସମ୍ପର୍କ ବିଷୟରେ ଶୁଣିଥିବେ ଯେଉଁମାନେ ଏକାଠି ବଞ୍ଚିବା ସହ ଏକାଠି ମରିଛନ୍ତି ମଧ୍ୟ । ଏହିଅପରି ଏକ ଅଦ୍ଭୁତ ସଂଯୋଗ ବନିଛି ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହ । ମଧୁଲିକା ସବୁବେଳେ ଜେନେରାଲ ରାୱତଙ୍କ ସାଥିରେ ଦେଖାଯାନ୍ତି ଓ ମରିବା ବେଳେ ମଧ୍ୟ ତାଙ୍କ ସହିତ ଥିଲେ । ମଧୁଲିକା ରାୱତ ଆର୍ମି ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷା ଥିଲେ । ସେ ଜଣେ ଭାରତୀୟ ସାମାଜିକ କାର୍ଯ୍ୟକତା ଓ ମିଡିଆ ସହ ସମ୍ବନ୍ଧିତ ବ୍ୟକ୍ତିତ୍ବ ଥିଲେ ।

ଯେତେବେଳେ ଜେନେରାଲ ରାୱତ ଆର୍ମିରେ କ୍ଯାପଟେନ ଥିଲେ ସେତେବେଳେ ମଧୁଲିକାଙ୍କ ସହ ତାଙ୍କର ବିବାହ ହୋଇଥିଲା । ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରେ ମଧୁଲିକାଙ୍କ ଜନ୍ମ ହୋଇଥିଲା । ଗୋଆଲିୟରର ସିନ୍ଧିଆ କନ୍ୟା ବିଦ୍ୟାଳୟରୁ ସେ ନିଜ ସ୍କୁଲ ଶିକ୍ଷା ପ୍ରାପ୍ତ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ମନୋବିଜ୍ଞାନରେ ନିଜ ପାଠପଢା ସମ୍ପନ୍ନ କରିଥିଲେ । ମଧୁଲିକାଙ୍କ ପିତା ମୁଗେନ୍ଦ୍ର ସିଂ ଶହଡୋଲ ଜିଲ୍ଲାର ଏକ ସମ୍ଭ୍ରାନ୍ତ ରାଜ ପରିବାରର ଥିଲେ ଓ ୧୯୬୭ ରୁ ନେଇ ୧୯୭୨ ମଧ୍ୟରେ କଂଗ୍ରେସର ବିଧାୟକ ମଧ୍ୟ ରହିଥିଲେ ।

ମଧୁଲିକା ୧୯୮୬ରେ ବିପିନ ରାୱତଙ୍କ ସହ ବିବାହ କରିଥିଲେ । ଜେନେରାଲ ରାୱତ କେତେକ ମହତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତ ଥିବାରୁ ବିବାହର କିଛି ବର୍ଷ ମଧୁଲିକାଙ୍କୁ ଜେନେରାଲ ରାୱତଙ୍କ ଠାରୁ ଦୂରେଇ ରହିବାକୁ ପଡିଥିଲା । ଏହାପରେ ଜେନେରାଲ ରାୱତ ନିଜ ପରିବାରକୁ ତାଙ୍କ ସାଥିରେ ନେଇ ରଖିଥିଲେ । ମଧୁଲିକା ସବୁବେଳେ ଅନ୍ୟର ସାହାଯ୍ୟ କରିବାକୁ ପସନ୍ଦ କରୁଥିଲେ । ସେଥିପାଇଁ ସେ ଏନଜିଓ ଏବଂ ୱେଲଫେୟାର ସୋସାଇଟି ପାଇଁ କାର୍ଯ୍ୟ କରୁଥିଲେ ।

ସେନାରେ କାର୍ଯ୍ୟ କରୁଥିବା ଯବାନ ମାନଙ୍କର ପତ୍ନୀଙ୍କୁ ସାହାଯ୍ୟ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ସେଥିପାଇଁ ସେ ଆର୍ମି ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷା ମଧ୍ୟ ହୋଇଥିଲେ । ଜେନେରାଲ ରାୱତ ଓ ମଧୁଲିକା ଙ୍କର କୃତିକା ଓ ତାରିଣୀ ନାମକ ଦୁଇ ଝିଅ ଅଛନ୍ତି । ବଡଝିଅ ମୁମ୍ବାଇରେ ବିବାହ କରିଥିବା ବେଳେ ସାନଝିଅ ଏବେ ବି ପାଠ ପଢୁଛନ୍ତି । ସେ ନିଜ ପିତାମାତାଙ୍କ ସହ ଦିଲ୍ଲୀରେ ରହୁଥିଲେ ।

ମଧୁଲିକା ଆର୍ମି ୱେଲଫେୟାର ଆସୋସିଏସନ ର ଅଧ୍ୟକ୍ଷା ଥିଲେ, ଯାହା ରକ୍ଷା ସଦସ୍ୟଙ୍କ ପରିବାରର କଲ୍ୟାଣ ପାଇଁ ତଥା ଶହୀଦ ସୈନିକଙ୍କ ପରିବାରର ସମର୍ଥନ ଏବଂ ଉତ୍ଥାନ ପାଇଁ କାର୍ଯ୍ୟ କରିଥାଏ । ମଧୁଲିକା ‘ବୀର ନାରୀଜ’ ଭଳି ଏନଜିଓ ସହ ମଧ୍ୟ ଜଡିତ ଥିଲେ, ଯାହା ସୈନ୍ୟ କର୍ମୀଙ୍କ ବିଧବା ପତ୍ନୀ, ବିକଳାଙ୍ଗ ପିଲା ଏବଂ କ୍ୟାନ୍ସର ପୀଡିତଙ୍କ ସାହାଯ୍ୟ ପାଇଁ କାର୍ଯ୍ୟ କରେ ।

ମଧୁଲିକା ତାଙ୍କ ପୁରା ଜୀବନ ଅନ୍ୟର ସେବା ଓ ସାହାଯ୍ୟରେ ବିତାଇ ଦେଇଥିଲେ । ସେ ମହିଳା ମାନଙ୍କୁ ଟେଲରିଙ୍ଗ, ବ୍ୟୁଟିସିଆନ ଏବଂ ଚକୋଲେଟତିଆରି କରିବା ଭଳି କାର୍ଯ୍ୟର ଟ୍ରେନିଂ ନେଇ ସ୍ଵରୋଜଗାର କ୍ଷମ ହେବାକୁ ମଧ୍ୟ ପ୍ରୋତ୍ସାହିତ କରୁଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button