ମନୋରଞ୍ଜନ

TV ଇଣ୍ଡଷ୍ଟ୍ରି ରେ ରାଜ କରନ୍ତି ଏହି 4 ଜଣ ବଙ୍ଗାଳୀ Actress, ନମ୍ବର 1 ଙ୍କ ପାଇଁ ତ ଲକ୍ଷ ଲକ୍ଷ ଲୋକ ଦିବାନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଙ୍ଗାଳୀ ଶବ୍ଦ ଶୁଣିଲେ ସମସ୍ତଙ୍କ ମନରେ ଏକ ମିଠାପଣ ଆସିଯାଇଥାଏ।ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ କିଛି ବଙ୍ଗାଳୀ ଅଭିନେତ୍ରୀ ନିଜର ସୁନ୍ଦରତା ଓ ଅଭିନୟ ଜରିଆରେ ରାଜ୍ କରୁଛନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବଙ୍ଗାଳୀ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ମୌନୀ ରଏ- ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବରେ ପରିଚିତ ‘ମୌନୀ ରଏ’ ବର୍ତ୍ତମାନ କେବଳ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ ହିଁ ନୁହେଁ, ବରଂ ବଲିଉଡ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ନିଜର କାୟା ବିସ୍ତାର କରି ସାରିଛନ୍ତି। ନିଜର ସୁନ୍ଦରତା ଓ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିବା ଅଭିନେତ୍ରୀ ମୌନୀ ରଏ ଙ୍କ ଜନ୍ମ କୁଚ ବିହାର ରେ ହୋଇଥିଲା।

ଏହି ଅଭିନେତ୍ରୀ ନିଜ କ୍ୟାରିଅର ର ଆରମ୍ଭ ଟିଭି ସିରିଆଲ ‘କ୍ୟୁ କି ସାସ ଭି କଭି ବହୁ ଥି’ ରୁ କରିଥିଲେ। ଏହାପରେ ସେ ଅନେକ ଲୋକପ୍ରିୟ ଟିଭି ସିରିଆଲ ରେ ଅଭିନୟ କରିଥିଲେ।ଏହି ଅଭିନେତ୍ରୀ ଙ୍କୁ ଭବିଷ୍ୟତ ରେ ଫିଲ୍ମ ‘ବ୍ରମହାସ୍ତ୍ର’ ରେ ନେଗେଟିଭ ରୋଲ ରେ ଦେଖିବାକୁ ମିଳିବ।ବର୍ତ୍ତମାନ ଅଭିନେତ୍ରୀ ମୌନୀ ରଏ ନାଗିନ ଭାବରେ ମଧ୍ୟ ପରିଚିତ।

୨. ଦେବୀନା ବ୍ୟାନର୍ଜୀ-ଟିଭି ସିରିଆଲ ‘ରାମାୟଣ’ ରେ ମାତା ସୀତା ଙ୍କ ଭୂମିକା ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ‘ଦେବୀନା ବ୍ୟାନର୍ଜୀ’ ଦର୍ଶକ ମାନଙ୍କୁ ହୁତ ପସନ୍ଦ ଆସିଥିଲେ।ଜଣେ ସଫଳ ଅଭିନେତ୍ରୀ ହେବା ସହିତ ସେ ଜଣେ ମଡେଲର ମଧ୍ୟ ଅଟନ୍ତି। ଏହି ଅଭିନେତ୍ରୀ ନିଜର ଫିଟନେସ ପାଇଁ ମଧ୍ୟ ପ୍ରାୟତଃ ଚର୍ଚ୍ଚା ରେ ଆସନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜ ଫିଟନେସ ଟିପ୍ସ ମଧ୍ୟ ସେୟାର କରନ୍ତି। ଏହି ଅଭିନେତ୍ରୀ କୋଲକତା ରେ ରୁହନ୍ତି ଏବଂ ସେ ନିଜର କୋ-ଆକ୍ଟର ‘ଗୁର୍ମିତ ଚୌଧୁରୀ’ ଙ୍କୁ ବିବାହ କରିଛନ୍ତି।

୩. ସାନ୍ତନୀ ଘୋଷ- ଅଭିନେତ୍ରୀ ‘ସାନ୍ତନୀ ଘୋଷ’ ଜଣେ ସୁନ୍ଦର ଅଭିନେତ୍ରୀ ହେବା ସହିତ ବହୁତ ଟ୍ୟାଲେଁଟେଡ଼ ମଧ୍ୟ ଅଟନ୍ତି। ଏହି ଅଭିନେତ୍ରୀ ନିଜ କ୍ୟାରିଅର ର ଆରମ୍ଭ ଟିଭି ସିରିଆଲ ‘କୁମକୁମ-ଏକ ପ୍ୟାର ସା ବନ୍ଧନ’ ରୁ କରିଥିଲେ। ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ‘ନାଗିନ୪’ ରେ ମଧ୍ୟ ଦେଖିବାକୁ ମିଳିଥିଲା।ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ ସାନ୍ତନୀ ଘୋଷ ମିସ୍ କୋଲକାତା ମଧ୍ୟ ହୋଇ ସାରିଛନ୍ତି।

୪. ଟିନା ଦତ୍ତା- କଲର୍ସ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଉତ୍ତରନ’ ରେ ଅଭିନେତ୍ରୀ ‘ଟିନା ଦତ୍ତା’ ଙ୍କୁ ଲିଡ଼ ରୋଲରେ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ ନିଜ ଅଭିନୟ ପାଇଁ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥିଲେ ଏବଂ ପ୍ରଶଂସା ର ପାତ୍ର ସାଜିଥିଲେ। ଅଭିନେତ୍ରୀ ଟିନା ଦତ୍ତା ଙ୍କୁ ୨୦୦୫ ମସିହାରେ ଫିଲ୍ମ ‘ପରିଣୀତା’ ବିଦ୍ୟା ବାଲନ ଙ୍କ ସାନ ଭଉଣୀ ଏ ଭୂମିକା ରେ ଦେଖିବାକୁ ମିଳିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button