ବିଚାର

ପ୍ରତିଦିନ ଘରେ ପୂଜା କରିବା ସମୟରେ ଭୁଲରେ ବି ଏହି ୬ ଟି ଭୁଲ କରନ୍ତୁ ନାହିଁ, ଭୋଗିବାକୁ ପଡେ ଭୟଙ୍କର ପରିଣାମ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କେଉଁ ଭୁଲ କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀ ଙ୍କ ସମେତ ଅନ୍ୟ ଦେବୀ ଦେବତା ମାନେ ଘରେ ପାଦ ରଖନ୍ତି ନାହିଁ ଏବଂ ଦାରିଦ୍ର୍ୟତା ର ଶିକାର ହେବାକୁ ପଡ଼ିଥାଏ। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭବିଷ୍ୟତରେ କିଛି ଘଟିବା ପୂର୍ବରୁ କିଛି ସଂକେତ ଆମକୁ ନିଶ୍ଚିତ ଭାବରେ ମିଳିଥାଏ ଏବଂ ସେହି ଭୁଲ କୁ ସୁଧାରିବା ନିମନ୍ତେ ଆମକୁ ସେହି ସଂକେତ ଗୁଡ଼ିକ ମିଳିଥାଏ। ଏଭଳି ଅନେକ କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ଅଶୁଭ ହୋଇଥାଏ ଏବଂ ଅନେକ ପ୍ରକାରର ବାଧା ବିଘ୍ନ ଆସିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ଭୁଲ ସମ୍ବନ୍ଧରେ ଯେଉଁ ଭୁଲ କୁ କରିବା ଦ୍ୱାରା ଘରେ ଦେବୀ ଦେବତା ମାନେ ବାସ କରନ୍ତି ନାହିଁ ଏବଂ ଆପଣ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭୁଲ ଗୁଡ଼ିକ କଣ କଣ।

୧. ବନ୍ଧୁଗଣ ଯଦି କ୍ଷୀର ଫୁଟୁଥିବା ସମୟରେ ତାହା ଉତୁରି ଯାଇ ତଳେ ପଡ଼ିଯାଏ ତେବେ ଏହାଦ୍ବାରା ଘରେ ଧନ ର ଅଭାବ ଦେଖିବାକୁ ମିଳେ ଏବଂ ଏହାସହ ଅସୁସ୍ଥ ହେବାର ମଧ୍ୟ ସମ୍ଭାବନା ଅଛି। ପ୍ରାୟତଃ ବ୍ୟକ୍ତି କୁହନ୍ତି ଯେ, କ୍ଷୀର ଉତୁରିବା ଶୁଭ ହୋଇଥାଏ। କିନ୍ତୁ ବନ୍ଧୁଗଣ ଏହା ଯାଦୁ ପ୍ରତିଦିନ ହୋଇଥାଏ ତେବେ ଏହା ଅଶୁଭ ବୋଲି ମାନି ନିଆ ଯାଇଥାଏ।

୨. ବନ୍ଧୁଗଣ ଆପଣଙ୍କ ଘରେ ଲାଗିଥିବା କୌଣସି ବଲବ ଯଦି ଖରାପ ହୋଇଯାଇଛି ତେବେ ତାକୁ ତୁରନ୍ତ ସେହି ସ୍ଥାନରୁ କାଢି ଦିଅନ୍ତୁ ଏବଂ ସେହି ଖରାପ ବଲବ କୁ ଘରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ରାହୁ ଙ୍କ ଦୃଷ୍ଟି ପଡ଼ିଥାଏ ଏବଂ ଘରେ ନକରାତ୍ମକ ଶକ୍ତି ର ଉର୍ଜା ସୃଷ୍ଟି ହୋଇଥାଏ।

୩. ବନ୍ଧୁଗଣ ଯଦି ଆପଣ ଘରେ ଫୁଲ ସଜାଇବା କୁ ପସନ୍ଦ କରନ୍ତି ତେବେ ସର୍ବଦା ପ୍ରାକୃତିକ ଫୁଲ ହିଁ ଘରେ ସଜାନ୍ତୁ। ଘରେ ପ୍ଲାଷ୍ଟିକ ଫୁଲ ସଜାଇବା ଦ୍ୱାରା ଅଶୁଭ ବୋଲି କୁହାଯାଏ। ତେଣୁ ସର୍ବଦା ପ୍ରାକୃତିକ ଫୁଲକୁ ହିଁ ଘରେ ସଜାନ୍ତୁ ଏବଂ ଏହା ମଉଳି ଗଲା ପରେ ଆପଣ ଏହାକୁ କାଢ଼ି ଦିଅନ୍ତୁ।

୪. ବନ୍ଧୁଗଣ ଯେଉଁ ଘରେ ସବୁବେଳେ ବିଲେଇ ପ୍ରବେଶ କରିଥାଏ ଏବଂ ଏହା ସହ ବିଲେଇ ମାନେ ଝଗଡ଼ା କରିଥାନ୍ତି ତେବେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଧନ ହାନୀ ହୋଇଥାଏ।

୫. ବନ୍ଧୁଗଣ ପାଣି ର କଳ ରୁ ପାଣି ବୋହିବା ର ଅର୍ଥ ଘରେ ଖର୍ଚ୍ଚ ବୃଦ୍ଧି ର ସମ୍ଭାବନା ରହିଛି। ତେଣୁ କେବେବି ଘରେ କୌଣସି କଳ ରୁ ଅଯଥା ପାଣି ବୋହିବାକୁ ଦିଅନ୍ତୁ ନାହିଁ ଏବଂ ଯେତିକି ଆବଶ୍ୟକ ସେତିକି ପାଣିର ବ୍ୟବହାର କରନ୍ତୁ। ଯଦି ଆପଣ ପାଣି ପିଇବା ସମୟରେ ପାଣି ବଳି ଯାଉଛି ତେବେ ସେହି ବଳକା ପାଣି କୁ କୌଣସି ଗଛ ରେ ଢ଼ାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ପାଣିର ଅପବ୍ୟୟ ହୋଇ ନଥାଏ।

୬. ବନ୍ଧୁଗଣ ଝାଡ଼ୁ ହେଉଛି ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଜିନିଷ। ତେଣୁ କେବେବି ଭୁଲ ରେ ଝାଡ଼ୁ ଉପରେ ପାଦ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରେ ବାସ କରନ୍ତି ନାହିଁ ଯାହା ଫଳରେ ଘରେ ଧନ ର ଅଭାବ ଦେଖିବାକୁ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button