ରାଶିଫଳ

Jyotish Shastra- ଦୁନିଆରେ ସବୁଠୁ ଅଧିକ ବୁଦ୍ଧିମାନ ଅଟନ୍ତି ଏହି 5 ଟି ରାଶି, ଯାହାଙ୍କୁ ବୋକା ବନେଇବା ଏତେ ସହଜ ନୁହେଁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି କିଛି ରାଶି ଗୁଡ଼ିକ ସମ୍ବନ୍ଧରେ କହିବୁ, ଯେଉଁମାନେ ସବୁଠାରୁ ବୁଦ୍ଧିମାନ ଅଟନ୍ତି ଏବଂ ସେମାନଙ୍କୁ ବୋକା ବନାଇବା ବହୁତ କଷ୍ଟ। ଏହି ରାଶି ର ବ୍ୟକ୍ତି ମାନେ ଅତି ସହଜରେ କୌଣସି କଥାକୁ ବିଶ୍ୱାସ କରନ୍ତି ନାହିଁ। ବନ୍ଧୁଗଣ କୌଣସି ବ୍ୟକ୍ତି ସ୍ୱୟଂ ମଧ୍ୟ ଜାଣି ନଥାଏ ଯେ, ସେ କେତେ ବୁଦ୍ଧିମାନ ଅଟେ। ଆମେ ସ୍ୱୟଂ ନିଜ କ୍ଷମତା କୁ ଜାଣି ପାରି ନଥାଉ। କିନ୍ତୁ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ଏହି ସବୁ ର ଉତ୍ତର ରହିଛି। ପ୍ରତ୍ୟେକ ବ୍ୟକ୍ତି ର କ୍ଷମତା ଏବଂ ବୁଦ୍ଧି ତା’ର ରାଶି ଦ୍ବାରା ହିଁ ନିର୍ଦ୍ଧାରିତ କରା ଯାଇଥାଏ।

ଜ୍ୟୋତିଷ ଶାସ୍ତ୍ର ରେ ଥିବା ୧୨ଟି ରାଶି ସମ୍ବନ୍ଧରେ ଉଲ୍ଲେଖ ରହିଛି।ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ନିଜ ନିଜ ସ୍ୱାମୀ ଗ୍ରହ ସହିତ ଜଡ଼ିତ ରହିଛି। ଏହି ରାଶି ମାନଙ୍କ ,ଗୁଣ ସ୍ଵଭାଵ, ଆଚାର,ବିଚାର ଆଦି ସେମାନଙ୍କ ଗ୍ରହ ସହ ଜଡ଼ିତ ଅଟେ। ତେବେ ବନ୍ଧୁଗଣ ଆମେ ଆପଣଂକୁ ରାଶି ଅନୁସାରେ ସବୁଠାରୁ ବୁଦ୍ଧିମାନ ରାଶି କେଉଁ ମାନେ ତାଙ୍କ ସମ୍ବନ୍ଧରେ କହିବୁ। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ବିଚ୍ଛା ରାଶି’। ବନ୍ଧୁଗଣ ଏହି ରାଶି ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି। ଯଦି ଏମାନଙ୍କ ବୁଦ୍ଧି ବିଷୟରେ କହିବା ତେବେ, ଏହି ରାଶି ବୁଦ୍ଧି ମାମଲାରେ ସବୁ ରାଶି ଙ୍କ ଗୁରୁ ଅଟନ୍ତି। ଏହି ରାଶିର ବ୍ୟକ୍ତି ମାନଙ୍କ ବୁଦ୍ଧି ଅତ୍ୟନ୍ତ ପ୍ରଖର ଅଟେ। ଏହା ସହିତ ଏହି ରାଶିର ବ୍ୟକ୍ତି ବହୁତ ଚାଲାକ ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତି ଏମାନଙ୍କୁ ବୋକା ବନାଇବାକୁ ଚେଷ୍ଟା ବି କରିଥାଏ, ସେମାନଙ୍କୁ ତୁରନ୍ତ ଜାଣି ଯାଇଥାନ୍ତି ଏବଂ ସମୟ ପୂର୍ବରୁ ସତର୍କ ହୋଇଯାନ୍ତି। ଏହି ରାଶିର ବ୍ୟକ୍ତି ମାନଙ୍କ ବୁଦ୍ଧି ତୀବ୍ର ଭାବରେ ଗତି କରିଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ମେଷ ରାଶି’। ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ସମସ୍ତ କ୍ଷେତ୍ରରେ ସତର୍କ ରୁହନ୍ତି। ଏହି ରାଶିର ବ୍ୟକ୍ତି ମାନଙ୍କ ମୁଣ୍ଡ ରେ ସର୍ବଦା କୌଣସି ନୂତନ କାର୍ଯ୍ୟ କରିବାର ଯୋଜନା ଚାଲୁ ରହିଥାଏ। ମେଷ ରାଶିର ବ୍ୟକ୍ତି ମାନଙ୍କ ବିଚାର ସର୍ବଦା ଶ୍ରେଷ୍ଠ ରହିଥାଏ ଏବଂ ଏମାନଙ୍କ ପାଖରେ କୌଣସି କାର୍ଯ୍ୟ ଆରମ୍ଭ କରିବାର ଯଥେଷ୍ଟ କ୍ଷମତା ମଧ୍ୟ ରହିଛି। ଏହି ରାଶିର ବ୍ୟକ୍ତି ମାନେ ଜୀବନ ରେ ସର୍ବଦା ସକରାତ୍ମକତା ର ସହିତ ବଂଚିବାକୁ ପସନ୍ଦ କରିଥାନ୍ତି।

୩. ବନ୍ଧୁଗଣ ତୃତୀୟ ରାଶି ଟି ହେଉଛି, ‘ସିଂହ ରାଶି’। ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସାହାସ ରଖିଥାନ୍ତି ଏବଂ ଏମାନେ କେବେବି ହାର ମାନି ନଥାନ୍ତି। ଏହି ରାଶିର ବ୍ୟକ୍ତି ମାନେ ସିଂହ ଭଳି ନିଜର ଶିକାର ଅର୍ଥାତ ଲକ୍ଷ କୁ ହାସଲ କରିଥାନ୍ତି। ଏମାନେ ନିଜର ଚତୁରତା ର ପ୍ରୟୋଗ କରି ନିଶ୍ଚିତ ଭାବରେ ସଫଳତା ହାସଲ କରିଥାନ୍ତି।

୪. ବନ୍ଧୁଗଣ ଚତୁର୍ଥ ରାଶି ଟି ହେଉଛି, ‘ଧନୁ ରାଶି’। ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି ମାନେ ବାଜ ପକ୍ଷୀ ଭଳି ହୋଇଥାନ୍ତି। ଏମାନଙ୍କ ବୁଦ୍ଧି ବାଜ ପକ୍ଷୀର ନଜର ଭଳି ତୀକ୍ଷ୍ଣ ହୋଇଥାଏ। ଏମାନଙ୍କ ବୁଦ୍ଧି ର ପ୍ରଶଂସା କରିଲେ ଶବ୍ଦ ମଧ୍ୟ କମ ପଡ଼ିଯାଏ। ଏହି ରାଶିର ବ୍ୟକ୍ତି ମାନେ ବୁଦ୍ଧିମାନ ହେବା ସହିତ ସକରାତ୍ମକ ଭାବନା ରଖିଥାନ୍ତି। ଏହି କାରଣ ଯୋଗୁଁ ଏହି ରାଶିର ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।

୫. ବନ୍ଧୁଗଣ ପଞ୍ଚମ ରାଶି ଟି ହେଉଛି, ‘କନ୍ୟା ରାଶି’। ବନ୍ଧୁଗଣ କନ୍ୟା ରାଶିର ବ୍ୟକ୍ତି ମାନଙ୍କ ଖାସ ଗୁଣ ହିଁ ହେଉଛି ତାଙ୍କର ବୁଦ୍ଧିମତା। ଏହି ରାଶିର ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। କିନ୍ତୁ ଏମାନେ ନିଜ ବୁଦ୍ଧିର ପ୍ରୟୋଗ ସର୍ବଦା ଭାବି ଚିନ୍ତି ପ୍ରୟୋଗ କରିଥାନ୍ତି। ଏମାନେ ନିଜର ସମସ୍ତ ବିଚାର କୁ ଏକତ୍ର କରି ଆବଶ୍ୟକତା ବେଳେ ପ୍ରୟୋଗ କରିଥାନ୍ତି ଏବଂ ସଫଳତା ହାସଲ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button