ଜୀବନଶୈଳୀ

Jyotish Shastra- କିପରି ହୋଇଥାନ୍ତି ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ? କଣ ଆପଣଙ୍କର ଜନ୍ମ ମଙ୍ଗଳବାରରେ ହୋଇଛି ତେବେ ନିଶ୍ଚୟ ପଢନ୍ତୁ ଏହି ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଦୁନିଆରେ ଥିବା ପ୍ରତ୍ୟେକ ବ୍ୟକ୍ତି ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି। ଆଚାର, ବିଚାର, ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତି। ଏହି ଦୁନିଆରେ ଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନ ସେମାନଙ୍କ ଗ୍ରହ ସହିତ ଜଡ଼ିତ ଥାଏ ଏବଂ ଗ୍ରହ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ର ଆର୍ଥିକ ସ୍ଥିତି, ବ୍ୟକିତ୍ବ, ପରିବାର, ସ୍ୱାସ୍ଥ୍ୟ, ସୁଖ ଶାନ୍ତି ଆଦି ଗ୍ରହ ମାନଙ୍କ ଉପରେ ନିର୍ଭରଶୀଳ ହୋଇଥାଏ।

ବନ୍ଧୁଗଣ ଜଣେ ବ୍ୟକ୍ତି ଯେଉଁ ବାରରେ ଜନ୍ମ ଗ୍ରହଣ କରିଥାଏ ତାହା ଦ୍ଵାରା ମଧ୍ୟ ସେହି ବ୍ୟକ୍ତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ଜଣାପଡ଼ିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଙ୍କ ସମ୍ବନ୍ଧରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି କିପରି ହୋଇଥାନ୍ତି।

୧. ଶାରୀରିକ ଦୃଷ୍ଟି ଏବଂ ବ୍ୟକ୍ତିତ୍ୱ- ବନ୍ଧୁଗଣ ମଙ୍ଗଳବାର ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଙ୍କ କେଶ କର୍ଲି ହୋଇଥାଏ, ବେକ ଲମ୍ବା ହୋଇଥାଏ ଏକ କାନ୍ଧ ଚଉଡା ହୋଇଥାଏ।ଏହି ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଉପରେ ମଙ୍ଗଳ ଗ୍ରହ ର ବିଶେଷ ପ୍ରଭାବ ରହିଥାଏ। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ କ୍ରୋଧିତ ସ୍ୱଭାବ ର ହୋଇଥାନ୍ତି। ଏମାନେ କୌଣସି ପ୍ରକାର ଥଟ୍ଟା ମଜା କୁ ମଧ୍ୟ ପସନ୍ଦ କରି ନଥାନ୍ତି। ଏହି ବ୍ୟକ୍ତି ମାନଙ୍କ ମଧ୍ୟରେ ୩ଟି ଖାସ ବିଶେଷତା ରହିଛି।

ଏମାନେ ସର୍ବଦା ଆଡ଼ମ୍ବର ପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସଚ୍ଚୋଟ ଏବଂ ଇମାନଦାର ହୋଇଥାନ୍ତି। ଏମାନଙ୍କ ହୃଦୟ ନିର୍ମଳ ଏବଂ ସଫା ହୋଇଥାଏ।ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ନିଡର ସ୍ୱଭାବ ର ହୋଇଥାନ୍ତି।

୨. କ୍ୟାରିଅର- ବନ୍ଧୁଗଣ ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି, ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନରେ ସମସ୍ତ କ୍ଷେତ୍ର ରେ ସ୍ୱୟଂ ନିଜେ ନିଷ୍ପତ୍ତି ନେଇଥାନ୍ତି।ଏମାନେ ନିଜ କ୍ୟାରିଅର ରେ ସଫଳତା ହାସଲ କରିଥାନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ବୁଦ୍ଧି ତଥା ଶାରୀରିକ ବଳ ପ୍ରୟୋଗ କରି ସମସ୍ତ କାର୍ଯ୍ୟ କୁ ସମ୍ପନ୍ନ କରିଥାନ୍ତି। ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ପ୍ରାୟତଃ ରାଜନୀତି, ପୋଲିସ, ସେନା, ଖେଳାଳୀ ଏବଂ ଆଡ଼ଭେଞ୍ଚର ସ୍ପୋର୍ଟସ ଆଦି କ୍ଷେତ୍ରରେ ରୁଚି ରଖିଥାନ୍ତି।

 

୩. ପ୍ରେମ ତଥା ବୈବାହିକ ଜୀବନ- ବନ୍ଧୁଗଣ ମଙ୍ଗଳବାର ରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଜୀବନ ସାଥି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ସମ୍ପର୍କରେ ଯେତେବି ତିକ୍ତତା ସୃଷ୍ଟି ହେଲେ ମଧ୍ୟ ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଜୀବନ ସାଥୀଙ୍କ ଠାରୁ କେବେବି ଅଲଗା ହୁଅନ୍ତି ନାହିଁ।

୪. ସ୍ୱାସ୍ଥ୍ୟ- ବନ୍ଧୁଗଣ ମଙ୍ଗଳବାର ରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଶରୀର ପ୍ରାୟତଃ ସୁସ୍ଥ ରହିଥାଏ। କିନ୍ତୁ ଏହି ଵାରରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ରକ୍ତ ଜନିତ ସମସ୍ୟା ଦେଖା ଯାଇଥାଏ ଏବଂ ଅନ୍ୟ ବ୍ୟକ୍ତି ଙ୍କ ଅପେକ୍ଷା ଏହି ବ୍ୟକ୍ତି ମାନେ ଅଧିକ ଦୁର୍ଘଟଣା ର ଶିକାର ହୋଇଥାନ୍ତି।

ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ପାଇଁ କିଛି ଖାସ ଟିପ୍ସ-

୧. ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଜିଦ୍ଦି ଏବଂ ରାଗୀ ସ୍ୱଭାବ ର ହୋଇଥାନ୍ତି। ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ ଏବଂ ଶୀଘ୍ରତା ରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ।

୨. ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଯଦି ନିଜର କ୍ରୋଧ କୁ ନିୟନ୍ତ୍ରଣ କରି ନିଅନ୍ତି ତେବେ ଜୀବନ ରେ ଏମାନେ କୌଣସି ସମସ୍ୟା ର ସମ୍ମୁଖୀନ ହୁଅନ୍ତି ନାହିଁ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।

ମଙ୍ଗଳବାର ରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଜାତକ-

୧. ଶୁଭ ଅଙ୍କ- ୩, ୬,୯

୨. ଶୁଭ ରଙ୍ଗ- ଲାଲ, ମେରୁନ

୩. ଶୁଭ ଦିନ- ରବିବାର, ସୋମବାର, ମଙ୍ଗଳବାର ଏବଂ ଗୁରୁବାର

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button