ବିଚାର

ଘରେ କଳି ଝଗଡା ଦୂର କରିବେ କିପରି ? ଏହା ସହିତ ପଢନ୍ତୁ ଆଜିର 20+ Anuchinta

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ପ୍ରାୟତଃ ସମସ୍ତ ଲୋକ ଶାସ୍ତ୍ର କୁ ମାନିଥାନ୍ତି।ଆମେ ଆମର ଦୈନିକ କାର୍ଯ୍ୟ ମଧ୍ୟ ଶାସ୍ତ୍ର ଅନୁସା ରେ କରିଥାଉ।ଶାସ୍ତ୍ର ର ଆମ ଜୀବନ ରେ ବହୁତ ମହତ୍ତ୍ୱ ରହିଛି।ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟକ ଟି କଥା ସତ୍ୟ ହୋଇଥାଏ।ବନ୍ଧୁଗଣ ଶାସ୍ତ୍ର ରେ ଏପରି କିଛି ଅନୁଚିନ୍ତା ଵିଷୟ ରେ ଲେଖା ହୋଇଛି ଯାହା ଆମର ବହୁତ କାର୍ଯ୍ୟ ରେ ଆସିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆମର ବହୁତ ଉପକାରୀ ଅଟେ।

୧.ଘରର ମୁଖ୍ୟଦ୍ୱାର ସାମ୍ନା ରେ ମନ୍ଦିର ଥିଲେ ଘରେ ଦୈଵ ଶକ୍ତି ପ୍ରବେଶ କରି ନ ଥାନ୍ତି ଏହା ପରିବାର ପାଇଁ ରୋଗ,ଦୁଃଖ ଓ ଦାରିଦ୍ର୍ୟତା ର କାରଣ ହୋଇଥାଏ। ୨.ଘର ସାମ୍ନା ରେ ବଡ଼ ଗଛ କିମ୍ବା ଖମ୍ବ ଥିଲେ ପିଲା ମାନଙ୍କ ପାଇଁ ଏହା ବହୁତ ଅଶୁଭ ହୋଇଥାଏ ତେଣୁ ଘର ସାମ୍ନା ରେ ସ୍ୱସ୍ତିକ ଚିନ୍ହ କିମ୍ବା ଓଁ ଲେଖିବା ଉଚିତ।

୩.ଘରକୁ ଶୁଭତ୍ୱ ଆଣିବା ପାଇଁ ହେଲେ ମୁଖ୍ୟ ମୁରୁଜ ପକାଇବା ଉଚିତ ଏବଂ ଫୁଲ ରେ ସଜାଇବା ଉଚିତ କିମ୍ବା ଛୋଟ ଛୋଟ ଘଣ୍ଟି ଲଗାଇବା ଉଚିତ।

୪.ଘର ର ମୁଖ୍ୟଦ୍ୱାର ସମ୍ମୁଖରେ ଜୋତା ଚପଲ ରଖିବା ଉଚିତ ନୁହେଁ କାରଣ ଏହା ଅଶୁଭ ଓ ଅଶାନ୍ତି ର କାରଣ ହୋଇଥାଏ।

୫.ଯଦି ଲୋକ ମାନଙ୍କ ମଧ୍ୟରେ ଘରେ କଳହ ଲାଗୁଥାଏ ତେବେ ଘର ର ସମସ୍ତ ଲୋକ ପୂର୍ବ ଦିଗ କୁ ମୁଣ୍ଡ କରି ଶୋଇଲେ ତାହା ଶୁଭ ପ୍ରଭାବ ପଡିଥାଏ।

୬.ଯଦି ଘର ଲୋକମାନଙ୍କ ମଧ୍ୟରେ କଳହ ଲାଗୁଥାଏ ତେବେ ଘର ପାଖରେ ଥିବା ପିମ୍ପୁଡ଼ି ମନ୍ଦା ରେ ଅଟା ଓ ଚିନି ମିଶାଇ କିଛି ଦିନ ପକାଇଲେ ତାହା ଦୁର ହୋଇଥାଏ।

୭.ଯଦି ଘରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳି ଲାଗୁଥିଲେ ପାଞ୍ଚ ଟି ଗୋମତିଚକ୍ର କୁ ସିନ୍ଦୁର ଲଗାଇ ଠାକୁର ଘରେ କିମ୍ବା ଶୋଇବା ଘରେ ରଖିଲେ ତାହା ଦୁର ହୋଇଥାଏ।

୮.ଯଦି ପରିବାର ରେ କିମ୍ବା ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗୁଥାଏ ଟ୍ରବେ ମଙ୍ଗଳ ବାର ଦିନ ହନୁମାନ ମନ୍ଦିର ଯାଇ ସିନ୍ଦୁର ଏବଂ ବସ୍ତ୍ର ଚଢାଇଲେ ତାହା ଦୁର ହୋଇଥାଏ।

୯.ପରିବାର ରେ କଳହ ନ ହେବା ପାଇଁ ହେଲେ ଶୋଇବା ଘରେ କେବେ ବି ହିଂସ୍ର ଜନ୍ତୁଙ୍କ ଫୋଟୋ କିମ୍ବା ଯୁଦ୍ଧ ର ଚିତ୍ର ଲଗାଇବା ଉଚିତ ନୁହେଁ।

୧୦.ଶୋଇବା ଘରେ ଭଙ୍ଗା ଆଇନା କିମ୍ବା ଖରାପ ହୋଇଯାଇଥିବା ବିଦ୍ୟୁତ ଉପକରଣ ରଖିବା ଉଚିତ ନୁହେଁ ଏହା ଦ୍ବାରା ଘରେ କଳହ ଓ ଅଶାନ୍ତି ସୃଷ୍ଟି ହୋଇଥାଏ।

୧୧.ଘର ଭିତ ରେ କେବେ ମଧ୍ୟ ତାଜ ମହଲ ର ଚିତ୍ର କିମ୍ବା ପ୍ରତିକୃତ ଲଗାଇବା ଉଚିତ ନୁହେଁ ଏହା ଦ୍ଵାରା ଘରେ କଳହ ଦେଖା ଦେଇଥାଏ।

୧୨.ସ୍ୱାମୀ ସ୍ତ୍ରୀ ଶୋଇବା ଘରେ କେବେ ବି ଫାଟି ଯାଇଥିବା ପର୍ସ ଓ ଭାଙ୍ଗି ଯାଇଥିବା ଆଲମାରୀ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ।

୧୩.ଘର ର ଠାକୁର ଘରେ କେବେ ବି ଭାଙ୍ଗି ଯାଇଥିବା କିମ୍ବା ଫାଟି ଯାଇଥିବା ମୂର୍ତ୍ତି ରଖନ୍ତୁ ନାହିଁ ଏହା ଦ୍ଵାରା ଧନ କ୍ଷୟ ବୃଦ୍ଧି ହୋଇଥାଏ ଓ ଆଶାନ୍ତି ର କାରଣ ହୋଇଥାଏ।

୧୪.ପରିବାର କଳହ ଲାଗିବାରେ ସବୁଠାରୁ ବଡ଼ କାରଣ ହେଲା ଘର ଭିତରେ ଜୋତା ଚପଲ ରଖିବା ଏବଂ ଜୋତା ଚପଲ ଓଲଟା ପଡିବା ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

୧୫.ଘରେ କଳହ ଲାଗିବାର କାରଣ ଘର ସଫା ସୁତୁରା ନ ହେବା ଏବଂ ଘରେ ବହୁତ ଅଦରକାରୀ ଜିନିଷ ଜମା ହେବା ହୋଇଥାଏ ତେଣୁ ଏସବୁ ତୁରନ୍ତ ବାହାର କରି ଦେବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button