ମନୋରଞ୍ଜନ

ଲୋକପ୍ରିୟ ସିଙ୍ଗର Akshay Mohanty ଙ୍କ ଅବିକଳ ନକଲ କରି ଗୀତ ଗାଉଛନ୍ତି ପ୍ରଦୀପ୍ତ, ପୁଣି ମନେ ପକାଇ ଦେଉଛନ୍ତି ସେ ପୁରୁଣା ସ୍ମୃତି

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ବ୍ୟକ୍ତି ଙ୍କ ପରିଚୟ ଦେବାକୁ ଯାଉଅଛୁ ଯେ କି ଅକ୍ଷୟ ମହାନ୍ତି ଙ୍କ ସ୍ଵର କୁ ସଂପୂର୍ଣ୍ଣ ଭାବରେ ମିଶାଇଲା ଭଳି ସେ ଗାଇ ଦେଖାଇ ପାରୁଛନ୍ତି । ତେବେ ଆସନ୍ତୁ ଜାଣିନେବା ଯେ ସେ ଏହି ସ୍ଵର କେଉଁଠାରୁ ପାଇଲେ ତଥା କେଉଁଠାରୁ ଶିକ୍ଷା ଲାଭ କରିଛନ୍ତି ? ବ୍ୟକ୍ତି ଜଣଙ୍କ ନାମ ହେଉଛି ପବିତ୍ର କୁମାର ମହାପାତ୍ର, ଏବଂ ସେ ଏହି ପ୍ରସଙ୍ଗରେ କହିଛନ୍ତି ଯେ ପ୍ରାୟ ବହୁତ କମ ଛୋଟ ବୟସରୁ ଅର୍ଥାତ ୫ ରୁ ୭ ବୟସରୁ ତାଙ୍କର ଗୀତ ଗାଇବା ଆରମ୍ଭ ହେଲାଣି ।

ମାତ୍ର ରେଡିଓ ଶୁଣି ଶୁଣି ତାଙ୍କର ଗୀତ ଗାଇବାର ଅଭ୍ୟାସ ବୋଲି ସେ କହିଛନ୍ତି । ସେ ଉତ୍କଳ ସଂଗୀତ ମହା ବିଦ୍ୟାଳୟରେ ପାଠ ପଢୁଥିଲେ । ୭ ରୁ ୮ ମାସ ପଢି ଛାଡିଦେଇଥିଲେ । ସେଠାରେ ସବୁ ପ୍ରକାରର ପରିସ୍ଥିତି ତାଙ୍କ ନିମନ୍ତେ ଅନୁକୂଳ ନଥିଲା ବୋଲି ସେ କହିଛନ୍ତି । ବିଦ୍ୟାଳୟ ଛାଡିଲେ ସତ ମାତ୍ର ଗୀତ ବୋଲିବା ନିଶା ଟାକୁ ସେ ଛାଡି ପାରିଲେ ନାହିଁ ଯାହାକି ଆଜି ପର୍ଯ୍ୟନ୍ତ ଚାଲିଛି । ମାତ୍ର ସେ ଗୀତରେ କୌଣସି ପ୍ରକାରର ଡିଗ୍ରୀ ହାସଲ କରି ନାହାଁନ୍ତି ।

ସେ ଏହା କହିଛନ୍ତି ଯେ ଅକ୍ଷୟ ମହାନ୍ତି ଯେ ଖାଲି ଆଧୁନିକ ଗୀତ ଗାଇଛନ୍ତି ତାହା ନୁହେଁ ବରଂ ସବୁ କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଥିଲା । ପ୍ରଦୀପ ଙ୍କ ଗୀତ କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କାରଣ ତାହା ଅବିକଳ ସ୍ଵର୍ଗତ ଅକ୍ଷୟ ମହାନ୍ତି ଙ୍କ କଣ୍ଠ ସହିତ ମିଶି ଯାଉଛି । ସଂଗୀତ ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ତାଙ୍କ ୪ ରୁ ୫ ଜଣ ସାଙ୍ଗସାଥି କହିଥିଲେ ଯେ ଏଠାରେ କିଛି ଅକ୍ଷୟ ମହାନ୍ତି ଙ୍କ ଗୀତ ଗାଇବା ଆବଶ୍ୟକ ନାହିଁ ।

ତେବେ ଏହା ଦେଖି ସେ ସେତେବେଳେ କହିଥିଲେ ଯେ ଯେଉଁଠି ଅକ୍ଷୟ ମହାନ୍ତି ଙ୍କ ଗୀତ ଗାଇବା ଆବଶ୍ୟକ ନାହିଁ ସେଠାରେ ମୋର ରହିବା ମଧ୍ୟ ଆବଶ୍ୟକ ନାହିଁ । ଏହିଭଳି ଭାବରେ ପ୍ରଦୀପ ଙ୍କ ମନରେ ଅକ୍ଷୟ ମହାନ୍ତି ଙ୍କ ପାଇଁ ଏକ ସ୍ଵତନ୍ତ୍ର ଜାଗା ତଥା ଶ୍ରଦ୍ଧା ଭଲପାଇବା ର ଉଙ୍କି ମାରିଥିଲା ।

ପ୍ରଦୀପ ଙ୍କ ର ଅନେକ କମ୍ପୋଜିସନ ଗୀତ ଅଛି ତାହାକୁ ରିଲିଜ କରିବେ ତଥା ଗୋଟିଏ ଛୋଟ ଚ୍ୟାନେଲ ମଧ୍ୟ ବାହାର କରିବେ ବୋଲି ଆଶା ଅଛି ତାଙ୍କର ବୋଲି ସେ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button