ମନୋରଞ୍ଜନ

ଏହା ହେଉଛି TV ସିରିଏଲ ‘ସାଥ ନିଭାନା ସାଥୀୟା’ ର ଗୋପି ବୋହୁ (Giaa Manek) ଙ୍କ ରିଅଲ ଲାଇଫ ଫ୍ଯାମିଲି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲ ସାଥ ନିଭାନା ସାଥିୟା ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଜିଆ ମାନେକ ଙ୍କ ସମ୍ବନ୍ଧରେ କହିବୁ।
ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ପ୍ରସିଦ୍ଧ ଟିଭି ସିରିଏଲ ‘ସାଥ ନିଭାନା ସାଥିୟା’ ତ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ। ଏହି ସିରିଏଲ ରେ ଅଭିନେତ୍ରୀ ‘ଜିଆ ମାନେକ’ ଗୋପୀ ନାମକ ଚରିତ୍ର ରେ ସିରିଏଲ ର ନାୟକ ଅହେମ ଙ୍କ ପତ୍ନୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ।

ଏହି ଟିଭି ସିରିଏଲ ରେ ଅଭିନେତ୍ରୀ ଜିଆ ମାନେକ ନିଜର ଚରିତ୍ରକୁ ଖୁବ ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ।ଏହି ସିରିଏଲ ରେ ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ଏବଂ ଏହି ଚରିତ୍ର ରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। କିନ୍ତୁ ହଠାତ କୌଣସି କାରଣରୁ ଅଭିନେତ୍ରୀ ଜିଆ ମାନେକ ଙ୍କୁ ଏହି ସିରିଏଲ ରେ ଦେଖିବାକୁ ମିଳି ନଥିଲା।ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଥିବେ।

କିନ୍ତୁ କଣ ଆପଣ ମାନେ ଜଣିଛନ୍ତି ଯେ, ଏହି ଅଭିନେତ୍ରୀ ରିଅଲ ଲାଇଫ ରେ କିଭଳି ନିଜର ଜୀବନ ବିତାନ୍ତି ଏବଂ କଣ କରନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବୁ। ଆସନ୍ତୁ ଜାଣିବା ଅଭିନେତ୍ରୀ ଜିଆ ମାନେକ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ।

ବନ୍ଧୁଗଣ ଅଭିନେତ୍ରୀ ଜିଆ ମାନେକ ଙ୍କ ଜନ୍ମ ୧୮ ଫେବୃଆରୀ ୧୯୮୬ ମସିହାରେ ଗୁଜୁରାଟ ରେ ହୋଇଥିଲା। ଏହି ଅଭିନେତ୍ରୀ ଜଣକ ନିଜ ପାଠପଢ଼ା ର ଆରମ୍ଭ ଗୁଜୁରାଟ ର ଆହେମଦାବାଦ ଇଣ୍ଟରନ୍ୟାସନାଲ ସ୍କୁଲ ରୁ ଆରମ୍ଭ କରିଥିଲେ। ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଆର ସମ୍ବନ୍ଧରେ କହିବା ତେବେ, ତାଙ୍କୁ ଆରମ୍ଭ ରୁ ହିଁ ଅଭିନୟ କ୍ଷେତ୍ରରେ ରୁଚି ରହିଥିଲା । ନିଜର ପାଠପଢ଼ା କମ୍ପଲିଟ କରିବା ପରେ ସେ ମୁମ୍ବାଇ ରେ ବହୁତ ଅଡିସନ ରେ ଭାଗ ମଧ୍ୟ ନେଇଥିଲେ। ତାଙ୍କୁ ୨୦୧୦ ମସିହାରେ ଫିଲ୍ମ ‘ନା ଘର କେ ନା ଘାଟ କେ’ ରେ ଅଭିନୟ କରିବାର ସୁଯୋଗ ମିଳିଥିଲା।

ଏହି ଫିଲ୍ମ ରେ ତାଙ୍କର ଦମଦାର କମେଡ଼ି ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ। ପରେ ଏହି ଅଭିନେତ୍ରୀ ଙ୍କୁ ୨୦୧୦ ମସିହାରେ ଛୋଟ ପରଦାରେ ଟିଭି ସିରିଏଲ ‘ସାଥ ନିଭାନା ସାଥିୟା’ ରେ ଗୋପୀ ବହୁ ର ଚରିତ୍ର ଦେଖିବାକୁ ମିଳିଥିଲା।ସେ ଏହି ଚରିତ୍ର କୁ ଖୁବ ସରଳତା ର ସହ ସମ୍ପନ୍ନ କରିଥିଲେ। ଏହି ସିରିଏଲ ରେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ହୋଇଥିଲା ଏବଂ ସେ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜି ଯାଇଥିଲେ।

ଏହି ଅଭିନେତ୍ରୀ କଲର୍ସ ଚ୍ୟାନେଲ ପ୍ରସାରିତ ରିଆଲିଟି ସୋ ‘ଝଲକ ଦିଖ ଲା ଯା’ ରେ ଭାଗ ନେଇଥିଲେ। ଏହି ଖବର ଯେବେ ମେକର୍ସ ମାନେ ଶୁଣିବାକୁ ପାଇଲେ ତେବେ ତାଙ୍କୁ ଏହା ଆଦୋୖ ପସନ୍ଦ ହୋଇନଥିଲା। ଏହି କାରଣ ରୁ ଅଭିନେତ୍ରୀ ଜିଆ ମାନେକ ଏହି ସିରିଏଲ ସାଥ ନିଭାନା ସାଥିୟା ରେ ନିଜର ଅଭିନୟ କୁ ଅଧା ରୁ ହିଁ ଛାଡ଼ି ଦେଇଥିଲେ। ଏହା ପରେ ତାଙ୍କୁ ସବ ଟିଭି ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଏଲ ‘ଜିନି ଔର ଯୁଜୁ’ ରେ ଦେଖିବାକୁ ମିଳିଥିଲା।

ଏହାପରେ ଅଭିନେତ୍ରୀ ଜିଆ ମାନେକ ଟିଭି ଇଣ୍ଡଷ୍ଟ୍ରୀ ଠାରୁ ଦୂରରେ ରହିଥିଲେ ଏବଂ ପରେ ଟିଭି ସିରିଏଲ ‘ମନ ମୋହିନୀ’ ରୁ ନିଜ କ୍ୟାରିଆର ର ଆରମ୍ଭ କରିଥିଲେ। ଏହି ସିରିଏଲ ରେ ସେ ‘ଗୋପିକା’ ନାମକ ଚରିତ୍ର ରେ ଅଭିନୟ କରିଥିଲେ ଏବଂ ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରୁଥିଲେ। ଏହି ସିରିଏଲ ମାଧ୍ୟମରେ ଅଭିନେତ୍ରୀ ଜିଆ ମାନେକ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ।

ଜିଆ ମାନେକ ଙ୍କ ପିତାଙ୍କ ନାମ ହର୍ଷଦ ମାନେକ ଅଟେ ଓ ସେ ଜଣେ ବିଜିନେସ ମ୍ୟାନ ଅଟନ୍ତି । ତାଙ୍କ ମାତାଙ୍କ ନାମ ରୀନା ମାନେକ ଅଟେ ଓ ସେ ଜଣେ ଗୃହିଣୀ ଅଟନ୍ତି । ଜିଆ ମାନେକ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି କିନ୍ତୁ ସେ ଆକ୍ଟର ନିଶାନ୍ତ ମଲକାନି ଙ୍କୁ ଡେଟ କରୁଛନ୍ତି । ତାଙ୍କୁ ପ୍ରାୟତଃ ବହୁତ ସମୟରେ ଏହା ସହିତ ସ୍ଫଟ ମଧ୍ୟ କରାଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button