ନୀତି

ସକାଳୁ ଉଠିବା ମାତ୍ରେ ଏହି କାମ କରୁଥିବା ଲୋକ ବର୍ବାଦ ହୋଇଯାଏ, କଣ ଆପଣ ଏହି ଭୁଲ କରୁଛନ୍ତି କି ? Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ଗ୍ରନ୍ଥ ଅଟେ। ଏହି ଗ୍ରନ୍ଥ ରେ ମାନବ ଜୀବନ କୁ ସଫଳ ଓ ସୁଖମୟ ବନାଇବା ନିମନ୍ତେ କିଛି ଉପଯୋଗୀ ସୂଚନା ରହିଛି।ଏହି ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ମାନବ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା।ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ସେ ନିଜର ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥଲେ।ଚାଣକ୍ୟ ଙ୍କ ଗ୍ରନ୍ଥ ରେ ଥିବା ନୀତି ଜୀବନର କୌଣସି ନା କୌଣସି ମୋଡ଼ ରେ ନିଶ୍ଚିତ ଭାବରେ କାମରେ ଆସିଥାଏ।

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ତା’ର ସମ୍ପୂର୍ଣ୍ଣ ଦିନ ଭଲରେ କଟୁ ଏବଂ କୌଣସି କାର୍ଯ୍ୟ ରେ କୌଣସି ପ୍ରକାର ବାଧା ବିଘ୍ନ ସୃଷ୍ଟି ନହେଉ। କିନ୍ତୁ ବେଳେବେଳେ ଆପଣ ଅନୁଭବ କରିଥିବେ ଯେ, ଆପଣଙ୍କ ପୂରା ଦିନ ମନ୍ଦ ରେ ବିତିଥାଏ। ଏହା ସହିତ ବେଳେବେଳେ ଠିକ ଭାବରେ ଖାଇବାକୁ ମଧ୍ୟ ମିଳିନଥାଏ।ପ୍ରାଚୀନ ଶାସ୍ତ୍ର ଅନୁସାରେ ଏହି ସବୁର ମୁଖ୍ୟ କାରଣ ହେଉଛି ଆପଣଙ୍କ ଦ୍ୱାରା ସକାଳୁ ଉଠି ହୋଇଥିବା ଭୁଲ ଯୋଗୁଁ।

ଆପଣ ମାନେ ଶୁଣିଥିବେ ଯେ, ଆପଣଙ୍କ ଗୁରୁଜନ ମାନେ ମଧ୍ୟ ଆପଣଙ୍କୁ ସକାଳୁ ଉଠି କିଛି କାର୍ଯ୍ୟ କରିବା ପାଇଁ ମନା କରିଥାନ୍ତି। ଅସଲରେ ଏହାର ମାନ୍ୟତା ହେଉଛି ଯେ, ସକାଳୁ ଉଠି ଆପଣ ଯେଉଁ ଭୁଲ କରିଥାନ୍ତି,ତା’ ର ସମ୍ପୂର୍ଣ୍ଣ ପ୍ରଭାବ ଆପଣଙ୍କ ପୁରା ଦିନରେ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏଭଳି କଣ ସବୁ କାମ ରହିଛି ଯାହା ସକାଳୁ ଉଠି କରିବା ଅନୁଚିତ।

୧. ବନ୍ଧୁଗଣ କୌଣସି ବ୍ୟକ୍ତି କୁ ସକାଳୁ ଉଠିବା ପରେ ନିଜ ପରିବାର ଓ ଜୀବନସାଥୀ ଙ୍କ ସହିତ ବାଦ ବିବାଦ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସମ୍ପୂର୍ଣ୍ଣ ଦିନ ମନ୍ଦ ରେ କଟିଥାଏ।ତେଣୁ ସବୁବେଳେ ନିଜ ପରିବାର ଓ ଜୀବନସାଥୀ ଙ୍କ ଉପରେ ପ୍ରସନ୍ନ ରୁହନ୍ତୁ।

୨. ଯେଉଁ ବ୍ୟକ୍ତି ସକାଳୁ ଉଠି ମିଛ କହିଥାଏ, ସେହି ବ୍ୟକ୍ତି ର ପୁରା ଦିନ ଖରାପ ରେ ବିତିଥାଏ। ବିଶେଷ କରି ମାତା ପିତା ଙ୍କୁ ନିଜ ଛୁଆ ମାନଙ୍କ ସାମ୍ନା ରେ ମିଛ କହିବା ଆଦୋୖ ଉଚିତ ନୁହେଁ। କାରଣ ଛୁଆ ମାନେ ପ୍ରତି କଥା ନିଜ ମାତା ପିତା ଙ୍କ ଠାରୁ ହିଁ ଶିଖିଥାନ୍ତି। ଆପଣ ମିଛ କହିବା ଦ୍ୱାରା ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।

୩.ଶାସ୍ତ୍ର ଅନୁସାରେ ସକାଳୁ ଉଠିବାର ସଠିକ ସମୟ ବ୍ରମହ ମୁହୂର୍ତ୍ତ ଅଟେ। ଯେଉଁ ବ୍ୟକ୍ତି ଏହି ସମୟରେ ଉଠିଥାଏ ତା’ର ସମ୍ପୂର୍ଣ୍ଣ ଦିନ ସୁଖମୟ ହୋଇଯାଏ।କିନ୍ତୁ ଯେଉଁ ବ୍ୟକ୍ତି ସୂର୍ଯୋଦାୟ ପରେ ମଧ୍ୟ ଶୋଇଥାଏ ସେ ଆଳସ୍ୟ ର ଶିକାର ହୋଇଥାଏ ଏବଂ ଏଭଳି ବ୍ୟକ୍ତି ନିଜ ଜୀବନରେ କେବେବି ସଫଳତା ପ୍ରାପ୍ତ କରିପାରି ନଥାଏ।

୪. ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ସକାଳୁ ଉଠିବା ପରେ କୌଣସି ବ୍ୟକ୍ତି କୁ ନିଜ ପରିବାର ସଦସ୍ୟ ଙ୍କ ଅପମାନ କରିବା ଉଚିତ ନୁହେଁ। କାରଣ ଏପରି କରିବା ଦ୍ୱାରା ସମ୍ପର୍କ ରେ ତିକ୍ତତା ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କ ଭାଙ୍ଗିବାର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ ସର୍ବଦା ନିଜ ଗୁରୁଜନ ଓ ପରିବାର ଙ୍କ ଆଦର କରନ୍ତୁ।

୫. କୌଣସି ବ୍ୟକ୍ତି କୁ ସକାଳୁ ଉଠିବା ପରେ କାହା ଉପରେ ମଧ୍ୟ କ୍ରୋଧ କରିବା ଉଚିତ ନୁହେଁ। କାରଣ କ୍ରୋଧ ହେଉଛି ମନୁଷ୍ୟ ର ବଡ଼ ଶତ୍ରୁ। ଏହା ସମସ୍ତ କାର୍ଯ୍ୟ କୁ ବିଗାଡ଼ି ଦେଇଥାଏ ଏବଂ କ୍ରୋଧ କରିବା ଦ୍ୱାରା ମନୁଷ୍ୟ କେବେବି ଜୀବନରେ ସଫଳତାର ମାର୍ଗ ରେ ଅଗ୍ରସର ହୋଇନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button