ମନୋରଞ୍ଜନ

ସନ୍ଧ୍ୟାର ଟିଫିନରେ ବନାନ୍ତୁ ସୁଜି ବ୍ରେଡ୍‌ ସାଣ୍ଡଓ୍ଵିଚ୍‌, ଖାଇବା ମାତ୍ରେ ହିଁ ପାଟିରୁ ବାହାରିବ ବାଃ

ଘରେ ବହୁତ କମ୍‌ ସମୟରେ ଏବଂ ବହୁତ ସହଜରେ ବନାନ୍ତୁ ସୁଜି ବ୍ରେଡ୍‌ ସାଣ୍ଡଓ୍ଵିଚ୍‌। ଏହାକୁ ଥରେ ବନାଇ ଦେଖନ୍ତୁ କାରଣ ଏହାର ସ୍ୱାଦ ଏମିତି ଯେ ଆପଣଙ୍କ ପିଲା କିଛି ନ ଖାଇବାକୁ ବାରଣ କରୁଥିଲେ ଏହାକୁ ଖିବାକୁ ନିଶ୍ଚୟ ପସନ୍ଦ କରିବ। ତେବେ ଆସନ୍ତୁ ଜାଣିବା ଏହା କେମିତି ହେବ ପ୍ରସ୍ତୁତ ଏବଂ କଣ ସବୁ ସାମଗ୍ରୀ ଏହା ପାଇଁ ଦରକାର।

ଆବଶ୍ୟକ ସାମଗ୍ରୀ

-ସୁଜି

-ସିମଲା ଲଙ୍କା

-ଟମାଟୋ

-ପିଆଜ

-ଦହି

-ରିଫାଇଣ୍ଡ୍‌ ଅଏଲ

-ବ୍ରେଡ୍‌

-ଧନିଆ ପତ୍ର

-କଞ୍ଚା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପାତ୍ରରେ ସୁଜି ନିଅନ୍ତୁ।

ସୁଜିରେ ଦହି ଏବଂ ଅନ୍ୟ ସବୁ ଜିନିଷ ମିଶାଇ ଦିଅନ୍ତୁ।

ସୁଜିର ମିଶ୍ରଣରେ କଞ୍ଚା ଲଙ୍କା ଏବଂ ଲୁଣ ସ୍ୱାଦାନୁସାରେ ମିଶାଇ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବଂ ଏହାକୁ ହରଲୁକା ପତଳା କରନ୍ତୁ।

ମିଶ୍ରଣକୁ ୧୫ ମିନିଟ୍‌ ରଖନ୍ତୁ।

ଗ୍ୟାସ ଉପରେ ତାଓ୍ଵା ବସାଇ ଅଳ୍ପ ତେଲ ପକାନ୍ତୁ।

ଏବେ ଏହି ମିଶ୍ରଣକୁ ଭଲଭାବେ ବ୍ରେଡରେ ଲଗାଇ ଏପଟସେପଟ କରନ୍ତୁ। ଏବେ ଏହାକୁ ସୁନେଲୀ ରଙ୍ଗ ହେବା ଯାଏଁଁ ସେକନ୍ତୁ। ଏବେ ଆପଣଙ୍କର ସୁଜି ବ୍ରେଡ୍‌ ସାଣ୍ଡଓ୍‌ିଚ୍‌ ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button