କ୍ରୀଡା

ମ୍ୟାନ ଅଫ ଦି ମ୍ଯାଚ” ହେବା ମାତ୍ରେ ହିଁ କାନ୍ଦି ପକାଇଲେ Prithvi, କିନ୍ତୁ Pant ଙ୍କ ପାଇଁ କହିଦେଲେ କିଛି ଏମିତି କଥା କି ଜିତିନେଲେ କୋଟି କୋଟି ଲୋକଙ୍କ ହୃଦୟ

ବନ୍ଧୁଗଣ ଆଉ ଗୋଟେ ସୁନ୍ଦର ବିଜୟୀ ପରେ ଦିଲ୍ଲୀର ଟିମ ପଏଣ୍ଟ ୭ରେ ପୁଣି ଉପରକୁ ଆସିଯାଇଛି । ରିସବ ପନ୍ତଙ୍କ ସୁନ୍ଦର କ୍ୟାପଟେନସି ଦ୍ଵାରା ଦିଲ୍ଲୀର ଟିମ କଲିକତା ଟିମକୁ ୭ଟି ୱିକେଟରେ ହରାଇ ନିଜ ନାମରେ ମ୍ୟାଚ କରିଦେଇଥିଲେ । ଏହି ମ୍ୟାଚରେ ଦିଲ୍ଲୀ ଟିମର କ୍ଯାପଟେନ ରିସବ ପନ୍ତ ଟସ୍ ଜିତିଥିଲେ ଓ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଲେ । କଲିକତା ଟିମ ଆରମ୍ଭରୁ ବହୁତ ଖରାପ ଖେଳିଥିଲେ ।

ପ୍ରଥମେ ନିତେଶ ରାଣା କେବଳ ୧୫ ରନ୍ କରି ଆଉଟ ହୋଇଯାଇଥିଲେ । ଏହାପରେ ତ୍ରିପାଠୀ ୧୯ ରନ୍, ମୋରଗନ ଶୂନ୍ୟ ରନ୍ ଓ ନାରାୟଣ ମଧ୍ୟ ଶୂନ୍ୟର ଆଉଟ ହୋଇଯାଇଥିଲେ । କଲିକତା ଟିମ ବହୁତ କଷ୍ଟରେ ୧୫୪ ରନ୍ କରିଦେଇଥିଲେ ।

ଏହାପରେ ଦିଲ୍ଲୀ ଟିମ ବ୍ୟାଟିଂ କରିଥିଲା । ପ୍ରଥମେ ପ୍ରିଥିବୀ ବହୁତ ସୁନ୍ଦର ବ୍ୟାଟିଂ କରି ୪୧ଟି ବଲରେ ୮୨ ରନ୍ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଦିଲ୍ଲୀ କଲିକତାକୁ ୧୫୬ରେ ହରାଇଥିଲା ଓ ଏହି ମ୍ୟାଚକୁ ନିଜ ନାମରେ କରିଦେଇଥିଲା । ମ୍ୟାଚ ମଧ୍ୟରେ ବାରମ୍ବାର ପ୍ରିଥିବୀ ଓ ରିସବଙ୍କ ମଧ୍ୟରେ କଥାବାର୍ତ୍ତା ହେବାର ଦେଖାଯାଇଥିଲା । ମ୍ୟାନ ଅଫ ଦି ମ୍ୟାଚ ହେବା ପରେ ପ୍ରିଥିବୀ ନିଜର ଏକ ବଡ ମତ ରଖିଥିଲେ ।

ପ୍ରିଥିବୀଙ୍କ ମତରେ, ‘ମୁ ମୋର ଅନୁଭବ ବିଷୟରେ ଶବ୍ଦ ଦ୍ଵାରା ବୟାନ କରିପାରିବି ନାହିଁ ହେଲେ ଯେତେବେଳେ ମୋ ଟିମକୁ ମୋର ଆବଶ୍ୟକତା ଥିଲା ସେତେବେଳେ ମୁ ଭଲ ଖେଳିଥିଲି । ଏଥିପାଇଁ ମୁ ନିଜକୁ ଶୋଭାଗ୍ୟଶାଳୀ ମାନୁଛି । ସବୁ ଖେଳାଳିଙ୍କର ଇଛା ଥାଏ ଯେ ମ୍ୟାଚକୁ ନିଜ ବ୍ୟାଟିଂ ଦ୍ଵାରା ଶେଷ କରିବା ପାଇଁ ହେଲେ ମୁ ଶେଷ ଟ କରିପାରିଲି ନାହିଁ କିନ୍ତୁ ଆମ ଟିମ ବହୁତ ସହଜରେ ଏହି ମ୍ୟାଚଟିକୁ ଜିତି ଯାଇଛି’ ।

ଏହାପରେ ଆଗକୁ ପ୍ରିଥିବୀ କହିଲେ, ‘ମୁ ଅଷ୍ଟ୍ରେଲିଆରୁ ଆସିବା ପରେ ବହୁତ ହତାସ ଅନୁଭବ କରୁଥିଲି କିନ୍ତୁ ଆସିବା ପରେ ମୁ ମୋର ନାଚୁରାଲ ଗେମ ଉପରେ ଅଧିକ ଗୁରୁତ୍ଵ ଦେଇଥିଲି । ଆଜି ମୁ ମୋର ପୂର୍ଣ୍ଣ ଚେଷ୍ଟାରେ ବ୍ୟାଟିଂ କରିଛି ଯେମିତି ସବୁ ମ୍ୟାଚରେ କରେ । ମୁ ଆଜି ବୁଝି ଯାଇଛି ଯେ, ଆପଣ କେବେ ଭଲ ପଦର୍ଶନ କରିପାରନ୍ତି ତ କେବେ ଖରାପ ପଦର୍ଶନ କରିପାରନ୍ତି ହେଲେ ଏହା ଜରୁରୀ ଅଟେ ଯେ ଆପଣ ନିଜ ଟିମ ପାଇଁ ନିଜର ପୂର୍ଣ୍ଣ ଚେଷ୍ଟା ଲଗାଇବେ’ ।

ଏହାପରେ ପ୍ରିଥିବୀ ରିସବଙ୍କ ବିଷୟରେ କହିଥିଲେ, ‘ମତେ କ୍ୟାପଟେନ କହୁଥିଲେ ନିଜର ଧର୍ଜ୍ୟକୁ ହାରିବ ନାହିଁ । ଭଲରେ ବ୍ୟାଟିଂ କର ବଡ ସଟ ମାରିବାକୁ ଚାହୁଁଛ ଯଦି ମାର ଓ ନିଜର ଶତକକୁ ପୂରଣ କାରଣ । ଏହା କହିବା ପରେ ସେ କହିଥିଲେ ଅବଶ୍ୟ ମୋର ଶତକଟ ପୂରଣ ହୋଇପାରିଲା ନାହିଁ ହେଲେ ମୁ ତାଙ୍କ ଭରସାକୁ ଜିତି ପାରିଲି ଓ ତାଙ୍କ ଭରସା ହିଁ ମୋ ପାଇଁ ସବୁ କିଛି’ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button