ବିଚାର

ଏମିତି ବିରଳ ଦୃଶ୍ଯ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ, ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ

ନମସ୍କାର ବନ୍ଧୁଗଣ ଶଙ୍କର କିମ୍ବା ମହାଦେବ ସନାତନ ଧର୍ମ ର ମହତ୍ତ୍ୱପୂର୍ଣ୍ଣ ଦେଵତା ମାନଙ୍କ ମଧ୍ୟରୁ ଜଣେ । ସେ ତ୍ରିଦେଵ ଙ୍କ ଭିତରୁ ଜଣେ । ତାଙ୍କୁ ଦେବଙ୍କ ର ଦେବ ମହାଦେବ ମଧ୍ୟ କୁହାଯାଏ ।

ଏହା ଛଡା ତାଙ୍କର ଅନ୍ୟନାମ ମଧ୍ୟ ଅଛି ଯେପରି ନୀଳକଣ୍ଠ,ନଟରାଜ,ଭୋଳାନାଥ,ରୁଦ୍,କୈଳାସ ପତି,ଅର୍ଦ୍ଧ ନରେଶ୍ଵର ଆଦି । ମହାଦେବଙ୍କୁ ସଂହାର ର ଦେବ ବୋଲି କୁହାଯାଏ ।
ମହାଦେବ ଯେତେ କ୍ରୋଧି ସେତେ ଭୋଳା ମଧ୍ୟ ସେ ନିଜ ଭକ୍ତ ମାନଙ୍କ ର ଦୁଃଖ ସହି ପାରନ୍ତି ନାହିଁ । ମହାଦେବ ସମସ୍ତ ଙ୍କୁ ସମାନ ଦୃଷ୍ଟି ରେ ଦେଖିଥାନ୍ତି ସେ ରାବଣ ହେଉ କିମ୍ବା ରାମ ସେ ନିଜ ଭକ୍ତ ର ମନୋକାମନା ନିଶ୍ଚିତ ପୁରଣ କରିଥାନ୍ତି ।

ରାମାୟଣ ରେ ଶ୍ରୀ ରାମ କହିଛନ୍ତି କି ଶିବ ଏବଂ ରାମ ଙ୍କ ଅନ୍ତର ଜାଣି ଥିବା ବ୍ୟକ୍ତି କେବେ ବି ଭଗବାନ ଶିବ କିମ୍ବା ଶ୍ରୀରାମ ଙ୍କ ପ୍ରିୟ ହୋଇ ପାରେ ନାହିଁ । ମହାଦେବଙ୍କ ଭିତରେ ପରସ୍ପର ବିରୋଧୀ ଭାବ ର ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ । ଶିବ ଙ୍କ ମସ୍ତକ ଉପରେ ଚନ୍ଦ୍ର ରହିଥିବା ବେଳେ ତାଙ୍କ ଗଳା ରେ ମହାବିଷଧର ସର୍ପ ରହିଛି ।

ସେ ଗୃହସ୍ଥ ହୋଇ ମଧ୍ୟ ସନ୍ୟାସୀ,ଆଶୁତୋଷ ହୋଇ ମଧ୍ୟ ଭୟଙ୍କର ରୁଦ୍ର ମଧ୍ୟ,ତାଙ୍କ ପରିବାର ରେ ଭୁତ ପ୍ରେତ,ନନ୍ଦୀ,ସିଂହ,ସର୍ପ,ମୟୁର,ମୂଷିକ,ସମସ୍ତ ଙ୍କ ସମଭାବ ଦେଖିବାକୁ ମିଳିଥାଏ ।
ମହାଦେବ ଙ୍କ ର ଏକ ବିଶେଷ ଦିନ ହେଉଛି ମହା ଶିବ ରାତ୍ରି । ଏହା ହିନ୍ଦୁ ମାନଙ୍କ ର ଏକ ମୁଖ୍ୟ ପର୍ବ ଅଟେ । ଏହି ପର୍ବ ଫାଲଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ରେ ପଡ଼ିଥାଏ ।

ମାତା ପାର୍ବତୀ ଙ୍କ ତପସ୍ୟା ରେ ସେ ନିଜ ସ୍ୱାମୀ ଙ୍କ ରୂପେ ମହାଦେବ ଙ୍କୁ ପାଇଥିବା ଦିନ କୁ ମହାଶିଵ ରାତ୍ରି କୁହାଯାଏ । ଏହି ରାତ୍ରି ଶିବ ଏବଂ ଶକ୍ତି ଙ୍କ ମିଳନ ର ରାତି । ମହାଦେବ ଙ୍କ ର ଜନ୍ମ ନାହିଁ କିମ୍ବା ମୃତ୍ୟୁ ମଧ୍ୟ ନାହିଁ ସେ ଅଜନ୍ମା । ତାଙ୍କର ଆରମ୍ଭ ନାହିଁ କିମ୍ବା ଅନ୍ତ ମଧ୍ୟ ନାହିଁ । ମହାଦେବ ଙ୍କ ଅସ୍ତ୍ର ର ନାମ ହେଉଛି ତ୍ରିଶୁଳ,ଡ଼ମରୁ,ପିନାକ ଧନୁଷ,ପରଶୁ ।

 

ତେବେ ମହାଦେବ ଙ୍କ ଆଶୀର୍ବାଦ କିମ୍ବା ଦର୍ଶନ ପାଇଁ ଲୋକମାନେ ବହୁତ କିଛି କରିଥାନ୍ତି । ବ୍ରତ ଉପବାସ ମଧ୍ୟ ରଖନ୍ତି ଏହା ଛଡା ଶିବ ଲିଙ୍ଗ ଉପରେ ସର୍ପ ର ଦର୍ଶନ ବହୁତ ଦୁର୍ଲଭ ଦୃଶ୍ୟ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଶିବ ଲିଙ୍ଗ ଉପରେ ଏକ ସର୍ପ ଆସି ନିଜ ଫଣା ଟେକି ରହିଛି ତେବେ ଏହି ଦୃଶ୍ୟ ଅତି ମନ ମୋହକ ଥିଲା ଏବଂ ଦେଖୁ ଦେଖୁ ଏହି ଭିଡିଓ ଟି ଭାଇରାଲ ମଧ୍ୟ ହେବାକୁ ଲାଗିଲା ।

ଶାସ୍ତ୍ର ଅନୁସାରେ ମହାଦେବଙ୍କ ଉପରେ ଏହିପରି ସର୍ପ ର ଦର୍ଶନ ମିଳିବାର ଅର୍ଥ ନିଜ ମନୋକାମନା ଏବଂ ନିଜର ସମସ୍ତ ଇଚ୍ଛା ପୂରଣ ହୋଇବ । ତେବେ ଏହି ଭଳି ଦୃଶ୍ୟ କିମ୍ବା ମହା ଦେବଙ୍କ ଏହି ଭଳି ଦର୍ଶନ ମିଳିବା ଭାଗ୍ୟ ର କଥା । ଶିବ ଭକ୍ତ ହୋଇଥିଲେ ଭକ୍ତିରେ ଗୋଟିଏ ସେୟାର କରି ଓଁ ନମଃ ଶିବାୟ ଲେଖିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button