ମନୋରଞ୍ଜନ

15 ବର୍ଷରେ ବିବାହ, 16 ରେ ଯାଆଁଳା ପିଲା, ଏବେ ବଡ ହେଇ ପୁଅମାନେ କରିବାକୁ ଚାହୁଁଛନ୍ତି ନିଜ ମା’ଙ୍କ ଦ୍ଵିତୀୟ ବିବାହ, ଦେଖନ୍ତୁ କିଏ ଏହି ସୁନ୍ଦରୀ Actress

ନମସ୍କାର ବନ୍ଧୁଗଣ ଆପଣ ମାନେ ଧାରାବାହିକ ତ ନିଶ୍ଚିତ ଦେଖିଥିବେ ଏବଂ ସେଠାରେ ଅଭିନୟ କରିଥିବା ବିଭିନ୍ନ ଚରିତ୍ର କୁ ମଧ୍ୟ ଆପଣ ଭଲ ଭାବରେ ମନ ରଖିଥିବେ ତେବେ ଅଧିକ ଆକର୍ଷଣ ଚରିତ୍ର ଥାଏ ଖଲନାୟିକା ମାନଙ୍କ ର ତେବେ ଷ୍ଟାରପ୍ଲସ ର ଲୋକପ୍ରିୟ ଖଳ ନାୟିକା କମୋଲିକା ଙ୍କୁ ଆପଣ ନିଶ୍ଚିତ ମନ ରଖିଥିବେ ।

ତେବେ ଆସନ୍ତୁ ସେହି କମୋଲିକା ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ବିଷୟରେ କିଛି କଥା ଆଲୋଚନା କରି ନେବା । ୨୦୦୧ ରେ ଆରମ୍ଭ ହୋଇଥିଲା ଏହି ଧାରାବାହିକ ଯାହାର ନାମ କସୋଟି ଜିନ୍ଦେଗି କି । ଏହି ଧାରାବାହିକ ରେ ଖଲନାୟିକା କମୋଲିକା ଚରିତ୍ର କୁ ଲୋକମାନେ ଖୁବ ପସନ୍ଦ କରିଥିଲେ ତାଙ୍କ ଷ୍ଟାଇଲ, ଲୁକ, ଚଲା ଆଦି କୁ ଖୁବ ପ୍ରଶଂସା କରିଥିଲେ । ତେବେ ଏହି ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ହେଉଛନ୍ତି ଉର୍ବଶୀ ଢୋଲାକିଆ ।

ତାଙ୍କ ଜନ୍ମ ୧୯୭୮ ମସିହା ୯ ଜୁଲାଇ ରେ ହୋଇଥିଲା । ତାଙ୍କ ମାଆ ଥିଲେ ପଞ୍ଜାବୀ ଏବଂ ପିତା ଥିଲେ ଗୁଜୁରାଟି । ଉର୍ବଶୀ ନିଜ କ୍ୟାରିଅର ଟିଭି ସୋ ଶ୍ରୀକାନ୍ତ ରୁ ହିଁ ଆରମ୍ଭ କରିଥିଲେ କିନ୍ତୁ ସେ ଘରେ ଘରେ ପରିଚିତ କମୋଲିକା ଚରିତ୍ର ରେ ଅଭିନୟ କରିବା ପରେ ପାଇଥିଲେ । କିଛି ଲୋକ ତାଙ୍କୁ ବାସ୍ତବ ଜୀବନରେ ମଧ୍ୟ ଘୃଣା କରିବା ଆରମ୍ଭ କରି ଦେଇଥିଲେ ଏବଂ ଏହା ଥିଲା ତାଙ୍କର ସଫଳତା ।

ଉର୍ବଶୀ ଙ୍କ ବିବାହ ୧୫ ବର୍ଷ ବୟସରେ ହୋଇ ଯାଇଥିଲା ଏବଂ ସେ ୧୬ ବର୍ଷ ରେ ଦୁଇ ଯାଆଁଳା ପୁଅ ଙ୍କ ମାଆ ମଧ୍ୟ ବନି ଯାଇଥିଲେ । ତାଙ୍କ ବୈବାହିକ ଜୀଵନ କିଛି ଖାସ ରହିଲା ନାହିଁ । ଦେଢ଼ ବର୍ଷ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇ ଯାଇଥିଲା । ଏହା ପରେ ସେ ଏକୁଟିଆ ନିଜ ପିଲା ମାନଂକୁ ବଡ଼ କରି ଥିଲେ ।

ଉର୍ବଶୀ ଙ୍କ ଦୁଇ ପୁଅ ଙ୍କ ନାମ ହେଉଛି ସାଗର ଏବଂ କ୍ଷୀତିଜ । ଦୁହେଁ ବର୍ତ୍ତମାନ ୨୫ ବର୍ଷ ର ହୋଇ ଗଲେଣି । ସେମାନେ ଅଭିନୟ ରେ ହିଁ ନିଜ କ୍ୟାରିଅର କରିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ଉର୍ବଶୀ ତାଙ୍କୁ ବହୁତ କଠିନ ପରିଶ୍ରମ କରିବା ପାଇଁ ଉପଦେଶ ମଧ୍ୟ ଦେଇଛନ୍ତି ଏହି ଇଣ୍ଡଷ୍ଟ୍ରି ରେ କାମ କରିବା ପାଇଁ କ୍ୟାମେରା ଆଗରେ ଏବଂ କ୍ୟାମେରା ପଛରେ ଅନୁଭବ ରହିବା ଆବଶ୍ୟକ ।

ଉର୍ବଶୀ ଙ୍କ ଦୁଇ ପୁଅ ତାଙ୍କର ସବୁ ସୁଖ ଦୁଃଖ ରେ ତାଙ୍କ ର ସାଥ ଦେଇଛନ୍ତି ତାଙ୍କର ସବୁ ନିଷ୍ପତ୍ତି କୁ ସମ୍ମାନ ମଧ୍ୟ ଦେଇଛନ୍ତି । ସେ ସର୍ଵଦା ନିଜ ପିଲା ମାନଙ୍କ ସହ ଏବଂ ତାଙ୍କୁ ସପୋର୍ଟ କରିଥାନ୍ତି । ତେବେ ଏକ ଇଣ୍ଟରଭିଉ ରେ ଉର୍ବଶୀ କହିଥିଲେ କି ତାଙ୍କର ଦୁଇ ପୁଅ ତାଙ୍କର ଦ୍ଵିତୀୟ ବିବାହ କରିବା ପାଇଁ ଚାହାନ୍ତି । ତେବେ ଯେତେବେଳେ ସେମାନେ ଦ୍ଵିତୀୟ ବିବାହ ର କଥା ରଖିଥିଲେ ସେତେବେଳେ ଉର୍ବଶୀ ହସି କି କହିଲେ ଯେତେବେଳେ ଏହା ହେବାର ଥିବ ସେତେବେଳେ ହୋଇଯିବ । ସେ ଜଣେ ଆଜାଦ ମହିଳା ତାଙ୍କୁ ନିଜ ହିସାବ ରେ ଜୀଵନ ବିତେଇବାକୁ ଦିଅନ୍ତୁ ।

ଉର୍ବଶୀ କୁହନ୍ତି କି ଘରେ କିଏ ବି ତାଙ୍କର ଦ୍ଵିତୀୟ ବିବାହ କଥା କୁହନ୍ତି ସେ ହସି କି ଉଡେଇ ଦିଅନ୍ତି । ଉର୍ବଶୀ ନିଜ କ୍ୟାରିଆର ରେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି । ତାହା ହେଉଛି ଦେଖ ଭାଇ ଦେଖ, ଘର ଏକ ମନ୍ଦିର,କଭି ସୌତନ କଭି ସହେଲି,କହି ତୋ ହୋଙ୍ଗା,କହାନୀ ତେରୀ ମେରି,ବଡି ଦୁର ସେ ଆଏ ହେ । ଏହା ଛଡା ସେ ଅନେକ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button