ମନୋରଞ୍ଜନ

Ollywood ଅଭିନେତା Sabyasachi ଙ୍କ ଲେଡିଜ ଫୋର୍ସ, କରୋନା କାଳରେ ଲୋକଙ୍କୁ ଏମିତି କରୁଛନ୍ତି ସାହାର୍ଯ୍ୟ, ପୁରା ଖବର ଜାଣିଲେ ଆପଣ ବି କରିବେ ସାଲ୍ଯୁଟ

ବନ୍ଧୁଗଣ ଏହି କରୋନା କାଳ ସମୟରେ ବହୁତ ଲୋକ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦେଶରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି ।

ଏହି ଜଟିଳ ଅବସ୍ଥାରେ କେତେକ ବଲିଉଡ ଓ ଓଲିଉଡ କଳାକାର ମାନେ ଗରିବ ଲୋକଙ୍କ ସହାୟତା ପାଇଁ ବହୁତ ଚେଷ୍ଟା କରୁଛନ୍ତି । ବନ୍ଧୁଗଣ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କର ଏକ ଚାରିଟି ଅଛି ଯାହାର ନାମ ହେଉଛି ସ୍ମାଇଲ ଗ୍ରୁପ।

ଏହି ଚାରିଟି ଦ୍ଵାରା ସବ୍ୟ ଦରିଦ୍ର ଓ ଅସହାୟ ଲୋକମାନଙ୍କର ସହାୟତା କରନ୍ତି । ଏହି ଚାରିଟିରେ କେତେକ ମହିଳା କର୍ମୀ ଓ ପୁରୁଷ କର୍ମୀ କାମ କରୁଛନ୍ତି । ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଚାରିଟିରେ ମହିଳା ମାନଙ୍କ କାମ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି କରୋନା କାଳ ସମୟରେ ସବ୍ୟ କେତେକ ଅସହାୟ ଲୋକ ମାନଙ୍କୁ ଖାଦ୍ୟ ବଣ୍ଟନ କରି ସହାୟତା କରୁଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ସ୍ମାଇଲ ଗ୍ରୁପରେ ଥିବା କେତେକ ମହିଳା ମାନେ ଅସହାୟ ଲୋକ ମାନଙ୍କୁ ଖାଦ୍ୟ ଦେବା ପାଇଁ ରାସ୍ତା ଉପରକୁ ଓଲହାଇ ଛନ୍ତି । ମହିଳା ମାନେ ଗାଡିରେ ଖାଦ୍ୟ ନେଇ ଅସହାୟ ଓ ଦରିଦ୍ର ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ।

ବନ୍ଧୁଗଣ ଏହି ମହିଳା ମାନେ ପୁରୁଷ ମାନଙ୍କ ଠାରୁ କମ ନୁହନ୍ତି । କାରଣ ଏହି କରୋନା କାଳରେ ସମସ୍ତ ଲୋକ ଘରେ ରହୁଥିବା ବେଳେ ସ୍ମାଇଲ ଗ୍ରୁପର ଏହି ମହିଳା ମାନେ ପଦାକୁ ବାହାରି ଲୋକ ମାନଙ୍କ ସହାୟତା କରୁଛନ୍ତି । ସବ୍ୟ ନିଜ ଗ୍ରୁପର ସମସ୍ତ ସଦସ୍ୟ ମାନଙ୍କର ମନୋବଳକୁ ବଢାଇବା ସହ ସେମାନଙ୍କୁ ସବୁଦିନ ଉତ୍ସାହିତ କରୁଛନ୍ତି ଯାହାଫଳରେ ତାଙ୍କ ଗ୍ରୁପର ସମସ୍ତ ସଦସ୍ୟ ବହୁତ ଭଲ କାମ କରୁଛନ୍ତି ।

ସବ୍ୟଙ୍କ ମତରେ, ଏହି କରୋନା କାଳ ସମୟରେ ଅଧିକାଂଶ ଲୋକ ଖାଦ୍ୟ ପାଇଁ ହଇରାଣ ହେଉଛନ୍ତି । ତେଣୁ ସେମାନଙ୍କର ପ୍ରଥମ ଲକ୍ଷ ହେଉଛି ଯେମିତି କୌଣସି ଲୋକ ଖାଲି ପେଟରେ ରହିବ ନାହିଁ ।

ଏହି ବର୍ଷ ରଜ ପର୍ବରେ ସ୍ମାଇଲ ଗ୍ରୁପ ମେଡିକାଲରେ ଚିକିତ୍ସା ନେଉଥିବା ରୋଗୀ ମାନଙ୍କୁ କେତେକ ପିଠା ଓ ରଜ ପାନ ମଧ୍ୟ ଦେଇଥିଲେ । ସବ୍ୟଙ୍କ ସ୍ମାଇଲ ଗ୍ରୁପ ପରିବାର ବହୁତ ପରିଷ୍କାର ପରିଛନତା ସହ ଖାଦ୍ୟ ପ୍ରସ୍ତୁତି କରନ୍ତି ଓ ସେଫ୍ଟିର ସହ ଲୋକ ମାନଙ୍କୁ ଖାଦ୍ୟ ବଣ୍ଟନ କରନ୍ତି ।

ଏହି କାମରେ ସବ୍ୟଙ୍କ ପତ୍ନୀ ଅର୍ଚ୍ଚିତା ମଧ୍ୟ ତାଙ୍କୁ ବହୁତ ସହାୟତା କରୁଛନ୍ତି । ଏହି କରୋନା କାଳ ସମୟରେ ସବ୍ୟ ଲୋକ ମାନଙ୍କ ପାଇଁ ବହୁତ ଭଲ କାମ କରୁଛନ୍ତି ଓ ଲୋକମାନେ ମଧ୍ୟ ସବ୍ୟଙ୍କର ବହୁତ ପ୍ରଶଂସା କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button