କ୍ରୀଡା

ଜଣେ Olympic ରେ ମେଡାଲ ଜିତି ହେଇଗଲେ ଲୋକପ୍ରିୟ ତ ଅନ୍ୟ ଜଣେ ଦେଶ ର ରକ୍ଷା କରିବା ପାଇଁ ନେଇଛନ୍ତି ସଂକଳ୍ପ, ଏହି ଦୁଇ ଭଉଣୀ ଙ୍କ କାହାଣୀ ଶୁଣିଲେ ଆପଣ ବି ଦେବେ ସାବାସି

ନମସ୍କାର ବନ୍ଧୁଗଣ ପ୍ରତିଭା ନା କାହାର ଜାତି,ଧର୍ମ,ବର୍ଣ୍ଣ ଦେଖି ଆସେ ନାହିଁ । ଏହା କୌଣସି ପରିସ୍ଥିତିର ଅପେକ୍ଷା ମଧ୍ୟ କରେ ନାହିଁ । ତେବେ ବର୍ତ୍ତମାନ ସମସ୍ତ ଙ୍କ ନଜର ଟୋକିଓ ଅଲମ୍ପିକ ରେ ମେଡାଲ ଆଣୁଥିବା ଖେଳାଳି ମାନଙ୍କ ଉପରେ ରହିଛି ।

ଏହି ଭିତରେ ରାଜସ୍ଥାନ ର ଝିଅ ବର୍ତ୍ତମାନ ବହୁତ ଚର୍ଚ୍ଚା ରେ ରହିଛନ୍ତି । ରାଜସ୍ଥାନ ର ଏହି ଝିଅ ମୁକା ବାଜି ରେ ଜିତି ଦେଶ ପାଇଁ ମେଡାଲ ଆଣିଛନ୍ତି ଏବଂ ଅନ୍ୟ ଆଡେ ତାଙ୍କ ଭଉଣୀ ସିଆଇଏସଏଫ ଦେଶ ର ରକ୍ଷା ପାଇଁ ନିଜ କାର୍ଯ୍ୟ ରେ ଅବଗତ ଅଛନ୍ତି । ଟୋକିଓ ଅଲମ୍ପିକ ରେ ମେଡାଲ ଜିତିଥିବା ଲବଲିନା ଙ୍କ ଭଉଣୀ ଯୋଧ ପୁର ରେ ଅଛନ୍ତି ଏବଂ ନିଜ ଭଉଣୀ ର ମେଡାଲ ଜିତିବା ଖୁସି ରେ ସେଠାରେ ହିଁ ଉତ୍ସବ ପାଳନ କରୁଛନ୍ତି ।

ଟୋକିଓ ରେ ଚାଲୁଥିବା ଅଲମ୍ପିକ ରେ ମୁକ୍କା ବାଜି ରେ ଲବଲିନା ନିଜ ନାମ ରେ କାଂସ୍ୟ ପଦକ ନିଜ ନାମ ରେ କରିବା ପରେ ପୁରା ଦେଶ ରେ ଉତ୍ସବ ର ମାହୋଲ ଖେଳି ଯାଇଛି ଏବଂ ଯୋଧ ପୁର ରେ ବହୁତ ଧୁମଧାମରେ ଏହାର ଉତ୍ସବ ପାଳନ କରାଯାଉଛି ।

ଲବଲିନା ଙ୍କ ଭଉଣୀ ଲିମା ଯୋଧପୁର ର ଏୟାରପୋର୍ଟ ରେ କାର୍ଯ୍ୟ କରନ୍ତି ଏବଂ ନିଜ ଭଉଣୀର ମେଡାଲ ଜିତିବା ଖବର ଶୁଣି ସେ ସେହି ଏୟାରପୋର୍ଟ ରେ ହିଁ ଉତ୍ସବ ପାଳନ ଆରମ୍ଭ କରି ଦେଇଥିଲେ ସେଠାରେ ଥିବା ପ୍ରତ୍ୟେକ କର୍ମଚାରୀ ଏବଂ ଅଧିକାରୀ ସମସ୍ତେ ଲିମା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲିମା ବହୁତ ଖୁସି ଥିଲେ ଏବଂ ତାଙ୍କ ଭଉଣୀ ଙ୍କ ଉପରେ ସେ ବହୁତ ଗର୍ବ ଅନୁଭବ ମଧ୍ୟ କରୁଥିଲେ ।

ଲବଲିନା ନିଜ ପରିଶ୍ରମ ରେ ନିଜ ଦୃଢ଼ ମନୋବଳ ଯୋଗୁଁ ହିଁ ଏଠାରେ ପହଁଚି ପାରିଛନ୍ତି ଏବଂ ଏହାର ସବୁ ଶ୍ରେୟ ତାଙ୍କ ମାଆ ଙ୍କୁ ଯାଉଛି କାରଣ ସେ ହିଁ ଛୋଟବେଳୁ ପାଠପଢ଼ା ଏବଂ ଖେଳକୁଦ ରେ ସବୁଥିରେ ଆମ ମନୋବଳ କୁ ଦୃଢ଼ କରିଥିଲେ ଆମକୁ ସପୋର୍ଟ ମଧ୍ୟ କରିଥିଲେ ବୋଲି ଲିମା କହିଛନ୍ତି ।

ଲବଲିନା ଙ୍କ ପରିବାର ଗୋଲଘାଟ ଜିଲ୍ଲା ରେ ରୁହନ୍ତି । ଲବଲିନା ଙ୍କୁ ମିଶେଇ ସେମାନେ ତିନି ଭଉଣୀ ବଡ଼ ଦୁଇ ଭଉଣୀ ଯାଆଁଳା ଲିମା ଏବଂ ଲିଚା । ସେମାନେ ଦୁହେଁ ମଧ୍ୟ ବକ୍ସିଂ ରୁ ନିଜ କ୍ୟାରିଆର ଆରମ୍ଭ କରିବାକୁ ଚାହୁଁଥିଲେ କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ଏହା ଅଧାରେ ରହି ଯାଇଥିଲା ପରେ ଲିମା ଏୟାରପୋର୍ଟ ରେ ଚାକିରି କରି ନିଜ ମାତା ପିତାଙ୍କ ନାମ ସୁନାମ କରିବା ସହ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କଲେ ତାଙ୍କ ମାତାଙ୍କ ନାମ ଟିକେନ୍ ଏବଂ ବାପା ଙ୍କ ନାମ ମାମନୀ ବୋରଗୋହେନ ।

ତେବେ ଲବଲିନା ଙ୍କ କାଂସ୍ୟ ପଦକ ଜିତିବା ପରେ ଦେଶରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେଇଠି ବିଏଫଆଇ ର ଅଧକ୍ଷ ମଧ୍ୟ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି କି ଲବଲିନା ଜଣେ ଫାଇଟର ତାଙ୍କୁ ଗତ ବର୍ଷ କରୋନା ହୋଇଥିଲା ଏବଂ ସେ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ ଯାହାଯୋଗୁଁ ସେ ନିଜର ଟ୍ରେନିଂ ମଧ୍ୟ ମିସ କରିଥିଲେ କିନ୍ତୁ ସେଥରୁ ବିଜୟ କରି ସେ ଅଲମ୍ପିକ ରେ ଖେଳି ନିଜ ଦେଶର ନାମ ଉଜ୍ଜ୍ୱଳ କରିଦେଇଛନ୍ତି ଏହା କେବଳ ତାଙ୍କର ଦୃଢ଼ ମନୋବଳ ଏବଂ ପରିଶ୍ରମ ର ହିଁ ଫଳ । ତେବେ ଲବଲିନା ଙ୍କ ଉପରେ ଦେଶ ବର୍ତ୍ତମାନ ଗର୍ବିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button