ଜୀବନଶୈଳୀ

ମୃତ୍ୟୁ ପୂର୍ବରୁ ଝିଅ ସହ ଅଧ ଘଣ୍ଟା ଧରି କଥା ହୋଇଥିଲେ ବାପା, ଶେଷ ଥର ପାଇଁ ଝିଅ ବାପାଙ୍କୁ କହିଥିଲା କିଛି ଏମିତି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଝିଅଟି ନିଜ ବାପା ଙ୍କ ସହିତ ପ୍ରାୟ ଅଧ ଘଣ୍ଟା କଥା ହୋଇଥିଲା ଏବଂ କିଛି ସମୟ ପରେ ଆସିଥିଲା ହସ୍ପିଟାଲରୁ ଲୋମ ଟାଙ୍କୁରିଦେଲା ଭଳି ଖବର । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବାପା ଝିଅକୁ ଫୋନ କଲ କରନ୍ତି,- ମୋ ମା ଟା କ’ଣ କରୁଛି ? ଝିଅ କୁହେ ବାପା ଆମ ମେସରେ ଚିକେନ ହୋଇଥିଲା ମୁଁ ଗିନାରେ ଚିକେନ ଆଣି ରୁମରେ ରଖିଛି । ଆଜି ଭାତ ଖାଇବାକୁ ଆଦୌ ଇଛା ନାହିଁ ।

ମାମା ଯେଉଁ ମୁଢି ମତେ ଦେଇଥିଲା ତାକୁ ଆଜି ଚିକେନରେ ପକେଇ ଖାଇବି । ହଊ ମା’ ତୁ ଭଲରେ ପାଠ ପଢିବୁ ତୋ ମା’ ତତେ ବହୁତ ପରିଶ୍ରମ କରି ପାଠ ପଢାଉଛି । ଝିଅ କହିଲା ହଁ ବାପା ମୁଁ ଭଲ ପାଠ ପଢୁଛି ଏଥର କ୍ଳାସ ପରୀକ୍ଷାରେ ୫ମ ସ୍ଥାନରେ ଅଛି, ଏବଂ ପରୀକ୍ଷା ସରିଗଲେ ଭଲ ଚାକିରି ମଧ୍ୟ ପାଇଯିବି । ଏହାପରେ ବାପା କହିଲେ ହଉ ମା’ଫୋନ ରଖ ମୋ ଡିଉଟି ଟାଇମ ହେଇଗଲାଣି ମୁଁ ଯାଉଛି ।

ତେବେ ରାତି ୮ ଟା ରେ ବାପା ଝିଅଙ୍କ ମଧ୍ୟରେ ଏହିଭଳି କଥା ହୋଇଥିଲା ଏବଂ ୯.୩୦ ରେ ଡାକ୍ତର ଖାନାରୁ ଫୋନ ଆସିଥିଲା ଯେ ତୁମ ଝିଅ ଦେହ ସଂପୂର୍ଣ୍ଣ ସିରିୟସ ସେ ଆଇସିୟୁରେ ଅଛନ୍ତି ଜଲ୍ଦି ଆସନ୍ତୁ । ଏବଂ ଏହାର ଠିକ କିଛି ସମୟ ପରେ ଝିଅ ଚାଲିଗଲା ଆରପାରିକୁ ।

ବର୍ତ୍ତମାନ ପରିବାର ଲୋକେ ବହୁତ ମର୍ମହାତ ହୋଇପଡିଛନ୍ତି । ଝିଅ ଯାଇଥିଲା ନର୍ସ ସେବା ପାଇଁ କିନ୍ତୁ ବର୍ତ୍ତମାନ ଶବ ହୋଇ ଘରକୁ ଫେରିଛି । ଏ କଥାକୁ ସହଜରେ କେହି ଗ୍ରହଣ କରି ପାରୁନାହାଁନ୍ତି । ମା’ ବାପା, ବଡ ଭାଇ ଭାଉଜ, ବଡମା’ ସମସ୍ତେ କାନ୍ଦି କାନ୍ଦି ଧର୍ଯ୍ୟହରା ହୋଇଯାଇଛନ୍ତି । ଘରର ଗେଲବସରିଆ ଝିଅ ଲିପ୍ସା ଆଜି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଅଛି । ରୋଗୀ ମାନଙ୍କ ଚିକିତ୍ସ୍ୟା କରିବା ନିମନ୍ତେ ନର୍ସ ପାଠ ପଢୁଥିଲା ।

ମାତ୍ର ତାଙ୍କ ସହିତ ଏମିତି ହେବ ବୋଲି କିଏବା ଜାଣିଥିଲା ? ବାଲେଶ୍ଵର ଜ୍ୟୋତି ହସ୍ପିଟାଲରେ ପାଠ ପଢୁଥିବା ଲିପ୍ସା ଆଜି ନିରବୀ ଯାଇଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ରାଗିଂ ହୋଇଥିବା ଘର ଲୋକେ ଅଭିଯୋଗ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button