ମନୋରଞ୍ଜନ

ଚା’ର ଚୁସକି ସହିତ ନିଅନ୍ତୁ ସୁଜି-ବେସନ କଟଲେଟର ମଜା, ସ୍ୱାଦ ଏକଦମ୍‌ ଜବରଦସ୍ତ

ବର୍ଷା ଦିନରେ ଗରମା ଗରମ ଚା ସହିତ କିଛି ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ତେବେ ଏବେର କରୋନା ସମୟରେ ବଜାରର ଛଣାଛଣି ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଏମିତିରେ ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ସୁଜି ବେସନ କଟଲେଟ। ଯାହାକୁ ଆପଣ ମାତ୍ର କେଇ ମିନିଟରେ ବନାଇ ଏହାର ସ୍ୱାଦ ଚାଖିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଅଧା କପ୍‌ ବେସନ, ଅଧା କପ୍‌ ସୁଜି, ଅଧା ଚାମଚ ଜିରା, ଅଧା ଚାମଚ ହଳଦି ପାଉଡର, ଅଧା ଚାମଚ ଜୁଆଣି, ହାଫ୍‌ ଚାମଚ କସ୍ତୁରୀ ମେଥି, ଏକ ଟେବୁଲ ଚାମଚ ଅଦା-ରସୁଣ ପେଷ୍ଟ, ୨ଟି କଞ୍ଚା ଲଙ୍କାର ପେଷ୍ଟ, ଲୁଣ ସ୍ୱାଦାନୁସାରେ, ଚିମୁଟାଏ ହେଙ୍ଗୁ, ଫାଳେ ପିଆଜ, ଅଳ୍ପ – ଭୃଷଙ୍ଗ ପତ୍ର, ଅଳ୍ପ ଧନିଆ ପତ୍ର, ଲେମ୍ବୁ ରସ, ତେଲ-ଛାଣିବା ପାଇଁ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗୋଟେ ପାତ୍ରରେ ସୁଜି, ବେସନ, ଲୁଣ ଏବଂ ଅଧା କପ୍‌ ପାଣି ମିଶାଇ ଏକ ଗାଢ଼ା ଘୋଳ ପ୍ରସ୍ତୁତ କରନ୍ତୁ। କଡାରେ ୨ ଚାମଚ ତେଲ ଗରମ କରି ସେଥିରେ ଜୁଆଣି, ଜିରା ଏବଂ ହେଙ୍ଗୁ ପକାଇ ଛୁଙ୍କ ଦିଅନ୍ତୁ। ବେସନ-ସୁଜିର ଘୋଳ ପକାଇ ଚଲାନ୍ତୁ। ମିଶ୍ରଣ ହେଇଗଲା ପରେ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଥଣ୍ଡା ହେବା ପରେ ପିଆଜ, ଭୃଷଙ୍ଗ ପତ୍ର, କସ୍ତୁରୀ ମେଥି, ଅଦା-ରସୁଣ ପେଷ୍ଟ, ଧନିଆ ପତ୍ର, କଞ୍ଚା ଲଙ୍କା ଏବଂ ଲେମ୍ବୁ ରସ ମିଶାଇ ଚକଟନ୍ତୁ। ହାତକୁ ଚିକ୍କଣ କରି ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ କଟଲେଟ ଆକାର ଦିଅନ୍ତୁ। କଡାରେ ତେଲ ଗରମ କରି କଟଲେଟକୁ ଧିମା ଆଞ୍ଚରେ ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଛାଣନ୍ତୁ। ଏବେ ଏହାକୁ ଟମାଟୋ ସସ୍‌ କିମ୍ବା ଚିଲ୍ଲୀ ସସ୍‌ ସାଥିରେ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button