ଦେଶ ବିଦେଶ

ଆମେରିକାର ନାଗରିକତା ପାଇଁ ୧୩୪ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ! – Utkal Mail


ୱାଶିଂଟନ: ଆମେରିକାର ନାଗରିକତା ପାଇବା ପାଇଁ ଭାରତୀୟମାନେ ସବୁଠାରୁ ଅଧିକ ଆଶାୟୀ । ନିଯୁକ୍ତି ଭିତ୍ତିକ ନାଗରିକତା ପାଇଁ ପ୍ରାୟ ୧୮ ଲକ୍ଷ ଆବେଦନ ବିଚାରାଧୀନ ଥିବା ବେଳେ ସେଥିମଧ୍ୟରୁ ୧୧ ଲକ୍ଷ ଭାରତରୁ ଆସିଛନ୍ତି। ଆମେରିକାରେ ପ୍ରବାସୀମାନଙ୍କୁ ସ୍ଥାୟୀ ବାସସ୍ଥାନ ପାଇଁ ଗ୍ରୀନ୍ କାର୍ଡ କିମ୍ବା ସ୍ଥାୟୀ ବାସିନ୍ଦା କାର୍ଡ ଦିଆଯାଏ; ଏହାକୁ ପାଇବା ପାଇଁ ଲକ୍ଷ ଲକ୍ଷ ଲୋକ ଆବେଦନ କରିଛନ୍ତି।

ଆମେରିକୀୟ ଥିଙ୍କଟ୍ୟାଙ୍କ କାଟୋ ଇନଷ୍ଟିଚ୍ୟୁଟ୍ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ଯେତିକି ଆବେଦନ ବକେୟା ଅଛି, ସେଥିପାଇଁ ଲୋକମାନଙ୍କୁ ୧୩୪ ବର୍ଷ ଅପେକ୍ଷା କରିବାକୁ ପଡ଼ିପାରେ । ୪ ଲକ୍ଷ ଭାରତୀୟ ଅପେକ୍ଷା କରି ରହିଥିବେ କିନ୍ତୁ ଗ୍ରୀନ୍ କାର୍ଡ ପାଇବା ପୂର୍ବରୁ ସେମାନଙ୍କର ମୃତ୍ୟୁ ଘଟିଥିବ ବୋଲି ଆଶଙ୍କା କରାଯାଉଛି। ଆମେରିକା ତା’ର ଭିସା ନିୟମକୁ କଡ଼ାକଡ଼ି କରିଛି; ତଥାପି ଏଠାରେ ନାଗରିକତା ଗ୍ରହଣ କରୁଥିବା ଲୋକଙ୍କ ସଂଖ୍ୟା କମିନାହିଁ।

କାଟୋ ଇନଷ୍ଟିଚ୍ୟୁଟ୍ ର ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ଭିତ୍ତିକ ନାଗରିକତା ପାଇଁ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆବେଦନ ଭାରତୀୟରୁ ଆସିଛି। ପ୍ରାୟ ୬୩ ପ୍ରତିଶତ ଅର୍ଥାତ୍ ପ୍ରାୟ ୧୧ ଲକ୍ଷ ଭାରତୀୟ ଏଥିପାଇଁ ଆବେଦନ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button