କ୍ରୀଡା

IPL ନିଲାମି କୁ ଭାରତର ଖେଳାଳି ବିରାଟ କୋହଲି ଯଦି ଆସନ୍ତି ତେବେ କେତେ ଟଙ୍କାରେ ବିକ୍ରି ହେବେ ?

ଦର୍ଶକ ବନ୍ଧୁ ଆଇପିଏଲ ନିଲାମି ରେ ଅଷ୍ଟ୍ରେଲିୟା ଖେଳାଳି ରେକର୍ଡ ଦରରେ ବିକ୍ରି ହୋଇଛନ୍ତି । ଦୀର୍ଘ ଦିନ ପରେ ଆଇପିଏଲ କୁ ଫେରିଥିବା ମିଚେଲ ଷ୍ଟାର୍କ ଙ୍କୁ 24.75 କୋଟି ଟଙ୍କାରେ ଦଳରେ ସାମିଲ କରିଛି କେକେଆର । ସେହିପରି ପାର୍ଟ କମିଙ୍ଗ୍ସକୁ 20.50 କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ଆଇପିଏଲ ଇତିହାସରେ ସର୍ବାଧିକ ଦରରେ ବିକ୍ରି ହୋଇଥିବା ଖେଳାଳି ପାଲଟିଛନ୍ତି ମିଚେଲ ଷ୍ଟାର୍କ ।

ଅଷ୍ଟ୍ରେଲିୟା କ୍ରିକେଟର ଅଧିକ ମୂଲ୍ଯରେ ବିକ୍ରି ହେବାକୁ ନେଇ ଖୁସି ନାହାନ୍ତି ଭାରତୀୟ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା । ନିଜର ୟୁଟ୍ଯୂବ ଚ୍ୟାନେଲରେ ଆକାଶ କହିଛନ୍ତି ଏହା ଦ୍ଵାରା ଭାରତୀୟ ଖେଳାଳିଙ୍କୁ ଧୋକା ଦିଆ ଯାଉଛି । ଯଦି ଷ୍ଟାର୍କ 14ଟି ମ୍ଯାଚ ଖେଳିବା ସହ ନିଜର ଓଭୋର କୋଟା ପୁରା କରନ୍ତି ତେବେ ପ୍ରତି ବଲ ପିଛା  7.60 ଲକ୍ଷ ଟଙ୍କା ପାଇବେ । କିନ୍ତୁ ସବୁଠୁ ବଡ ପ୍ରଶ୍ନ ଏବେ ବିଶ୍ଵ କ୍ରିକେଟରେ ନମ୍ବର ୱାନ ବୋଲୋର କିଏ ?

ଆଇପିଏଲରେ ଶ୍ରେଷ୍ଠ ବୋଲୋର କିଏ ? ଭାରତୀୟ ବୋଲୋର ଜସପ୍ରିତ ବୁମରା । ଆଇପିଏଲରେ ବୁମରା ଙ୍କୁ ମାତ୍ର 12 କୋଟି ଟଙ୍କା ମିଳୁଛି । କିନ୍ତୁ ବୁମରାଙ୍କ ତୁଳନାରେ ଷ୍ଟାର୍କ ଙ୍କୁ ଦୁଇ ଗୁଣା ଅଧିକ ଟଙ୍କା ମିଳିବ । ଯାହା ସଂପୂର୍ଣ୍ଣ ଅନୁଚିତ । କାରଣ ଷ୍ଟାର୍କ 2015 ପରେ ଆଇପିଏଲ ଖେଳି ନାହାନ୍ତି । ସେହିପରି ଟି-20 ଫର୍ମାଟରେ କମିଙ୍ଗ୍ସ ରେକର୍ଡ ସେତେଟା ଉଶ୍ଚାହଜନକ ନୁହେଁ ।

ବୁମରା ଓ ବିରାଟ ଯଦି ନିଜକୁ ଟିମରୁ ରିଲିଜଅକରିବାକୁ ଫ୍ରାଞ୍ଚାଇଚକୁ କୁହନ୍ତି ଓ ମହା ନିଲାମିରେ ସାମିଲ ହୁଅନ୍ତି ତେବେ ସେମାନଙ୍କର ମୂଲ୍ୟ କେତେ ହେବ ? ଯଦି ଷ୍ଟାର୍କ 25 କଟି ଟଙ୍କାରେ ବିକ୍ରି ହୋଇପାରୁଛନ୍ତି ତେବେ ବିରାଟ କୋହଲି ଓ ବୁମରା ଙ୍କୁ ଯଥାକ୍ରମେ 42 0 35 କୋଟି ଟଙ୍କାରେ ଫ୍ରାଞ୍ଚାଇଚ କିଣିବେ । ରିଲିଜ ନ ହେବା କାରଣରୁ ଯଦି ଭାରତୀୟ ଖେଳାଳିଙ୍କୁ ପାରିଶ୍ରମିକ ମିଳୁ ନାହିଁ ତେବେ ଏହା ଅନୁଚିତ ହେଉଛି ।

ଆଗକୁ ଆକାଶ କହିଛନ୍ତି ଭାରତୀୟ ଖେଳାଳି ପାରିଶ୍ରମିକ ନ ପାଇବାରୁ ବିଦେଶୀ ଖେଳାଳି ତିନି ନିଲାମି ରେ ସାମିଲ ହୋଇ ଅଧିକ ଟଙ୍କା ପାଇବାକୁ ସମସ୍ୟାର ସମଧାନ ପାଇଁ ବାଟ ବାହାର କରିଛନ୍ତି ଆକାଶ ଚୋପ୍ରା । ଏହାଳି ତାରତମ୍ୟରୁ ବଞ୍ଚିବା ପାଇଁ ଫ୍ରାଞ୍ଚାଇଚ ର ମୋଟ ନିଲାମି ଟଙ୍କା କୁ ଭାରତୀୟ ଓ ବିଦେଶୀୟ ଖେଳାଳି ଙ୍କ ମଧ୍ୟରେ ଭାଗ କରିବା ଆବଶ୍ୟକ ବୋଲି କହିଛନ୍ତି ଆକାଶ ।

ଯଦି ଫ୍ରାଞ୍ଚାଇଚ କୁ ନିଲାମି ରେ 200 କୋଟି ଯାଏଁ ଖର୍ଚ୍ଚ କରିବାକୁ ଅନୁମତି ଦିଆ ଯାଉଛି ତେବେ ସେଥିରୁ 150 ବା 175 କୋଟି ଟଙ୍କା ଭାରତୀୟ ଖେଳାଳୀ ଙ୍କ ପାଇଁ ରଖାଯାଉ ଏବଂ ବାକି 25 ରୁ 50 କୋଟି ଟଙ୍କା ବିଦେଶୀ ଖେଳାଳିଙ୍କୁ କିଣିବା ପାଇଁ ରଖାଯାଉ । ଯାହା ଦ୍ଵାରା ଭାରତ ଓ ବିଦେଶୀ ଖେଳାଳିଙ୍କ ପାରିଶ୍ରମିକ କୁ ନେଇ ତାରତମ୍ୟ ଦେଖା ଦେଉଛି ତାହା ଦୂର ହେବ । ଏଭଳି କିଛି ରାୟ ଦେଇଛନ୍ତି ଆକାଶ ଚୋପ୍ରା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button