ଦେଶ ବିଦେଶ

ଲୋକେ ବାଘ ସହ ନେଉଛନ୍ତି ସେଲ୍ଫି ନେଇଛନ୍ତି ଖବର ପାଇବା ପରେ ପହଞ୍ଚିଲା ବନ ବିଭାଗ ଉଦ୍ଧାର ହେଲା

ଯେଉଁ କଲରାପତରିଆ ବାଘକୁ ଦେଖିବା ପରେ ଲୋକେ ଭୟ କରୁଥିଲେ ଦୌଡୁଥିଲେ ସେ ବାଘ ସହ ଆଜି ଲୋକେ ସେଲଫି ନେଉଛନ୍ତି । ଏ ବାଘକୁ ନିଜ ସହ ଚାଲିବାକୁ କହୁଛନ୍ତି ଲୋକେ । ହଁ ଦର୍ଶକ ବନ୍ଧୁ ଏବେ କୁଆଡେ ଶୁଣିବାକୁ ମିଳିଛି ଗା ଲୋକେ ବାଘକୁ ମଦ ପିଆଇ ଦେଇଛନ୍ତି । ମାଡି ବସି ଜବରଦସ୍ତ ମଦ ପିଆଇଛନ୍ତି ବାଘ କୁ ଗାଁ ଲୋକେ । ହେଲେ ଏ ଦୃଶ୍ୟକୁ ଦେଖିଲେ ସନ୍ଦେହ ନିଶ୍ଚୟ ହେଉଥିବ ।

ସତରେ କଣ ବାଘ ମଦ ପିଇଛି ? ଭାଇରାଲ ହୋଇଥିବା ଭିଡିଓ ରୁ ସ୍ପଷ୍ଟ ବାରି ହେଉଛି ବାଘ ନିଜକୁ ଛେଳି ଭାବୁଛି ଆଉ ମଣିଷ ନିଜକୁ ବାଘ ମନେ କରୁଛି । କିନ୍ତୁ ମଣିଷ ବୁଝିବା ଦରକାର ଯଦି ବାଘ ଆକ୍ଟିଭ ମୁଡ କୁ ଆସିଯାଏ ତେବେ କେହି ବି ରହିବେ ନାହିଁ । ହେଲେ ଏବେ ସ୍ଥିତି କିଛି ଅଲଗା ହୋଇ ଯାଇଛି । ଆଉ ବାଘ ବି ଛେଳି ପିଲା ଭଳି ଚାଲୁଅଛି ।

ସୂଚନା ଅନୁଯାୟୀ ଏହି ଭିଡିଓ ଟି ହେଉଛି ମଧ୍ୟ ପ୍ରଦେଶର । ଇକୋଲୋକା ନିକଟ ଏକ ଗାଁ କୁ ପସଡି ଯାଇଥିଲା ବାଘ ଆଉ ଯାହାକୁ ଧରି ନେଇଛନ୍ତି ସ୍ଥାନୀୟ ଲୋକେ । ବାଘ ଟି କଲରାପତରିଆ ବାଘ ବୋଲି ଜଣ ଅପଡିଛି । ଆଉ ବାଘକୁ ଏମିତି ହଇରାଣ କରିଥିଲେ ଲୋକେ । ଆଉ ପରେ ବନ ବିଭାଗ ବାଘକୁ ଉଧାର କରିଥିଲା । ସୂଚନା ଅନୁଯାୟୀ ଗାଁ ର ବହୁ ସ୍ତ୍ରୀ ପୁରୁଷ ଅସୁସ୍ଥ ଥିବା କଲଡ଼ାପତରିଆ ବାଘ କୁ ଘେରି ଯାଇଛନ୍ତି ।

ଆଉ କଲରାପତରିଆ ବାଘ ଟି କୌଣସି ନିଶା ସେବନ କରି ନ ଥିଲା କି ମଦ ପିଇ ନ ଥିଲା । ସେଥିପାଇଁ ସେ କାହାକୁ ଆକ୍ରମଣ କରୁ ନ ଥିଲା । ଯାହା ଫଳରେ ବାଘର ଅସୁସ୍ଥତା ର ଫାଇଦା ଉଠାଇ ଲୋକେ ଆଜି ଲୋକେ ତାକୁ ହଇରାଣ କରୁଛନ୍ତି । ମଣିଷ ମାନେ ବୁଝିବାର ଥିଲା କି ବାଘ କୁ ବୁଝାଇ ଥାନ୍ତେ ଯେମିତି କେବେ ବି ମଣିଷ ଉପରକୁ ଆକ୍ରମଣ ନ କରିବା ପାଇଁ ।

ହେଲେ ମଣିଷ ଆଜି ତାର ଓଲଟା କରୁଛି ଆଉ ବାଘ ପରି ହେଉଛି । ବାଘ ସୁସ୍ଥ ହେବା ପରେ ମଣିଷ ଜାଣି ପାରିବ ବାଘ ଦୌଡିବ ନା ଗାଁ ଲୋକେ । ପରବର୍ତ୍ତୀ ସମୟରେ ବନ ବିଭଗର ଅଧିକାରୀ ମାନେ ଆସି ତାକୁ ନିରାପଦ ସହକାରେ ନେଇ ଯାଇଥିଲେ । ହେଲେ ବାଘ ସହ ଲୋକ ମାନେ ଖେଳିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେଉଛି ।

ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ ବିଭାଗ କହିଛି କି 2 ବର୍ଷ ର ଅସୁସ୍ଥ କଲରାପତରିଆ ବାଘ କୁ ସେମାନେ ବନ ବିଭାଗ କୁ ନେଇଛନ୍ତି । ସେଠାରେ ତାର ଚିକିତ୍ସା କରା ଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button