କ୍ରାଇମ

ଜେଲରୁ ଫେରି ମହିଳାଙ୍କ ଉପରେ ଏମିତି ନେଲେ ପ୍ରତିଶୋଧ, ଯାହାକୁ ଦେଖିଲେ କାହାର ବି ଲୋମ ଟାଙ୍କୁରି ଉଠିବ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଏମିତି ଏକ ଲୋମହର୍ଷଣକାରୀ ଘଟଣା ଯାହା ଜାଣିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସଭ୍ଯ ସମାଜରେ ରହୁଥିବା ଏହି ଅମଣିଷ ନିର୍ଦ୍ଦୟଙ୍କ ପ୍ରତି ଘୃଣା ରେ ମନ ଭରିଯିବ । ସାମାନ୍ଯ ସ୍ଵାର୍ଥ ପାଇଁ ମଣିଷ  କେତେ ତଳ ସ୍ତରକୁ ଯାଇପାରେ ତାହା ଏହି ଘଟଣାରୁ ସହଜରେ ବୁଝିଯିବ । ଦୁଇ ପରିବାର ମଧ୍ୟରେ ଜମିବାଡି ମାମଲାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିଲା ବିବାଦ ।

ହେଲେ ଏହି ବିବାଦ ଏଦିନେ ତେ ସାଂଘାତିକ ରୂପ ନେବ ତାହା କେହି ଭାବି ନ ଥିଲେ । ଦିନକୁ ଦିନ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ର ରୂପ ନେଉଥିଲା । ଆଉ ହଠାତ ଦିନେ ଗୋଟେ ପରିବାର ର ଦୁଇ ଭାଇଙ୍କୁ ଆକ୍ରମଣ କରିଲେ ଅନ୍ୟ ପରିବାର । କାରଣ ମୂଳରୁ ଶେଷ କରି ଦେଲେ କଥା ସରିଯିବ ବୋଲି ବୋଧ ହୁଏ ଭାବି ଥିଲେ । ଆଉ ସେଥିପାଇଁ ଦୁଇ ଭାଇ ଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ମୃତ ବଡ ଭାଇ ଙ୍କ ସ୍ତ୍ରୀ ସୁଲେଖା ଦେବୀ ଏହି ଜଘନ୍ୟ କାଣ୍ଡର ପ୍ରତ୍ଯକ୍ଷ ଦରଶୀ ଥିଲେ । ନିଜ ଆଖି ଆଗରେ ସ୍ଵାମୀ ଓ ଦିଅର ଙ୍କୁ ହତ୍ୟା କରିଥିଲେ ଦୁର୍ବୁର୍ତ୍ତ ମାନେ ଯାହା ସୁଲେଖା ଦେଖିଥିଲେ । ଆଉ ଏହି ଘଟଣାକୁ ନେଇ ସୁଲେଖା ଥାନାରେ ଅଭିଯୋଗ କରିବା ପରେ ଅତ୍ୟାକାରୀ ମାନେ ଜେଲ ଯାଇଥିଲେ । କିନ୍ତୁ ଜେଲରେ ଥିବା ସମୟରେ ସୁଲେଖାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଦୁର୍ବୁର୍ତ୍ତ ମାନେ ନିସ୍ପତି ନେଇଥିଲେ ।

ଆଉ ଜେଲରୁ ଫେରିବା ପରେ ଯୋଜନାବଦ୍ଧ ଭାବେ ଏହି ନିଷ୍ପତିକୁ ସେମାନେ କାର୍ଯ୍ୟ କାରୀ କରିଥିଲେ । ବିଧବା ସୁଲେଖା ଦେବୀଙ୍କ ଉପରେ ଦୁର୍ବୁର୍ତ୍ତ ମାନେ ନଜର ରଖିଥିଲେ ଆଉ ସୁଯୋଗ କୁ ଅପେକ୍ଷା କରି ରହିଥିଲେ । ଗତ 2 ଦିନ ତଳେ ସୁଲେଖା ଦେବୀ ବିଲକୁ କାମ କରିବାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ପରେ ସେ ଆଉ ଘରକୁ ଫେରି ନ ଥିଲେ ।

ପରିବାର ଲୋକେ ଅନେକ ଖୋଜା ଖୋଜି ପରେ ଗାଁ ନିକଟରେ ତାଙ୍କର କ୍ଷତ ବିକ୍ଷତ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଏହି ମୃତ ଦେହକୁ ଦେଖି ଏହି ହତ୍ୟାକାଣ୍ଡ କେତେ ଭୟାନକ କଥା ଅନୁମାନ ଲଗାଉ ଥିଲେ । ସବୁଠାରୁ ଆଶ୍ଚର୍ଜ୍ୟକର କଥା ହେଉଛି ଦୁବୁର୍ତ୍ତ ମାନେ ସୁଲେଖାଙ୍କର ଆଖି ଡୋଳା ବାହାର କରି ଦେବା ସହ ଛାତିରେ ସ୍ତନ କାଟି ଦେଇଥିଲେ ।

ଅତି ଅମାନୁଷିକ ଭାବେ ହତ୍ୟାକାରୀ ଏମିତି କାଣ୍ଡ ଭିଆଇଛନ୍ତି । ସ୍ଵାମୀ ଓ ଦିଅରରଙ୍କୁ ହତ୍ୟା କରିଥିବା ଦୁର୍ବୁର୍ତ୍ତ ମାନେ ଜେଲରୁ ଫେରିବା ପରେ ଅତି ଭୟଙ୍କର ଭାବେ ପ୍ରତିଶୋଧ ନେଇଥିଲେ । ଏମିତିକି ବାରମ୍ବାର ଦୁର୍ବୁର୍ତ୍ତ ମାନେ ତାଙ୍କ ଗୁପ୍ତାଙ୍ଗରେ ଛୁରୀ ମାରିଥିଲେ । ଏଭଳି ପ୍ରତିଶୋଧ ନେଇଛନ୍ତି ଦୁର୍ବୁର୍ତ୍ତ ମାନେ ଆଉ ଘଟଣା ସ୍ଥଳରେ ସୁଲେଖାଙ୍କର ଜୀବନ ଚାଲିଯାଇଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button