ବିଚାର

କଣ ଆପଣ ଜାଣିଛନ୍ତି 1KM ଚାଲିବା ପାଇଁ ଟ୍ରେନ କେତେ ଲିଟର ଡିଜେଲ ଖାଇଥାଏ? ଜବାବ ଜାଣିଲେ ଉଡିଯିବ ହୋସ

କଣ ଆପଣ ଜାଣିଛନ୍ତି 1KM ଚାଲିବା ପାଇଁ ଟ୍ରେନ କେତେ ଲିଟର ଡିଜେଲ ଖାଏ? ଜବାବ ଜାଣିଲେ ଉଡିଯିବ ହୋସ

ଭାରତୀୟ ରେଳ ବିଭାଗ ଜନତା ଙ୍କ ଯିବା ଆସିବା ର ଏକ ପ୍ରମୁଖ ସାଧନ । ଏହି ରେଳ ଗାଡି ପାଇଁ ଭାରତର ବିକାଶ ବହୁତ ଶୀଘ୍ର ହୋଇପାରିଛି । ଟ୍ରେନ ପାଇଁ ବହୁତ ଗୁଡେ ଲୋକ ଏକା ସହ ବହୁତ ଲମ୍ବା ଲମ୍ବା ରାସ୍ତା ବା ଦୂରତାକୁ ଅତି ସହଜରେ ପୁରା କରି ପାରୁଛନ୍ତି । ଏହାର ଶୁଳ୍କ ମଧ୍ୟ ଅନ୍ୟ ମାନଙ୍କ ଅପେକ୍ଷା କମ । ଟ୍ରେନ ରେ ଏକ ବିଶାଳ ଇଞ୍ଜିନ ଲାଗିଥାଏ ଯାହା ବହୁତ ଶକ୍ତିଶାଳୀ ଅଟେ ।

ଟ୍ରେନ ବହୁତ ଗୁଡିଏ ଡବା କୁ ଏକା ସହ ଟାଣି ଥାଏ ଏବଂ ବହୁତ ଦ୍ରୁତ ଗତି ରେ ମଧ୍ୟ ଚାଲିଥାଏ । ଟ୍ରେନ ର ବ୍ୟବହାର କେବଳ ଯାତ୍ରୀମାନଙ୍କୁ ନେବା ନୁହେଁ ବରଂ ବହୁତ ଓଜନ ଜିନିଷ କୁ ମଧ୍ୟ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ  କରାଯାଏ । ଟ୍ରେନ ରେ ଲୋକ ବହୁତ ଶାନ୍ତି ରେ ଯାତ୍ରା କରିଥାନ୍ତି । ଆଗକାଳରେ ଗୋଟେ ଜାଗାରୁ ଅନ୍ୟ ଜାଗା ଯିବା ପାଇଁ ଯେଉଁଠି ବହୁତ ଦିନ ଲାଗୁଥିଲା ତାହା ଏବେ କିଛି ଘଣ୍ଟାରେ ପୁରା କରି ହେଉଛି ।

ଲୋକ ଟ୍ରେନ ରେ ଯାତାୟାତ ତ କରୁଛନ୍ତି, ପରନ୍ତୁ କଣ ଆପଣ କେବେ ଟ୍ରେନ ବିଷୟରେ ଜାଣିବାକୁ ଚାହିଁଛନ୍ତି? ନିଜର ଗାଡି ଚଳାଇବା ବେଳେ ଆମେ ଗାଡିର ଏୱରେଜ ର ବହୁତ ଧ୍ୟାନ ଦେଇଥାଉ । ସବୁବେଳେ ଆମ ଆଖି ପେଟ୍ରୋଲ କଣ୍ଟା ଉପରେ ରହିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଗୋଟେ ରେଳ ଗାଡିକୁ ଗୋଟେ କିଲୋମିଟର ଚାଲିବା ପାଇଁ କେତେ ଡିଜେଲ ଦରକାର? ଆପଣ ଏହି ବିଷୟରେ କେବେ ଭାବି ନଥିବେ । ଆଜି ଆମେ ଆପଣଙ୍କୁ କହିବୁ ଗୋଟେ କିଲୋମିଟର ଚାଲିବା ପାଇଁ ଗୋଟେ ଟ୍ରେନ କୁ କେତେ ଲିଟର ଡିଜେଲ ଦରକାର ।

ଗୋଟେ କିଲୋମିଟର ଯିବା ପାଇଁ କେତେ ତେଲ ଦରକାର ଏହାର ଅନ୍ଦାଜ ଲଗାଇବା କଷ୍ଟ । କିନ୍ତୁ ବହୁତ ରିସର୍ଚ କରିବା ପରେ ଏହି ପ୍ରଶ୍ନ ର ଉତ୍ତର ମିଳିପାରିଛି । କୋରା ରେ ରାଜନ ପ୍ରଧାନ ନାମକ ଜେନ ବ୍ୟକ୍ତି କହିଲେ “ ଗୋଟେ ରାତି ସେ ଔରଂଗାବାଦ ଷ୍ଟେସନ ରେ ଟ୍ରେନ ର ଅପେକ୍ଷା କରୁଥଲେ । ସେଠାରେ ସେ ଦେଖିଲେ ଯେ ଟ୍ରେନ ର ଡ୍ରାଇଭର ଟ୍ରେନ ଇଞ୍ଜିନ କୁ ଖୋଲା ଛାଡି ଚା ପାଣି ପିଇବା କୁ ଗଳାଭାରି । ସେହି ସମୟରେ ମୋ ମନରେ ପ୍ରଶ୍ନ ଆସିଲା କି କଣ ଟ୍ରେନ ତେଲ ଖାଉନି ଯେ ଏମାନେ ତାକୁ ବନ୍ଦ ନ କରି ଚାଲି ଯାଉଛନ୍ତି? ଏହା ଭାବିବା ସମୟରେ ମୁ ଯେଉଁଠି ଖାଉଥିଲି ସେଇଠିକୁ  ତାର ଡ୍ରାଇଭର ଆସିଲା ଓ ମୁଁ ତାକୁ ପଚାରିଲି ଇଞ୍ଜିନ କୁ ଚାଳୁଥିବାର ଛାଡି କାହିଁକି ଆସିଲେ? କଣ ସେଥିରେ ଡିଜେଲ ପୋଡୁନି?

ଏହି ପ୍ରଶ୍ନ ଶୁଣି ସେହି ଡ୍ରାଇଭର କହିଲେ ଟ୍ରେନ ର ଇଞ୍ଜିନ କୁ ବନ୍ଦ କରିବା ତ ବହୁତ ସହଜ କିନ୍ତୁ ଷ୍ଟାର୍ଟ କରିବା ବହୁତ ତେଲ ପୋଡିଥାଏ । ଏହାକୁ ଷ୍ଟାର୍ଟ କରିବା ପାଇଁ କେବଳ 25 ଲିଟର ତେଲ ଖର୍ଚ୍ଚ ହୋଇଥାଏ । ଏବଂ ଏହା ଗୋଟେ କିଲୋମିଟର ଚାଲିବା ପାଇଁ 15 ରୁ 20 ଲିଟର ତେଲ ଖାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button