ବିଚାର

ମୋ ମୁଣ୍ଡ ତଳକୁ ଥିଲା ଆଉ ଗୋଡ ଉପରକୁ, ଯାହାକୁ ଦେଖୁଥିଲି ସମସ୍ତେ ଆଖି ବୁଜି… ଦେଖନ୍ତୁ ଯୁବକ ଜଣଙ୍କ ବଖାଣିଲେ ଦୁର୍ଘଟଣାରେ ହୋଇଥିବା ଛାତିଥରା ଘଟଣା

ବନ୍ଧୁଗଣ ଦୁର୍ଘଟଣାରୁ ବାହାରି ଆଜି ନିଜ ଘରେ ବସିଥିବା ଯୁବକ ନିଜକୁ ଭାଗ୍ଯବାନ ମନେ କରୁଛନ୍ତି ଆଉ ତାଙ୍କ ମା ଠାକୁରଙ୍କୁ ମୁଣ୍ଡିଆ ମାରି ଚାଲିଛନ୍ତି । ବାପା-ମା ଙ୍କର ନା ଆଗକୁ ନା ପଛକୁ କେହି ସାହା ଅଛି । କରମଣ୍ଡଲ ଦୁର୍ଘଟଣା ଖବର ପାଇବା ପରେ ସମସ୍ତେ ଭୟଭୀତ ହୋଇ ଉଠିଥିଲେ । କାରଣ ପୁଅ ଆସୁଥିଲା ଏହି ଟ୍ରେନରେ ଯେଉଁ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଁ ଲୋକ ବି ଘର ଆଗରେ ଜମା ହେଲେ । ହେଲେ ବିଶ୍ଵାସ ଥିଲା ପୁଅ ବଞ୍ଚିଥିବ ।

ବାହାନଗା ଦୁର୍ଘଟଣା ରୁ ଗୁରୁତର ହୋଇ ମେଡିକାଲ ରେ ଚିକିତିଷ୍ଟ ହେବା ପରେ ଏବେ ଘରକୁ ଫେରିଛନ୍ତି ବସ୍ତା ବ୍ଲକର ଶୁଭ୍ରାଂଶୁ ବେହେରା । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବୁଧ ହଁସା ଗ୍ରାମର ଗୋରାଙ୍ଗ ବେହେରା ଙ୍କ ଏକମାତ୍ର ପୁଅ ହେଉଛନ୍ତି ଶୁଭ୍ରାଂଶୁ ବେହେରା । ସେ ତାଙ୍କ ମାମୁଁ ଙ୍କ ଶହ ଆନ୍ଧ୍ର ପ୍ରଦେଶ, ବିଜୟୱାଡା ବୁଲିବାକୁ ବାହାରି ଥିଲେ ।

ରିଜର୍ଭସନ ଟିକେଟ ଥାଇ ମଧ୍ୟ ଭିଡ ଥିବାରୁ ଇଞ୍ଜିନ ପାଖ ଭିନ୍ନ କ୍ଷମ ଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବଗି ରେ ଚଢି ଯାଇଥିଲେ ଶୁଭ୍ରାଂଶୁ ଓ ତାଙ୍କ ମାମୁଁ । ଟ୍ରେନରେ ବସିବାର ମାତ୍ର 5 ମିନିଟ ପରେ ବାହାନଗା ଷ୍ଟେସନ ପାଖରେ ଦୁର୍ଘଟଣା ଘଟିଲା । ବଗି ଗଡି ଗଡି ଚାଲିଥିଲା ଆଉ ତାରି ଭିତରେ ଲୋକେ କିଏ କାହା ଉପରେ ପଡି ଚିତ୍କାର କରିବାକୁ ଲାଗିଥିଲେ ତାହା ଜଣା ନାହିଁ ।

କିଛି ସମୟ ପାଇଁ ସେ ମୃତ୍ୟୁ ମୁହଁ କୁ ଯିବାର ଜାଣି ପାରିଲେ । ଯେବେ ଟ୍ରେନ ବଗି ବିଲ ଭିତରେ ପଡିଲା ଆଉ ରହିଗଲା । ତାଙ୍କ ମୁଣ୍ଡ ତଳକୁ ଗୋଡ ଉପରକୁ ଥିଲା । ସେ ନିଜେ ସିଧା ହେବାକୁ ଚେଷ୍ଟା କରିଥିଲେ । ତା ଭିତରେ କେତେ ସମୟ ସଂଘର୍ଷ କରିଛନ୍ତି ଜାଣି ନାହାନ୍ତି । ଆଖି ଖୋଲି ଯୁଆଡେ ଚାହିଁ ଛନ୍ତି ଖାଲି ରକ୍ତ ହିଁ ରକ୍ତ ପଡିଥିଲା । ନିଶ୍ଵାସ ରୂଢି ହେଉଥିଲା ଆଉ ଛାତି ଥଋ ଉଠୁଥିଲା ।

ଆଉ ତା ପରେ କେହି ଜଣେ ତାଙ୍କ ହାତ ଟାଣି ବାହାରକୁ ନେଇ ଆସିଲେ । କିଛି ସମୟ ପାଇଁ ଶୁଭ୍ରାଂଶୁ ଭାବିଥିଲେ ଠାକୁରେ ତାଙ୍କ ହାତ ଟାଣି ଉପରକୁ ନେଇ ଆସିଲେ । କିଏ ବାହାର କରିଲା ସେ ତ ଜାଣି ନାହାନ୍ତି । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ମଧ୍ୟ ମୁଣ୍ଡ, ଛାତି ଓ ପିଠି ରେ ଗଭୀର ଆଘାତ ଲାଗିଛି ଶୁଭ୍ରାଂଶୁ ଙ୍କର । ସେଦିନ କୁ ଚିନ୍ତା କରି ଆଜି ବି ଛାତି ଥଋ ଉଠୁଛି ।

ବେଳେବେଳେ ସେ ଭାବୁଛନ୍ତି ଏ ଦୁର୍ଘଟଣା ସତ ଥିଲା ନା ସ୍ଵପ୍ନ । ସେ ସେହି ଦୁର୍ଘଟଣା କୁ ଭୁଲିବାକୁ ଏବେ ଚେଷ୍ଟା କରୁଛନ୍ତି । ସତରେ ସେ ଦୁର୍ଘଟଣା କୁ ଯିଏ ଦୂରରେ ଦେଖିଛନ୍ତି ସେମାନେ ଭୁଲିପାରୁ ନାହାନ୍ତି କିନ୍ତୁ ଯେଉଁ ମାନେ ଅଙ୍ଗେ ନିଭାଇଛନ୍ତି ସେମାନେ କେମିତି କାଳ ରାତିକୁ ଭୁଲିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button