ନୀତି

କିଛି ଅଘଟଣ ଘଟିବା ପୂର୍ବରୁ ମଳିଥାଏ ଏହି ୬ ସଂକେତ, ଜାଣନ୍ତୁ କଣ ଏହି ସଂକେତ

କୌଣସି ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଦୁଇ ପ୍ରକାରର ଘଟଣା ଅନେକ ସମୟରେ ଘଟିଥାଏ । ଯେବେବି କିଛି ଅଶୁଭ ଘଟଣା ଘଟିବାର ଥାଏ ତେବେ ତାହା ଅଘଟଣ ଭାବି ଏଡ଼ାଇ ଯିବା ଉଚିତ ନୁହେଁ । ହୁଏତ ଏହି ଭଳି ଘଟଣା ଆମକୁ ଭିବଷ୍ୟତରେ ଆସିବାକୁ ଥିବା ଅନେକ ବିପଦର ସଂକେତ ଦେଇଥାଏ । ଆପଣଙ୍କ ଦୈନନ୍ଦିନ ଜୀବନରେ ଏମିତ ଅନେକ ଘଟଣା ଘଟିଥାଏ ଯାହକୁ ଅପଣ ଭଲ ଭାବେ ଧ୍ୟାନ ଦେଇ ନଥାନ୍ତି । ଆସନ୍ତୁ ଜାଣିବା ଏମିତି କିଛି ସଂକେତ ବିଷୟରେ ଯାହା ଆଗକୁ ଆମ ପାଇଁ ଅଶୁଭ ହୁଏ ।
ଯେବେ ଅଚାନକ ଘଣ୍ଟା ବନ୍ଦ ହୋଇଯାଏ ଓ ତାହାର କାଚ ବାରମ୍ବାର ଭାଙ୍ଗିଥାଏ, ଝରକାର କାଚ ଯେବେ ଶବ୍ଦ କାରିବାକୁ ଲାଗେ ତାହେଲେ ଭାବି ନେବେ ଆପଣଙ୍କ ଉପରେ କିଛି ବଡ଼ ସଙ୍କଟ ଆସିବାକୁ ଯାଉଛି ।
ଯଦି କ୍ଷୀର ଉତୁରି ବାରମ୍ବାର ଢାଳି ହୋଇଯାଏ ତେବେ ଏହା ମଧ୍ୟ ଅଶୁଭ ସଙ୍କେତ ଦେଇଥାଏ ।
ରୋଷେଇ ଘରେ ଥିବା କାଚ ପାତ୍ର ଭାଙ୍ଗିଯିବା ଫଳରେ ବଡ଼ ଆର୍ଥିକ ସଙ୍କଟ ଆସିବାର ସୂଚନା ଦିଏ ।
ଯେତେବେଳେ କିଛି ଶୁଭ କାମରେ ସମସ୍ୟା ଦେଖା ଦେଉଥାଏ ତେବେ ଭାବି ନେବାକୁ ପଡିବ ଯେ ଆଗାମୀ ବର୍ଷ କିଛି ବିପତ୍ତି ଆସିବାର ଅଛି । ଏହି ସଙ୍କଟକୁ ଦୂର କରିବା ପାଇଁ ଆପଣଙ୍କ ଘରେ ସୁନ୍ଦରା କାଣ୍ଡର ପାଠ ଅବଶ୍ୟ କରନ୍ତୁ ।
ଅଚାନକ ଯଦି ଆପଣଙ୍କ ଛାତ ଉପରେ କିମ୍ବା ଅଗଣାରେ ହାଡର ଟୁକୁରା ପଡିଯାଏ ତେବେ ଆସନ୍ତା ସମୟରେ ଆପଣଙ୍କୁ କିଛି ଅଶୁଭ ଖବର ମିଳି ପାରେ ।
ଯେବେ ଘରର ଛାତରୁ ଅଚାନକ ପ୍ଲାଷ୍ଟର ଭାଙ୍ଗିକି ପଡିବାକୁ ଲାଗେ, କାନ୍ଥରେ ଫାଟ ଦେଖାଦିଏ ତେବେ ଏହି ସଙ୍କେତ ଆପଣଙ୍କ ପାଇଁ ଅଶୁଭ ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button