ଦେଶ ବିଦେଶ

ଜିରୋ ବାଲାନ୍ସ ଥିଲେ ବ୍ୟାଙ୍କ ଫ୍ରୀରେ ଦେବ ଏହି ସୁବିଧା, ଏବେ ସରକାର ଟ୍ରାନ୍ସଫର କରିବେ ୧୫୦୦ ଟଙ୍କା, ଜାଣନ୍ତୁ ପୁରା ଘଟଣା

ସାଧାରଣତଃ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟର ଖାତାଧାରକଙ୍କୁ ସବୁ ମାସରେ Minimum Balance ନ ରଖିବା ଉପରେ ପେନାଲ୍ଟି ଦେବାକୁ ପଡିଥାଏ । ସ୍ୟାଲେରୀ ଆକାଉଣ୍ଟ ପାଇଁ ବ୍ୟାଙ୍କ ଏହାର ବାଧ୍ୟତା ରଖି ନ ଥାଏ । କିନ୍ତୁ ଏହା ସହିତ କିଛି ଏମିତି ବି ଖାତା ଅଛି ଯେଉଁଠି Minimum Balance ରଖିବା ଦରକାର ପଡେ ନାହିଁ । ଏହିଭଳି ଖାତାକୁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ବ୍ୟାଙ୍କ ଖାତା କୁହାଯାଏ ।

ଜଣ ଧନ ଯୋଜନା ବ୍ୟାଙ୍କ ଖାତାରେ ବିଭିନ୍ନ ପ୍ରକାରର ସୁବିଧା ମିଳିଥାଏ । ଆପଣଙ୍କୁ କହିଦେଉଛୁ କି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅନ୍ତର୍ଗତ ଆପଣ ଜିରୋ ବାଲାନ୍ସ ସେଭିଙ୍ଗ ଖାତା ବ୍ୟାଙ୍କରେ ଖୋଲି ପାରିବେ । ଏଥିରେ ଦୁର୍ଘଟଣା, ବୀମା, ଓଭରଡ୍ରାଫ୍ଟ ଫ୍ୟାସିଲିଟି, ଚେକ ବୁକ ସମେତ ବହୁତ ଲାଭ ମିଳିଥାଏ । ବର୍ତ୍ତମାନ ସରକାର ଆସନ୍ତା ତିନି ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଏହି ଖାତାକୁ ଟ୍ରାନ୍ସଫର କରିବେ । ଜନ ଧନ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟରେ ୫୩ % ଖାତା ମହିଳାଙ୍କର ଅଟେ । ଯେତେବେଳେ କି ୫୯ % ବ୍ୟାଙ୍କ ଆକାଉଣ୍ଟ ଗ୍ରାମୀଣ ଓ ଅନ୍ୟ କିଛି ଅଞ୍ଚଳରେ ଖୋଲା ଯାଇଛି ।

କେମିତି ଓ କାହାକୁ ମିଳିବ ୫୦୦ ଟଙ୍କା ତିନି ମାସ ପର୍ଯ୍ୟନ୍ତ

କରୋନା ଭାଇରସ ଦ୍ଵାରା ଦେଶସାରା ହୋଇଥିବା ଲକଡାଉନ କାରଣରୁ ସାଧାରଣ ଲୋକମାନଙ୍କୁ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ ମହିଳାମାନଙ୍କ ଜନ ଧନ ବ୍ୟାଙ୍କ ଖାତାରେ ତିନି ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଏହା ଦ୍ଵାରା ପାଖାପାଖି ୨୦ କୋଟି ମହିଳାଙ୍କୁ ଲାଭ ମିଳିବ ।

ଆସନ୍ତୁ ଜାଣିବା କେମିତି ଓ କେଉଁଠି ଖୋଲିବେ ଜନ ଧନ ଖାତା

ଦେଶର ନାଗରିକଙ୍କୁ ବ୍ୟାକିଙ୍ଗ ବ୍ୟବସ୍ଥା ସହ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ଆରମ୍ଭ କରିଛନ୍ତି । ଏହାର ଲକ୍ଷ ସେହି ଲୋକମାନଙ୍କୁ ବ୍ୟାକିଙ୍ଗ ବ୍ୟବସ୍ଥା ସହ ଯୋଡିବାର ଅଟେ, ଯେଉଁମାନେ ବର୍ତ୍ତମାନ ଏଥିରୁ ବଞ୍ଚିତ ଅଛନ୍ତି । ଜନ ଧନ ଖାତା ଆପଣ କୌଣସି ବି ବ୍ୟାଙ୍କର ଶାଖାରେ ଖୋଲି ପାରିବେ । ଏହା ଛଡା ଏହି ବ୍ୟାଙ୍କ ଖାତାରେ ଆପଣଙ୍କୁ Minimum Balance ବି ରଖିବାକୁ ପଡିବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button